ପ୍ରମୁଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ଖଲ୍ଲିକୋଟ ହିଂସା : ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ିକୁ ପଥର ମାଡ଼

ଖଲ୍ଳିକୋଟ,୧୬।୫ : ଖଲ୍ଲିକୋଟ ର ଶ୍ରୀ କୃଷ୍ଣ ଶରଣ ପୁର ଗ୍ରାମ ରେ ଘଟିଥିଵା ରାଜନୈତିକ ହିଂସା ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଲୋକେ । ଅଭିଯୁକ୍ତଙ୍କୁ କୋର୍ଟ ଫରୱାଡ୍ କଲା ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି। ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼  କରିଛନ୍ତି ଲୋକେ। ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଭାଙ୍ଗିଲା। ତେବେ ଉତ୍ତେଜନାକୁ ଦେଖି  ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରିନପାରି ଥାନାରେ ରଖିଛି ପୋଲିସ। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠି ଚାଳନା କରିଥିଲା।  କେତେକ ବାଇକ ଭାଙ୍ଗି ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଢେଲା ମାଡ଼ରେ ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ପୁଲିସ କହିଛି।  ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଜାରି କଲା ପ୍ରଶାସନ । ଥାନା ଆଗରେ ଉତ୍ତେଜନା ପରେ ୧୪୪ ଲାଗୁ ହେଲା । ଥାନା ଠାରୁ ଶହେ ମିଟର ପରିଧି ମଧ୍ୟରେ କଟକଣା ଜାରି କରିଛି ପ୍ରଶାସନ। 

ସୁଚନାଯୋଗ୍ୟ ଯେ, ଖଲ୍ଲିକୋଟ ର ଶ୍ରୀ କୃଷ୍ଣ ଶରଣ ପୁର ଗ୍ରାମ ରେ ଘଟିଥିଵା ହିଂସା ବେଳୁକୁ ବେଳ ଉଗ୍ର ହେବାରେ ଲାଗିଛି l ଏକ ଗୋଷ୍ଠୀର କର୍ମୀ ମାନଙ୍କୁ  ପୋଷ୍ଟର ଓ ବ୍ୟାନର ଲଗାଇବାକୁ କେନ୍ଦ୍ର କରି ଆକ୍ରମଣ ଓ ଜଣଙ୍କର ମୃତ୍ୟୁ ଖଲ୍ଲିକୋଟ ରାଜନୈତିକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି l ଖଲ୍ଲିକୋଟ ଥାନା ନିକଟରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତ ରହି ଭୁବନେଶ୍ୱର ଆସ୍କା ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି l   ଶ୍ରୀ କୃଷ୍ଣ ଶରଣ ଗାଁର ଶହ ଶହ ଗ୍ରାମବାସୀ ଓ ମୃତକଙ୍କ ଆତ୍ମୀୟ  ଥାନା ପରିସରରେ ନ୍ୟାୟ ଭିକ୍ଷା କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା   ଦାବିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ମୃତକ ଦିଲୀପଙ୍କ ବାପା ଅଭିଯୋଗକୁ ଭିତ୍ତି କରି ବର୍ତ୍ତମାନ ୮ ଜଣ ଙ୍କୁ  ଖଲ୍ଲିକୋଟ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.