PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||
  • ଫ୍ରାନ୍ସ: ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଓଲିଭର ଡାସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
  • ||
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ଅଞ୍ଜନା ଗଣଦୁଷ୍କର୍ମ ମାମଲା : ୧୪ ହଜାର କର୍ମଚାରୀଙ୍କ ମଧ୍ୟରୁ ‘ସ୍ୱାଇଁ ମେକାନିକ୍’‌ଙ୍କୁ ଖୋଜିବା ପୁଲିସ ଟିମ୍ ଥିଲା ଚାଲେଞ୍ଜିଂ

କଟକ ୨୩।୨ : ଟୋଟାଲ୍‌ ବ୍ଲାଇଣ୍ଡ୍‌ କେସ୍‌ ।
କିଛି ବି ସୂତ୍ର, ସୁରାକ୍‌ ନଥିଲା ।
ତେବେ କେସ୍‌ରେ ଭର୍‌ପୂର୍‌ ହୋଇ ରହିଥିଲା ରହସ୍ୟ, ରୋମାଞ୍ଚ.. । ଓଡ଼ିଶା ଅପରାଧ-ଇତିହାସର ‘ଅନ୍ୟତମ ମୋଷ୍ଟ୍‌ ୱାଣ୍ଟେଡ୍‌ ପଳାତକ ଅଭିଯୁକ୍ତ’ ବିବନ ବିଶ୍ୱାଳକୁ ଖୋଜି ବାହାର କରିବା ଥିଲା ଖୁବ୍‌ ଚାଲେଞ୍ଜ୍‌ଭରା ପୁଲିସ ଟିମ୍‌ ପାଇଁ ।
ଅବଶେଷରେ ସଫଳ ହୋଇଛି ପୁଲିସର ଉଦ୍ୟମ । ତିନି ମାସର ଅପରେସନ୍‌ ରଙ୍ଗ ଆଣିଛି । ୨୨ ବର୍ଷ ତଳର ଫେରାର୍‌ ଅଭିଯୁକ୍ତ ବଳାତ୍କାରୀ ବିବନ ପୁଲିସ ପଞ୍ଝାରେ ଫସିଛି । ବିବନ ଭଳି ବିଷାକ୍ତ ବୋଡ଼ାକୁ ଗାତରୁ ବାହାର କରିବା ପାଇଁ, ପୁଲିସ୍‌ ଚଳାଇଥିବା ‘ଅପରେସନ୍‌ ସାଇଲେଣ୍ଟ୍‌ ଭାଇପର୍‌’ ସମ୍ପର୍କରେ ଏହି ସ୍ୱତନ୍ତ୍ର ଆଲେଖ୍ୟ.. ।

୧୪ ହଜାର କର୍ମଚାରୀଙ୍କ ମଧ୍ୟରୁ ଖୋଜିବା ଥିଲା ଚାଲେଞ୍ଜିଂ
ମୁମ୍ବାଇ-ପୁନେ ରାସ୍ତାରେ ଥିବା ଆମ୍ବିଭାଲିରେ ବିବନ ବିଶ୍ୱାଳ କାମ କରୁଥିଲା । ମାତ୍ର ସେଠାରେ ଥିବା ୧୪ହଜାର କର୍ମଚାରୀଙ୍କ ମଧ୍ୟରୁ ତାକୁ ଚିହ୍ନଟ କରିବା ଚାଲେଞ୍ଜିଂ ଥିଲା । ଛଦ୍ମ ନାମରେ ରହୁଥିବା ଲୋକକୁ ଏତେଗହଳିରେ ଖୋଜିବା ବାଲି ଭିତରୁ ଛୁଞ୍ଚି ଖୋଜିବା ଭଳି ଥିଲା । ତେଣୁ ଅତି ସତର୍କତାର ସହିତ ପୁଲିସ ଟିମ୍‌ ବିବନକୁ ଖୋଜୁଥିଲା । ତେବେ ବିବନ ତା ନାଁ ଜଳନ୍ଧର ସ୍ୱାଇଁ ବୋଲି କହିଥିବାରୁ ସେ ସେଠାରେ ସ୍ୱାଇଁ ମେକାନିକ୍‌ ଭାବେ ପରିଚିତ ଥିଲା । ତେଣୁ ପୁଲିସ ଟିମ୍‌ ଆମ୍ବିଭାଲିରେ ସାଦା ପୋଷାକରେ ପହଞ୍ଚି ସ୍ୱାଇଁ ମେକାନିକ୍‌କୁ ଖୋଜିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିବନ ଯଦି ଜାଣିଥାନ୍ତା ଯେ, କଟକ ପୁଲିସ ଆସି ସ୍ୱାଇଁ ମେକାନିକ୍‌କୁ ଖୋଜୁଛି ତାହେଲେ ହୁଏତ ସେ ଫେରାର୍‌ ହୋଇଯାଇଥାନ୍ତା । ପୁଲିସ ଚଢଉ ସମୟରେ ନିଜ କ୍ୱାର୍ଟର୍ସରେ ଥିବାରୁ ସେ ପୁଲିସ ଉପସ୍ଥିତି ସଂପର୍କରେ ଜାଣିପାରିନଥିଲା । ଫଳରେ ପୁଲିସ ତାକୁ ଧରିବାରେ ସଫଳ ହୋଇଥିଲା ।

ପୁଲିସକୁ ଦେଖି ଦୌଡ଼ିଲା
ବିବନ ଜଣେ ଅତି ଧୂର୍ତ୍ତ ବ୍ୟକ୍ତି । ସେ ଦୀର୍ଘଦିନ ପର୍ଯ୍ୟନ୍ତ ପୁନେରେ ଲୁଚି ରହି ପୁଲିସକୁ ଚକ୍‌ମା ଦେବାରେ ସଫଳ ହେବାରୁ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା କି ସେ ଆଉ ପୁଲିସ ହାତରେ ଧରାପଡ଼ିବ ନାହିଁ । ମାତ୍ର ଗତ ୨୦ ତାରିଖରେ କଟକ ଓ ପୁନେ ପୁଲିସ ଯେତେବେଳେ ମିଳିତ ଭାବେ ତାର କ୍ୱାର୍ଟର୍ସ ଚଢ଼ଉ କଲେ ସେତେବେଳେ ସେ ଘଟଣା ସଂପର୍କରେ ଅନୁମାନ କରିନେଲା । ତେଣୁ ଏକ ଗଳି ଭିତରେ ପଶି ସେ ଖସିଯିବାକୁ ଭରପୁର ଉଦ୍ୟମ କଲା । ମାତ୍ର ସେହି ଅଞ୍ଚଳକୁ ପୁଲିସ ପୂରା ଘେରାବନ୍ଦୀ କରି ରଖିଥିବାରୁ ବିବନ ଖସିପାରିନଥିଲା । କଟକ ପୁଲିସ ହାତରେ ଧରାପଡ଼ିବା ପରେ ସେ ଏକରକମ ଚୁପ୍‌ ହୋଇଯାଇଥିଲା । କାହା ସହିତ କିଛି ବି କଥା ହୋଇନଥିଲା । ଏପରିକି ପୁଲିସ ପଚାରୁଥିବା ପ୍ରଶ୍ନର ବି ସେ ଉତ୍ତର ଦେଇନଥିଲା ।

ମାସେ କାଳ ବାଲେଶ୍ୱରରେ ଶହଶହ ଟ୍ରକ୍‌ ଯାଞ୍ଚ୍
ଅପରେସନ୍‌ ‘ସାଇଲେଣ୍ଟ୍‌ ଭାଇପର୍‌’ ଆରମ୍ଭ ହେବା ପରେ ପ୍ରଥମେ ପୁଲିସକୁ ସୂଚନା ମିଳିଲା କି, ବିବନ ବିଶ୍ୱାଳ କଟକରୁ ଫେରାର୍‌ ହେବା ପରେ ବାଲେଶ୍ୱର ଅଞ୍ଚଳରେ ଟ୍ରକ୍‌ ଚଲାଉଛି । ଏପରିକି ସେ ବାଲେଶ୍ୱରରୁ ମଝିରେ ମଝିରେ ଆସି ତ୍ରିଶୂଳିଆ ଅଞ୍ଚଳରେ ରହି ପୁଣି ଫେରିଯାଉଛି । ତେଣୁ ପୁଲିସର ଏକ ଟିମ୍‌ ପ୍ରଥମେ ବାଲେଶ୍ୱରରେ ଯାଇ ଡେରା ପକାଇଲା । ସେଠାରେ ଯେତେ ଟ୍ରକ୍‌ ସଂଘ,ଟ୍ରକ୍‌ ପାର୍କିଂ ସ୍ଥଳ ଓ ଟ୍ରାନ୍ସପୋର୍ଟ ଅଛି ସେସବୁକୁ ଛାନ୍‌ଭିନ୍‌ କରିବାକୁ ଲାଗିଲା । ସବୁ ଟ୍ରକ୍‌ର ଡ୍ରାଇଭରଙ୍କୁ ସ୍କାନ୍‌ କରାଗଲା । ମାତ୍ର ଦୀର୍ଘ ୧ ମାସ କାଳ ସେଠାରେ ପୁଲିସ ତଦନ୍ତ କରିବା ପରେ ବି କିଛି ମିଳିଲାନି । ଶେଷରେ ପୁଲିସ ତାର ତଦନ୍ତକୁ ଭିନ୍ନ ଦିଗକୁ ନେଇଥିଲା ।