PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସଫେଇ କର୍ମଚାରୀଙ୍କୁ ପୋଲିସ ବାବୁ ଦେଖାଇଲେ ପିସ୍ତଲ, ବିଜେପି କହିଲା ବିଜେଡି ଇଶାରାରେ ଗୁଣ୍ଡାଗର୍ଦ୍ଦି କରୁଛି ପୋଲିସ

ଭୁବନେଶ୍ୱର ୧୯/୪: ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀଙ୍କୁ ପିସ୍ତଲ ଦେଖାଇଲେ ବରିଷ୍ଠ କନଷ୍ଟେବଳ । ଘଟଣାଟି ଶୁକ୍ରବାର ଜୟଦେବ ବିହାରରେ ଘଟିଛି । ଦରମା ପାଇନଥିବାରୁ ଜୟଦେବ ବିହାର ଛକରେ ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀଙ୍କୁ ପିସ୍ତଲ ଦେଖାଇଛନ୍ତି ୧୮ନମ୍ବର ପିସିଆରରେ ଥିବା ଜଣେ ବରିଷ୍ଠ କନେଷ୍ଟେବଳ । ପିସ୍ତଲ ଦେଖାଇଥିବା କନେଷ୍ଟବଳ ଜଣକ ହେଉଛନ୍ତି ଜଲିଲଉର ଅହମ୍ମଦ ।  ଆନ୍ଦୋଳନରତ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

କହିରଖୁଛୁ ଗତ ମାସରେ ପିସିଆରରେ ଥିବା ବରିଷ୍ଠ ସୁରକ୍ଷାକର୍ମୀଙ୍କୁ ପିସ୍ତଲ ପ୍ରଦାନ କରାଯାଇଛି । ପିସିଆର ଗୁଡିକୁ ଅଧିକ ଦକ୍ଷ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଲୁଟେରାଙ୍କୁ ଧରିବା ଏବଂ ନିଜ ସୁରକ୍ଷା ପାଇଁ ଦିଆଯାଇଥିବା ପିସ୍ତଲକୁ ଆନ୍ଦୋଳନକାରୀଙ୍କୁ ଧମକାଇବା ପାଇଁ ବ୍ଯବହାର କରିବା କେତେଦୂର ଠିକ୍ ଏବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ସେ କହିଛନ୍ତି ଯେ ବନ୍ଧୁକ ଦେଖାଇ ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଉଛି । ବିଜେଡି ଇଶାରାରେ ପୋଲିସ ଏଭଳି ଗୁଣ୍ଡାଗର୍ଦ୍ଦି କରୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର