ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ

ରାଉରକେଲା, ୨୪।୧ ହତ୍ୟା ଅଭିଯୋଗ ହୋଇଥିଲେ ମଧ୍ୟ ୪ ମାସ ହେଲା ପୋଲିସ ହତ୍ୟା କାଣ୍ଡର ପର୍ଦ୍ଦାଫାସ କରୁଛି ନାଁ ଅଭିଯୁକ୍ତକୁ ଧରୁଛି । ଶେଷରେ ଆଜି ଶତାଧିକ ଆଦିବାସୀ ମହିଳା ପୁରୁଷ ରାଉରକେଲା ବିଶ୍ରା ଥାନା ଘେରାଉ କରିଥିଲେ ।
ବିଶ୍ରା ଥାନା ବିଜାଡ଼ିହି ଗାଁର ଅନିଲ ତାପୋ ଙ୍କ ପୋଡି ଯାଇଥିବା ମୃତ ଦେହ ବିଶ୍ରା ନାଳ ନିକଟରୁ ଉଦ୍ଧାର କରିଥିଲା ବିଶ୍ରା ପୋଲିସ । ପ୍ରଥମେ ଅପମୃତ୍ୟ ମାମଲା ରୁଜୁ କରିଥିଲା ପୋଲିସ ।ପରିବାର ଲୋକେ ତା ପରଦିନ ଆର୍ଥ।ତ ୧୧ ତାରିଖରେ ଶବ ଚିହ୍ନଟ କରିବା ପରେ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ହେଲେ ଏହା ଭିତରେ ୪ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।
ପରିବାର ଲୋକେ ବାରମ୍ବାର ଥାନାକୁ ଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଶେଷରେ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଙ୍କ ନେତୃତ୍ୱରେ ଥାନା ଘେରାଉ କରିଥିଲେ। ଥାନାରେ ଆଡ଼ିସିନାଲ ଏସପି ପହଞ୍ଚି ପ୍ରତିଶ୍ରୁ୍ତି ଦେବା ପରେ ଲୋକେ ଧରଣାରୁ ଉଠିଥିଲେ । ତେବେ ପ୍ରତିଶ୍ରୁତିରେ ଖିଲାପ ହେଳେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି।