ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

କଟକ,୨୮/ ୧୧: ରାଜ୍ୟରେ ଦିନକୁ ଦିନ ସାମ୍ନାକୁ ଆସୁଛି ନକଲି ଘିଅ କାରଖାନା। ଶନିବାର ଦିନ କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଛି ପୁଲିସ।

ମିଳିଥିବା ସୂଚନା ମୁତାବିକ, ଏସିପି ଜୋନ ୧ ଅଧିକାରୀ ଅମରେନ୍ଦ୍ର ପଣ୍ଡା ଓ ସିଏମସି ହେଲଥ ଅଫିସର ସତ୍ୟବ୍ରତ ମହାପାତ୍ର ମିଳିତ ଭାବେ କାରଖାନା ଉପରେ ଚଢ଼ାଉ କରିଥିଲେ। ଲକ୍ଷାଧିକ ଟଙ୍କାର ନକଲି ଘିଅ ସହ ଜଣକୁ ଅଟକ ରଖିଛି କମିନଶନରେଟ୍‌ ପୁଲିସ।

ଅନ୍ୟପଟେ ଚଢ଼ାଉ ସମୟରେ ନକଲି ଘିଅ କମ୍ପାନୀର ମାଲିକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। କମ୍ପାନୀର ବିଭିନ୍ନ ପ୍ରକାର ଘିଅ, ରାଶି ତେଲ , ଗଙ୍ଗା ଜଳ ପ୍ରସ୍ତୁତ କରି ଚୌଧିରି ବଜ଼ର ଓ ପିଠାପୁର ମାର୍କେଟକୁ ପଠାଯାଉଥିଲେ। ଅଳ୍ପ ମୂଲ୍ୟରେ ୩ଟି କମ୍ପାନୀ ନାମରେ ବିକ୍ରି କରୁଥିଲା ନକଲି ସାମାଗ୍ରୀ।