PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ପୁଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ୨୦ଦିନ ମଧ୍ୟରେ ୬ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ

ପୁରୀ ୨୪/୧୨: ପୁଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାକୁ ବେଶ ଗୁରୁତ୍ୱ ଦେଇଛି ପୁଲିସ।୨୦ଦିନରେ ଚାର୍ଜସିଟ୍‌ ଦାଖଲ କରିଛି। ରବିବାର ଦିନ କୁମ୍ଭାରପଡ଼ା ପୁଲିସ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ସହ ଆଉ ୫ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି । ଜିତେନ୍ଦ୍ର ସହ ରାଜା ସେଠୀ, ରାମଚନ୍ଦ୍ର ପ୍ରଧାନ, ସିଆର୍‌ପିଏଫ୍‌ ଯବାନ ବୁଲୁ ବାରିକ ନାମରେ ନାବାଳିକାକୁ ବଳପୂର୍ବକ ଅପହରଣ, ନାବାଳିକା ଗଣଦୁଷ୍କର୍ମ ଓ ଦୁଷ୍କର୍ମ ସମୟରେ ଆଘାତ ଦେଇଥିବା ଦଫା ସହ ପୋକ୍‌ସୋ ଆଇନ୍‌ ୬ଦଫାରେ ମାମଲା ରୁଜୁ ହୋଇଛି । ଏହା ସହ ନାବାଳିକାକୁ ଫୁସୁଲାଇ ନେବା, ମାନବ ଚାଲାଣ ଓ ଗୃହରେ ଅନଧିକାର ପ୍ରବେଶ ଦଫା ଲଗାଇଛି । ପୋକ୍‌ସୋ ଆଇନ୍‌ର ୧୪ଦଫା ମଧ୍ୟ ଲାଗିଛି । ମାମଲାର ୨ ଦିନ ଭିତରେ ପୁଲିସ ଜିତେନ୍ଦ୍ରକୁ ଗିରଫ କରିବା ପରେ ଅନ୍ୟ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରିଥିଲା । ଏମାନଙ୍କ ସହ ଭୁବନେଶ୍ୱରରେ ରହୁଥିବା ବାଘମାରୀର ରଞ୍ଜିତ କୁମାର ପରିଡା ଓ ପତ୍ନୀ ସୌମ୍ୟାଶେଫାଳୀଙ୍କୁ ଗିରଫ କିରିଥିଲା । ରଞ୍ଜିତ ଓ ସୌମ୍ୟାଶେଫାଳୀ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିଲେ।

ପୁଲିସ ତଦନ୍ତ ଅନୁସାରେ ଗତ ୨ ତାରିଖରେ ନାବାଳିକାକୁ ରଞ୍ଜିତ ଓ ସୌମ୍ୟାଶେଫାଳୀ ଏକ ମୋପେଡ୍‌ରେ ଭୁବନେଶ୍ୱର ଗ୍ୟାରେଜ୍‌ ଛକରୁ ଫୁସୁଲାଇ ଆଣିଥିଲେ। ତାକୁ ଜାତୀୟ ରାଜପଥରେ ସିଧା ପୁଲିସ କ୍ୱାର୍ଟର୍ସକୁ ନେଇଥିଲେ। ଅପରାହ୍ଣ ଗୋଟାଏଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜିତେନ୍ଦ୍ର, ରାଜା, ରାମଚନ୍ଦ୍ର ଓ ବୁଲୁ ଜଣକ ପରେ ଜଣେ ବଳାତ୍କାର କରିଥିଲେ। ପୀଡ଼ିତାକୁ ମାଡ଼ ମଧ୍ୟ ମାରିଥିଲେ। ଏହା ପରେ ପୀଡ଼ିତା ରଞ୍ଜିତକୁ ଫୋନ୍‌ କରି ଡାକିଥିଲେ। ସେଠାରୁ ପୀଡ଼ିତା ରଞ୍ଜିତ ସହ ଥାନାକୁ ଯାଇ ଏତଲା ଦେଇଥିଲେ। ତେବେ ନାବାଳିକାଙ୍କୁ ନାଲି କାର୍‌ରେ ନିମାପଡ଼ାରୁ ଆଣି ଅଭିଯୁକ୍ତମାନେ ପୁଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ କରିଥିଲେ ବୋଲି ଏତଲାରେ ଉଲ୍ଲେଖ ଥିବାବେଳେ ତାହା ଭୁଲ ବୋଲି କହିଛନ୍ତି ଆଇଆଇସି କୁଳମଣି ସେଠୀ।

ଥାନାରେ ପୀଡ଼ିତା ପହଞ୍ଚିବା ପରେ ସେ କାକଟପୁର ଯିବାକୁ ଚାହୁଁଥିବା ବେଳେ ତାଙ୍କୁ କାରରେ ବଳପୂର୍ବକ ପୁଲିସ କ୍ୱାର୍ଟର୍ସକୁ ଅଣାଯାଇଥିଲା ବୋଲି କହିଥିଲେ। ସେଠାରେ କୌଶଳକ୍ରମେ ଖସି ଆସି ଥାନାରେ ଏତଲା ଦେଇଥିଲେ ବୋଲି ପ୍ରକାଶ କରିଥିଲେ। ସେତେବେଳେ ନାବାଳିକା ଗଣଦୁଷ୍କର୍ମ ନେଇ କଥା ତୁମ୍ବିତୋଫାନ ସୃଷ୍ଟି କରିଥିଲା। ପୁଲିସ ମାମଲା ରୁଜୁ କରିବା ପରେ ୨୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଥିଲେ। ତେଣୁ ରବିବାର କୁମ୍ଭାରପଡ଼ା ଥାନା ପୁଲିସ ପକ୍ଷରୁ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି ବୋଲି କହିଛନ୍ତି ଏସ୍‌ପି ଉମାଶଙ୍କର ଦାଶ। ସେପଟେ ପୀଡ଼ିତା ଶିଶୁଯତ୍ନ ଅନୁଷ୍ଠାନରୁ ନିଜ ଘରକୁ ଫେରିଛନ୍ତି। କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇନଥିବା ଜଣାପଡିଛି।

ପୀଡ଼ିତାଙ୍କୁ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା। ପରେ ପୀଡ଼ିତାଙ୍କ ବାପା ଓ ମାଆ ତାଙ୍କୁ ଘରକୁ ନେବାକୁ ଅଦାଲତଙ୍କନିକଟରେ ଗୁହାରି କରିଥିଲେ। ନାବାଳିକା ମଧ୍ୟ ନିଜ ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପୀଡ଼ିତା ୩ ଦିନ ତଳେ ନିଜ ଘରକୁ ଫେରିଥିବା କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ । ନାବାଳିକାଙ୍କ ସମସ୍ତ ଶିକ୍ଷା ପାଇଁ ଖର୍ଚ୍ଚ ପ୍ରଶାସନ ବହନ କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ତାଙ୍କ ଅଭିଭାବକ ନାରାଜ ହୋଇଥିବା ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର