ଥାନା ଭିତରେ ପୁଲିସକୁ ମାଡ ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୧୭/୨: ଥାନା ଭିତରେ ପୁଲିସକୁ ମାଡ଼ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ତାଙ୍କ ନାମ ସେକ୍‌ ମୁଜିବୁଲ ରେହେମନ୍‌(୨୮) । ଘର ୟୁନିଟ୍‌-୩ ଶାନ୍ତିନଗର ବସ୍ତି ।

ପୁଲିସ ସୂଚନା ଅନୁଯାୟୀ, ଗତମାସ ୩୧ ତାରିଖରେ ଶାନ୍ତିନଗର ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ବସ୍ତିର ଉଭୟପକ୍ଷର ଲୋକ ଥାନାକୁ ଯାଇଥିଲେ । ସେମାନଙ୍କୁ ଥାନାର ରାଇଟର ପ୍ରବୋଧ କୁମାର ଦାସ ବୁଝାସୁଝା କରୁଥିଲେ । ଉତ୍‌କ୍ଷୀପ୍ତ ହୋଇ ମୁଜିବୁର ପ୍ରବୋଧଙ୍କୁ ମାଡ଼ ମାରି ଥାନାରୁ ଦୌଡ଼ି ପଳାଇଥିଲେ । ଅନ୍ୟ ପୁଲିସମାନେ ତାଙ୍କୁ ଗୋଡ଼ାଇଥିଲେ ମଧ୍ୟ ପାଇ ନଥିଲେ । ପ୍ରବୋଧଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେହିଦିନ ଠାରୁ ମୁଜିବୁର ଫେରାର୍‌ ଥିଲେ । ଗତକାଲି ମୁଜିବୁରବସ୍ତିକୁ ଆସିଥିବା ଜାଣି ପୁଲିସ ଚଢ଼ଉ କରି ତାଙ୍କୁ ଉଠାଇ ଆଣିଥିଲା । ପରେ ମୁଜିବୁରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ