PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦୁଷ୍କର୍ମ ଓ ହତ୍ୟାପରେ OLX ରେ ଅଭିଯୁକ୍ତ ବିକ୍ରି କରିଦେଇଥିଲେ ମୋବାଇଲ, କଣ୍ଡୋମ ପାଇଁ ହତ୍ୟାକାରୀଙ୍କୁ ଧରିପାରିଲା ପୋଲିସ

https://zeenews.india.com

ଭିଣ୍ଡ,୪।୮ : କଣ୍ଡୋମ ସାହାଯ୍ୟରେ କରାଗଲା ଏକ ହତ୍ୟା ମାମଲାର କଲା ସମାଧାନ। ମାମଲାର ସମାଧାନ ଯେଉଁଠି ଦୂର ଦୂର ପର୍ଯ୍ୟନ୍ତ ହେବାର କୌଣସି ଆଶା ନଥିଲା ସେତେବେଳେ କଣ୍ଡୋମ ସାଜିଥିଲା ଗେମଚେଞ୍ଜର। ହତ୍ୟା ଓ ଦୁଷ୍କର୍ମ ମାମଲାର ୩ ଅଭିଯୁକ୍ତ ଏବେ ଜେଲରେ ଯାଇପାରିଛନ୍ତି। ଏଭଳି ଏକ ଘଟଣା ମଧ୍ୟ ପ୍ରଦେଶର ଭିଣ୍ଡରେ ଦେଖିବାକୁ ମିଳିଛି। ଅଭିଯୁକ୍ତମାନେ ଜଣେ ମହିଳା ସହ ପ୍ରଥମେ ଦୁଷ୍କର୍ମ କରିଥିଲେ ଓ ପରେ ହତ୍ୟା କରି ମୃତଦେହ ଏକ ବସ୍ତାରେ ପୁରାଇ ଖାଲ ଭିତରେ ପକାଇ ଦେଇଥିଲେ। କାହାକୁ ଏ ବିଷୟରେ ଟିକେ ବି ସୁରାକ୍ ମିଳିନଥିଲା। ଅଭିଯୁକ୍ତମାନେ ଖୁବ୍ ଆରାମରେ ବୁଲୁଥିଲେ। କିନ୍ତୁ ତାଙ୍କର ଗୋଟିଏ ଭୁଲ ଧରା ପକାଇ ଦେଇଥିଲା।

ମିଳିଥିବା ସୂଚନା ଅନୁସାରେ, କେମଖେରି ଗାଁରେ ୧୭ ଜୁନ୍‌ରେ ଜଣେ ମହିଳାଙ୍କ ମୃତଦେହ ରାସ୍ତା କଡରେ ଏକ ଖାଲ ଭିତରୁ ମିଳିଥିଲା। ମୁହଁହାତ ବନ୍ଧା ଥିଲା ଓ ସେଥିରୁ ଦୁର୍ଗନ୍ଧ ଆସୁଥିଲା। ମୃତ୍ୟୁ କିଛି ଦିନ ପୂର୍ବେ ହୋଇଥିଲା। ଗ୍ରାମ ଲୋକ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ପୋଲିସ ସନ୍ଦେହରୁ ଜଣାପଡିଥିଲା କେହି ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଖାଲ ଭିତରେ ପକାଇଛି। ପୋଲିସ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନଥିଲା। ମହିଳାଙ୍କ ବୟସ ୪୦ ବର୍ଷ ପାଖାପାଖି ଥିଲା।

ଘଟଣାସ୍ଥଳରେ ତଦନ୍ତ ପରେ ପୋଲିସକୁ ଏକ କଣ୍ଡୋମ ମିଳିଥିଲା। ଯେଉଁଥିରୁ ଅପରାଧୀଙ୍କୁ ଧରିବାର ବଡ ପ୍ରମାଣ ମିଳିଥିଲା। ପୋଲିସ ପ୍ରଥମେ କଣ୍ଡୋମର ବ୍ୟାଚ୍ ନମ୍ବର ବିଷୟରେ ଜାଣିବା ସହ ମୃତ ମହିଳାଙ୍କ ଏକ ପୋଷ୍ଟର ଲଗାଇଥିଲା। କଣ୍ଡୋମର ବ୍ୟାଚ ନମ୍ବରରୁ ଜଣାପଡିଥିଲା ତାହା ମିନୋହ ସରକାରୀ ହସ୍ପିଟାଲ ପକ୍ଷରୁ ପରିବାର ନିୟୋଜନ ପାଇଁ ବଣ୍ଟା ଯାଇଥିଲା। ପୋଲିସ ହସ୍ପିଟାଲ ଯାଇ ତଦନ୍ତ କରିବା ପରେ ପ୍ରମାଣ ହାତରେ ଳାଗିଥିଲା। ଏହାପରେ ମହିଳାଙ୍କ ପରିଚୟ ମିଳିଥିଲା। ମହିଳାଙ୍କ ପରିବାର ଲୋକ କହିଥିଲେ, ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି। ଏହା ସହିତ ସେମାନେ ଶ୍ୟାମ୍ ନାମକ ଜଣେ ଯୁବକ ଉପରେ ସନ୍ଦେହ କରିଥିଲେ। ପୋଲିସ ତାକୁ ପଚରା ଉଚରା ପରେ ସେ ସବୁ କଥା ସ୍ବୀକାର କରିଥିଲା। ପୋଲିସ ଶ୍ୟାମ ସହିତ ଅଙ୍କିତ ଓ ଭିକ୍କି ନାମକ ଅନ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା। ହତ୍ୟାରେ ବ୍ୟବହାର କରାଯାଇଥିବା ବାଇକ୍ ଜବତ କରାଯାଇଥିଲା। ଅଭିଯୁକ୍ତମାନେ ମହିଳାଙ୍କ ମୋବାଇଲ ଫୋନ୍ ଓଏଲଏକ୍ସରେ ବିକ୍ରି କରିଦେଇଥିଲା। ଅନ୍ୟ ଅଭିଯୁକ୍ତଙ୍କର ସନ୍ଧାନ ଏବେ ବି ପୋଲିସ ଜାରି ରଖିଛି।

ସମ୍ବନ୍ଧିତ ଖବର