PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଲାଲ୍‌ବାଗ ଥାନାରେ କରୋନା ଭୟ, ଆଇସୋଲେସନ୍‌ରେ କର୍ମଚାରୀ: ମଧୁପାଟଣା ଥାନା ମହିଳା ଏସ୍‌ଆଇ ପଜିଟିଭ ଚିହ୍ନଟ

କଟକ,୧୭/୦୮: ଲାଲ୍‌ବାଗ ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏନେଇ ଥାନାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଭିଯୁକ୍ତକୁ ଧରିଥିବା କର୍ମଚାରୀ ଓ ଅଧିକାରୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ଖୁବଶୀଘ୍ର ସେମାନଙ୍କର ସ୍ୱାବ୍‌ ପରୀକ୍ଷା ହେବ ।

ସୂଚନା ଅନୁସାରେ ଏକ ମାଡ଼ପିଟ୍‌ ଘଟଣାରେ ମଙ୍ଗଳବାର ଦିନ ଲାଲବାଗ୍‌ ଥାନା ପୁଲିସ ଡଗରପଡ଼ା ଅଞ୍ଚଳର ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଜେଲ୍‌ ଯିବା ପୂର୍ବରୁ ସିଡିଏ ହସ୍ପିଟାଲ୍‌ରେ ଅଭିଯୁକ୍ତର ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଥିଲା । ତେବେ ଉକ୍ତ ରିପୋର୍ଟରେ ଅଭିଯୁକ୍ତ ଜଣକ ପଜିଟିଭ୍‌ ଥିବା ଜଣାପଡ଼ିଛି । ଯେଉଁ ଏସକର୍ଟ ଟିମ୍‌ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା ଓ ପରେ କୋର୍ଟରେ ହାଜର କରାଇଥିଲା ସେମାନଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି । ତେବେ ଖବର ମିଳିବା ପରେ ଥାନାର ପ୍ରାୟ ୬ ଜଣ କର୍ମଚାରୀଙ୍କୁ ଆଇସୋଲେସନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ଦୁଇ ଦିନ ମଧ୍ୟରେ ସେହି ପୁଲିସ କର୍ମଚାରୀଙ୍କର ସ୍ୱାବ୍‌ ନମୁନା ପରୀକ୍ଷା କରାଯିବ । ଏହା ମଧ୍ୟରେ ଥାନାକୁ ବିଶୋଧନ କରାଯାଇଛି । ସେହିପରି କଟକ ପୁଲିସ ପାଇଁ ଆଉ ଏକ ଅଶୁଭ ଖବର ଆସିଛି । ମଧୁପାଟଣା ଥାନାର ଜଣେ ମହିଳା ଏସ୍‌ଆଇ କରୋନା ପଜିଟିଭ୍‌ ଥିବା ସୂଚନା ମିଳିଛି। ଏସ୍‌ଆଇ ଜଣକ କାହା ସଂସ୍ପର୍ଶରେ ଆସି ପଜିଟିଭ୍‌ ହୋଇଛନ୍ତି ତାହା ଜଣାପଡିନାହିଁ । ଖବର ଜଣାପଡ଼ିବା ପରେ ଥାନାକୁ ବିଶୋଧନ କରାଯିବ ସହିତ ଉକ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା କିଛି କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର