PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ମିଶିଲେ ସୁନୀଲ ଜାଖଡ, କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ
  • ||
  • ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାନ୍ଧିଥିଲା ଏନ୍‌ଆଇଏ
  • ||
  • ପୁରୀ : ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୨ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ଆଜି-କାଲି ବର୍ଷା ଆଶଙ୍କା, ତିନି ଦିନ ପରେ ପୁଣି ତାତି
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌… ଅଖ ଅନୁକୂଳ, ନାହାକା ଚକରେ ପଇତା ଓ ୧୫ ଚକ ପ୍ରସ୍ତୁତ
  • ||
  • ମୋହନା: ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • କୁତ୍ରା: ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ଥାନାରେ ଏତଲା ଦେଲେ ପରିବାରଲୋକ
  • ||
  • ବାରଙ୍ଗ: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ପ୍ରେମିକକୁ ହତ୍ୟା କଲେ ପ୍ରେମିକା ପରିବାର, ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୧୭୦ ଆତଙ୍କବାଦୀ, ତାଲିମ ଦେଉଛି ପାକିସ୍ତାନୀ ସେନା ଏବଂ ISI
  • ||

ନିର୍ବାଚନ ପୂର୍ବରୁ ସ୍ପେଶାଲ ଡ୍ରାଇଭ: ପୁରୁଣା ଅପରାଧୀଙ୍କ ତାଲିକା ଖୋଜୁଛି ପୁଲିସ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଚଳିତବର୍ଷ ପୁଲସି ପାଇଁ ବଡ଼ ଚାଲେଞ୍ଜ ହେଉଛି ସାଧାରଣ ନିର୍ବାଚନ । ଆଇନ୍‌ଶୃଙ୍ଖଳା ବଜାୟ ରଖି ଅବାଧ ଓ ସୁରକ୍ଷିତ ନିର୍ବାଚନ କରିବା ପୁଲିସ ପାଇଁ ବଡ଼ ଆହ୍ୱାନ । ଏ ଦିଗରେ କମିଶନରେଟ ପୁଲିସ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି । ଖାଲି ୨୦୧୪ ନିର୍ବାଚନ ବେଳର ନୁହେଁ, ୧୨ ବର୍ଷର ତଳର ଦାଗୀ, ଅପରାଧୀଙ୍କ ତାଲିକା ଖୋଜିବା ଆରମ୍ଭ କରିଛି ପୁଲିସ । ସେମାନଙ୍କ ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଛି । ଆଗକୁ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରହିବ । ଯଦି କେହି ଅପରାଧ ଘଟାଏ, ତାକୁ ଗିରଫ କରାଯିବ । କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଭୁବନେଶ୍ୱର ଓ କଟକ ୟୁପିଡିର ବରିଷ୍ଠ ଅଧିକାରୀଙ୍କୁ ନେଇ ଏ ବାବଦରେ ମିଟିଂ କରାଯାଇଛି ।୨୦୧୫ ମସହିାରୁ ୨୦୧୭ ଭତିରେ ଘଟିଥିବା ଅପରାଧର ତାଲିକା ୨ ମାସ ଧରି ତିଆରି ଚାଲିଛି । ଏହି ସମୟରେ ଟନି୍ୱ୍‌ସଟିେିର ଧରାପଡିଥିବା ଅପରାଧୀଙ୍କ ତଥ୍ୟ ଖୋଜା ହେଉଛି । ଅଭ୍ୟାସଗତ ଓ ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀଙ୍କ ସହ ଚୋର, ଲୁଟେରାଙ୍କ ଅଲଗା ତାଲିକା କରାଯାଉଛି । ପତ୍ରି ଥାନାକୁ ସେମାନଙ୍କ ଲିଷ୍ଟ ଦିଆଯିବ । ୨୦୧୪ ସାଧାରଣ ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଘଟିଥିବା ଅପରାଧରେ ସଂପୃକ୍ତ ଅପରାଧୀଙ୍କ ଉପରେ ମଧ୍ୟ ନଜର ରଖାଯିବ । ନିର୍ବାଚନ ଋତୁରେ ୧୧୦ ସିାର୍‌ପିସିକୁ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରାଯିବ । ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ପୁରୁଣା ଓ କୁଖ୍ୟାତ ଅପରାଧୀଙ୍କୁ ନିର୍ବାଚନ ପବୂର୍ରୁ ଥାନାରେ ବସାଇବୁ ବୋଲି ଶ୍ରୀ ମହାନ୍ତି ସୂଚାଇ ଦେଇଛନ୍ତି ।