PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଶୋଇ ଅସନାରେ ଓଲଟାଲ ବସ୍‌ , ପଛରୁ ଟ୍ରକ୍‌ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଟଲିଲା ବସ୍‌ , ୨ଗୁରୁତର , ୫ ଆହତ
  • ||
  • ଖୋର୍ଦ୍ଧା : ଜଟଣୀ ବେଣାପଞ୍ଜରୀ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ବୋମା ମାଡ଼ , ୩ ଆହତ , ଘଟଣା ସ୍ଥଳରେ ପୁଲିସ୍‌ ମୁତୟନ
  • ||
  • ବାଲେଶ୍ବର: ବସିଲା କଙ୍ଗାରୁ କୋର୍ଟ, ବିଧବା ମହିଳାଙ୍କ ମଥାରେ ଦିଆଗଲା ସିନ୍ଦୁର
  • ||
  • ରୁଷ‌୍‌ର ମସ୍କୋରେ ଭାରତ ଖୋଲିଲା ଊର୍ଜା ଅଫିସ୍‌ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଉଦ୍‌ଘାଟିତ
  • ||
  • ବ୍ରହ୍ମପୁର ବାଲିପଦାରେ ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା , ଜମି ବିବାଦରୁ ସଂପର୍କୀୟ ହତ୍ୟା କରିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା , ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ନେଇ ଏହି ଆଲୋଚନା ଚାଲିଛି
  • ||
  • ବାସୁଦେବପୁର: ଛାତ୍ରଛାତ୍ରୀଙ୍କ ମଧ୍ୟାନ୍ନ ଭୋଜନ ଅର୍ଥ ହଡପ ଘଟଣାରେ କାନ୍ଥିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ବିଇଓ
  • ||
  • ଭୁବନେଶ୍ବର: ରାଜଧାନୀରେ ଲୁଟ୍ ରୋକିବେ ସ୍ପେଶାଲ-୨୬, ନୂଆ ଟିମ୍ ଗଠନ ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ
  • ||
  • ଗୁଣୁପୁର:ସନ୍ଦେହ ଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ବାପଘର ଲୋକ
  • ||
  • ସମ୍ବଲପୁର:ବୁର୍ଲା ସାଇଫୋନ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଆଁରେ ଜଳିଗଲା ଅନେକ ଗଛ
  • ||
  • କଟକ: ଚୌଦ୍ବାର ଓଟିଏମ୍ କାରଖାନା ପରିସରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • ରାଉରକେଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ, ଟ୍ବିଟ୍ କରି ସୂଚନା ଦେଲେ
  • ||
  • ଭୁବନେଶ୍ଵର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ
  • ||
  • ଫୁଲବାଣୀ: ମନରେଗା କାମ କରି ବର୍ଷେ ହେଲା ପାରିଶ୍ରମିକ ପାଇନାହାନ୍ତି ୫୦ରୁ ଉର୍ଦ୍ଧ୍ବ ମହିଳା, ଜିଲ୍ଲାପାଳଙ୍କୁ ଜଣାଇଲେ ଅଭିଯୋଗ କଲେ ମହିଳା
  • ||
  • ଯାଜପୁର ରୋଡରେ କର୍ମଜୀବୀ ମହିଳା ନିବାସକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନିବାସରେ ୧୦୦ଶଯ୍ୟା ବ୍ୟବସ୍ଥା ରହିଛି
  • ||
  • ମାଲକାନଗିରି: ମହିଳା ଦିବସରେ ଘରବାଡି ପଟ୍ଟା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଶତାଧିକ ମହିଳା
  • ||
  • ମାଲକାନଗିରି: ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ପୁଲିସଙ୍କ ‘ନିର୍ଭୟା ପେଟ୍ରୋଲିଂ’ ଟିମ୍କୁ ସବୁଜ ପତକା ଦେଖାଇ ଏସପି ଋଷିକେଶ ଡି ଖିଲାରୀ,
  • ||
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||

ରାଜ୍ୟବ୍ୟାପୀ ନିଖୋଜ ପିଲା ଖୋଜା ଅଭିଯାନ: ୮ ଦିନରେ ୮ଶହ ଝିଅ ଓ ୯୪ ପୁଅ ଉଦ୍ଧାର

କଟକ,୨୮/୦୧: ନିଖୋଜ ପିଲାଙ୍କୁ ଖୋଜି ବାହାର କରିବା ପାଇଁ ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନରେ ୮ ଦିନରେ ୮୯୪ ପିଲାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପିଲାଙ୍କ ମଧ୍ୟରୁ କେବଳ ଝିଅଙ୍କ ସଂଖ୍ୟା ୮ଶହ ଥିଲାବେଳେ ୯୪ ଜଣ ପୁଅ ଥିବା ପୁଲିସ୍‌ ମୁଖ୍ୟାଳୟରୁ ସୂଚନା ମିଳିଛି ।

ନିଖୋଜ ପିଲାଙ୍କୁ ଠାବ କରି ଉଦ୍ଧାର କରିବା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍‌ ସର୍ବକାଳୀନ ରେକର୍ଡ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍‌ ସର୍ବାଧିକ ୧୨୭ ଜଣ ପିଲାଙ୍କୁ ଉଦ୍ଧାର କରିଛି । ସେହିପରି ଦ୍ୱିତୀୟରେ ମୟୂରଭଞ୍ଜ ଜିଲ୍ଲା ପୁଲିସ୍‌ ୧୧୧ ଜଣ ପିଲାଙ୍କୁ ଉଦ୍ଧାର କରିଥିବାବେଳେ ବାଲେଶ୍ୱର ଜିଲ୍ଲା ୮୮ଜଣ ପିଲାଙ୍କୁ ଉଦ୍ଧାର କରିଛି । ପିଲା ଖୋଜା ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାର ଏସ୍‌ପିମାନଙ୍କୁ ଡିଜି ଶ୍ରୀ ଅଭୟ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ, ନିଖୋଜ ପିଲାଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ପୁଲିସ୍‌ର ବିଫଳତାକୁ ନେଇ କିଛି ଦିନ ହେଲା ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଭିନ୍ନ ଜିଲ୍ଲାରେ ଶହଶହ ସଂଖ୍ୟା ପିଲା ନିଖୋଜ ହୋଇଥିଲେ ହେଁ ପୁଲିସ ସେମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସେତେଟା ତତ୍ପରତା ଦେଖାଉନଥିବା ବହୁ ଅଭିଯୋଗ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଆସୁଥିଲା । ପିଲା ନିଖୋଜ ଘଟଣାରେ ଅଭିଭାବକଙ୍କ ଏତଲା ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ନିଜର ଦାୟିତ୍ୱ ସାରୁଛି । ଏହାକୁ ନେଇ ବିଭିନ୍ନମହଲରେ ପ୍ରତିକ୍ରିୟା ପ୍ରକାଶ ପରେ ନିଖୋଜ ପିଲାଙ୍କୁ ଖୋଜି ବାହାର କରିବା ପାଇଁ ଡିଜିଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଜିଲ୍ଲା ସ୍ତରରେ ଏକ ସ୍ୱତନ୍ତ୍ର ଅଭିଯାନ ଗତ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।

ପ୍ରାଥମିକ ପର୍ଯ୍ୟାୟରେ ୮୩୪ଟି ନିଖୋଜ ମାମଲାକୁ ଆଧାର କରି ରାଜ୍ୟ ପୁଲିସ୍‌ ବାହିନୀ ବିଭିନ୍ନ ଜିଲ୍ଲା ସ୍ତରରେ ପିଲା ଖୋଜା ଅଭିଯାନ ଚଳାଇଥିଲା । ୮ ଦିନ ବ୍ୟାପି ଉକ୍ତ ଅଭିଯାନରେ ପୁଲିସ୍‌ ବାହିନୀ ୮୯୪ ଜଣ ପିଲାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାର ସୂଚନା ଦିଆଯାଇଛି । ଉଦ୍ଧାର ହୋଇଥିବା ପିଲାମାନଙ୍କୁ ସିଡବ୍ଲୁସି ହାଜର କରାଇବା ପରେ କେତେକ ପିଲାକଙ୍କୁ ସେମାନଙ୍କ ଅଭିଭାବକମାନେ ଜିମା ନେଇଥିବା ବେଳେ ଆଉ କିଛି ପିଲା ଏବେ ଶିଶୁ ସୁରକ୍ଷା ଯତ୍ନ କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର