PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଓ ଯୋଜନା ପଣ୍ଡ, ରାସ୍ତାରୁ ପାଇପ୍ ବୋମା ଉଦ୍ଧାର
  • ||
  • ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୦୩୧ କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
  • ||
  • ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଦିନକରେ ଚାଲିଗଲା ଆଉ ୪୩ ଜଣ ଆକ୍ରାନ୍ତଙ୍କ ଜୀବନ
  • ||
  • ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର, ଶିଶୁପାଳଙ୍କୁ ହରାଇ ଋକ୍ମିଣୀଙ୍କୁ ହରଣ କରିବେ
  • ||
  • ଆଜିଠୁ କ୍ୟାମ୍ପେନ୍‌ ମୋଡରେ ହେବ ଟିକାକରଣ, ଦିନକୁ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା
  • ||
  • ଦେବସ୍ନାନ ପୂର୍ଣ୍ଣିମା: ଘରେ ପହଞ୍ଚିବ ଅବଢ଼ା
  • ||

ନୂଆ ଆଇନ ଆସିବା ପରେ ତତ୍ପରତା କିନ୍ତୁ ପୁଲିସ ଗାଡ଼ିର ନାହିଁ ପଲ୍ୟୁସନ୍‌ ଓ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌

କଟକ ୧୦/୯ : ନୂଆ ମୋଟର ଯାନ ଆଇନ ଲାଗୁ ହେଲା ବୋଲି ପୁଲିସ ଏବେ ତତ୍ପରତା ଦେଖାଉଛି । ଗଳିକନ୍ଦିରେ ଛିଡ଼ା ହୋଇ ଫାଇନ୍‌ ଆଦାୟ କରୁଛି । ବିନା ଫାଇନ୍‌ରେ କାହାରିକୁ ଛାଡ଼ୁନି । ବେଆଇନ ପାର୍କିଂ, ଭାରୀଯାନ ଚଳାଚଳ ଉପରେ ନଜର ନଦେଇ କେବଳ ଦୁଇ ଚକିଆ ଯାନ ଚାଳକଙ୍କଠାରୁ ଜରିମାନା ଆଦାୟ ଉପରେ ଗୁରୁତ୍ୱ ଦେଉଛି । ଅବଶ୍ୟ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ପୁଲିସ କୋହଳ ମନୋଭାବ ପୋଷଣ କରିବାକୁ ବାଧ୍ୟ ହୋଇଛି । କିନ୍ତୁ ଗତ କିଛି ଦିନ ଭିତରେ ପୁଲିସର ଆଭିମୁଖ୍ୟ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କିନ୍ତୁ ପୁଲିସର ଏହି କଠୋର କାର୍ଯ୍ୟାନୁଷ୍ଠାନ ପଛରେ ନିଜର ତ୍ରୁଟି ଲୁଚିଯାଇଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ବିସ୍ମୟକର କଥା ହେଉଛି, ଏହି ଆଇନକୁ କାର୍ଯ୍ୟକାରୀ କରି ବାହାଦୂରି ଦେଖାଉଥିବା ପୁଲିସ୍‌ ଖୋଦ ବ୍ୟବହାର କରୁଥିବା ଗାଡ଼ିର କାଗଜପତ୍ର ଠିକ୍‌ ନାହିଁ । ପ୍ରଦୂଷଣ ସାର୍ଟିଫିକେଟକ୍‌ ନଥିବା ସହିତ ଫିଟ୍‌ନେସ୍‌ ମଧ୍ୟ ନାହିଁ । ଗତ ଶନିବାର ଭୁବନେଶ୍ୱରରେ ଏଭଳି ଏକ ଗାଡ଼ି ଧରାପଡ଼ି ଲଙ୍କାକାଣ୍ଡ ହେବା ପରେ କଟକ ପୁଲିସ ଏବେ ନିଜ ଗାଡ଼ିର କାଗଜପତ୍ର ଠିକ୍‌ କରିବାରେ ଲାଗି ପଡ଼ିଛି । ନୂଆ ଆଇନ କାର୍ଯ୍ୟକାରୀ କରିବାରେ ପୁଲିସର ଭୂମିକା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଟକ ପୁଲିସ ଏବେ ବାଇକ୍‌ ଚାଳକଙ୍କ ସହିତ ଅଟୋ ଓ ଚାରି ଚକିଆ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛି । ବାଇକ୍‌ର କାଗଜପତ୍ର ସହିତ ହେଲ୍‌ମେଟ୍‌ ଓ ଡିଏଲ୍‌ ବି ଯାଞ୍ଚ କରୁଛି । ଚାରିଚକିଆ ଗାଡ଼ିରେ ଫିଟ୍‌ନେସ୍‌, ପ୍ରଦୂଷଣ ସାର୍ଟିଫିକେଟ୍‌ ଓ ଇନ୍ସ୍ୟୁରାନ୍ସ କାଗଜପତ୍ର ମାଗୁଛି । ନଚେତ ସର୍ବନିମ୍ନ ୧ ହଜାର ଟଙ୍କାର ଜରିମାନା ଆଦାୟ କରୁଛି । ଗତ ୧ ତାରିଖରୁ ଏହି ଭଳି ଢଙ୍ଗରେ କମିସନରେଟ୍‌ ପୁଲିସ ତାର ଯାଞ୍ଚ ଚଳାଉଛି । ବିଭିନ୍ନ ମୁଖ୍ୟ ରାସ୍ତା ସହିତ ସହରର ଗଳି ରାସ୍ତା ପାଖରେ ବି ଯାଞ୍ଚ କରୁଛି । ଏହି କ୍ରମରେ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିସାରିଲାଣି ।

ସହରର ୧୭ଟି ସାଧାରଣ ଥାନା ଓ ଦୁଇଟି ଟ୍ରାଫିକ୍‌ ଥାନା ଏହି ଜରିମାନା ଆଦାୟ କରିବାରେ ବ୍ୟସ୍ତ । ହେଲେ ଗୋଦରୀର ନିଜ ଗୋଡ଼ ଦେଖ ଭଳି ପୁଲିସର ପରିସ୍ଥିତି ଏବେ ସୃଷ୍ଟି ହୋଇଛି । ଛାତି ଫୁଲାଇ ସାଧାରଣ ଲୋକଙ୍କଠାରୁ ଫାଇନ୍‌ ଆଦାୟ କରୁଥିବା ପୁଲିସ ବିଭାଗଯେ, ନିଜେ ଭୁଲ୍‌ କରି ଚାଲିଛି ତାହା ଏବେ ଜଳଜଳ ହୋଇ ଦିଶୁଛି । କଟକ ପୁଲିସ ପାଖରେ ଥିବା ପ୍ରାୟ ୫୦ଟି ଚାରି ଚକିଆ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିବା ଜଣାପଡ଼ିଛି । ପ୍ରଦୂଷଣ ସାର୍ଟିଫିଟେକ୍‌ ମିଳିବା ପରେ ଗାଡ଼ିର କାଚ ଆଗରେ ଏକ ଷ୍ଟିକର ଲଗାଇବା ପାଇଁ ଦିଆଯାଏ ।

ମାତ୍ର କଟକ କମିସନରେଟ୍‌ ପୁଲିସର ଗୋଟିଏ ହେଲେ ଗାଡ଼ିରେ ଏଭଳି ଷ୍ଟିକର ଲାଗିନଥିବା ଦେଖାଯାଇଛି । ଏପରିକି ବହୁ ଗାଡ଼ିର ଫିଟ୍‌ନେସ୍‌ ନଥିବା ମଧ୍ୟ ଜଣାପଡ଼ିଛି । ଗାଡ଼ିର ଫିଟ୍‌ନେସ୍‌ ନଥିବା ବିଷୟ ଆର୍‌ଟିଓଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି । ତେଣୁ ଏଭଳି ସ୍ଥିତିରେ କଟକ ପୁଲିସ କେଉଁ ସାହସରେ ସାଧାରଣ ଲୋକଙ୍କଠାରୁ ଫାଇନ୍‌ ଆଦାୟ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଥମେ ପୁଲିସ ତାର ସବୁ ଗାଡ଼ି ପାଇଁ ଫାଇନ୍‌ ଦେବା ସହିତ ସମସ୍ତ କାଗଜପତ୍ର ଠିକ୍‌ କରି ରାସ୍ତାରେ ଗାଡ଼ି ଚଲାଉ ବୋଲି ସାଧାରଣ ଲୋକ ଦାବି କରିଛନ୍ତି । ନଚେତ ବିଚ୍‌ ରାସ୍ତାରେ ଚଲାଇଥିବା ଏହି ଫାର୍ସ ବନ୍ଦ କରୁବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ଅନ୍ୟପଟେ ଭୁବନେଶ୍ୱରରେ ଏକ ପୁଲିସ ଗାଡ଼ିର କାଗଜପତ୍ର ଯାଞ୍ଚକୁ ନେଇ ଦେଖାଦେଇଥିବା ପରିସ୍ଥିତି ପରେ କଟକ ପୁଲିସର ଏବେ ଚେତା ପସିଛି । ସବୁ ଥାନାର ଅଧକାରୀ ସେମାନଙ୍କର ଥାନା ଗାଡ଼ି ଓ ପିସିଆର୍‌ ଭ୍ୟାନ୍‌ର କାଗଜପତ୍ର ତୁରନ୍ତ ଠିକ୍‌ କରାନ୍ତୁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶ ପାଇବା ପରେ ପୁଲିସ ବାବୁମାନେ ଏବେ ପଲ୍ୟୁସନ୍‌ ଟେଷ୍ଟିଂ ସେଣ୍ଟରରେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର