PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଫାଇନ୍ ଆଦାୟ କରିବା ବେଳେ ରୋଷର ଶିକାର ହେଲା ପୋଲିସ, ଏକ ଘଣ୍ଟା ଯାଏଁ ଅଟକ ରଖିଲେ ସାଧାରଣ ଲୋକେ

ଜଳେଶ୍ଵର, ୨୪।୭ : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ରାଜଘାଟ ଠାରେ ଫାଇନ ଆଦାୟ କରିବାକୁ ଯାଇ ସାଧାରଣ ଲୋକଙ୍କ ରୋଷର ଶିକାର ହେଲା ବସ୍ତା ପୋଲିସ। ଗତକାଲି ଅପରାହ୍ନ ସମୟରେ ବସ୍ତା ଥାନା ପୋଲିସ ସଦଳବଳେ ରାଜଘାଟ ଟୋଲ ଗେଟ୍ ବଜାର ନିକଟରେ ପହଞ୍ଚି ପଥଚାରୀଙ୍କ କାର, ବାଇକ୍, ମାସ୍କ୍ ଆଦି ଚେକ୍ କରୁଥିଲା। ଏହି ସମୟରେ ବର୍ଷା ହେଉଥିବା ବେଳେ ଲୋକେ ସୁରକ୍ଷିତ ଜାଗା ଓ ନିଜ ନିଜ ଘରକୁ ତରବରିଆ ଭାବେ ବାହାରିଥିଲେ ମାତ୍ର ପୋଲିସ ପହଞ୍ଚି ହେଲିମେଟ୍, ଗାଡ଼ିର କାଗଜ ପତ୍ର, ଚାଳକ ଲାଇସେନ୍ସ, ମାସ୍କ ଆଦି ଯାଞ୍ଚ କରି ଫାଇନ୍ ଆଦାୟ କରୁଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଏହାପରେ ସ୍ଥାନୀୟ ଲୋକେ ପୋଲିସ ଯେଉଁ ବୋଲେର ଗାଡି ବ୍ୟବହାର କରୁଛି ତାହାର ନମ୍ବର (ଓଡ଼ି ୦୫ ୱାଇ ୭୯୭୫)କୁ ଅନଲାଇନରେ ଯାଞ୍ଚ୍ କରିଥିଲେ। ଫଳରେ ଉକ୍ତ ଗାଡି କଟକରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଏହି ଗାଡି ସରକାରଙ୍କ ପୋଲିସ ଡିପାଟମେଣ୍ଟ ନାମରେ ଗତ ଚାରି ବର୍ଷ ପାଞ୍ଚ ମାସ ୧୦ ଦିନ ପୂର୍ବରୁ କିଣା ଯାଇଥିଲା। ମାତ୍ର ବର୍ତ୍ତମାନ ଉକ୍ତ ଗାଡ଼ିର ଇନ୍ସୁରାନ୍ସ, ପଲ୍ୟୁସନ ଆଦିର ବୈଧତା ସରିଯାଇଥିଲେବି କିଛି ବି ରିନ୍ୟୁ ହୋଇନଥିବା ଲୋକେ ଜାଣିବାକୁ ପାଇଥିଲେ। ତେବେ ପୋଲିସ ସାଧାରଣ ଲୋକଙ୍କ ଗାଡି ଯାଞ୍ଚ୍ କରୁଥିବା ବେଳେ ନିଜେ ନିୟମ ମାନୁନଥିବାରୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା।

ଏହାକୁ ପ୍ରତିବାଦ କରି ସାଧାରଣ ଲୋକ ଉକ୍ତ ଗାଡି ସହିତ ଗାଡ଼ିରେ ଥିବା ପୋଲିସ ଏସଆଇ ପ୍ରଭାକର ସାହୁ ଓ କନେଷ୍ଟ ବଳଙ୍କୁ ଅଟକ ରଖିଥିଲେ। ଦୀର୍ଘ ଏକ ଘଣ୍ଟା ଅଟକ ପରେ ଅମର୍ଦ୍ଦାରୋଡ ଫାଣ୍ଡି ଅଧିକାରୀ ଏସ ଆଇ ପ୍ରଶାନ୍ତ କୁମାର୍ ପାଣି , ବସ୍ତା ଥାନା ଏସ ଆଇ ରାଜଲକ୍ଷ୍ମୀ ନାୟକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଧମକ ଚମକ ଦେବା ସହିତ କେସ କରିବାକୁ ଧମକ ଦେଇଥିଲେ। ଏହା ସହ ପୋଲିସ ଗାଡ଼ି ସରକାରଙ୍କର ବୋଲି କହିବା ସହିତ ଆମକୁ କାଗଜ ନ ମାଗି ସରକାର ଓ ପୋଲିସ ଡିଜିଙ୍କୁ ଯାଇ କୁହ ବୋଲି କହିଥିଲେ। ତେବେ ପୋଲିସ କେସ୍ ଭୟରେ ସ୍ଥାନୀୟ ଲୋକେ ସେମାନଙ୍କୁ ଛାଡି ଦେଇଛନ୍ତି।