PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ମାସ୍କ ନପିନ୍ଧିଲେ ଲୋକେ ଦେଉଛନ୍ତି ଫାଇନ୍‌ : ପୁଲିସ୍‌ DIGଙ୍କ ପାଇଁ କଣ ଅଲଗା ଆଇନ୍‌ ?

ajtak

ନୂଆଦିଲ୍ଲୀ :  କରୋନା ମହାମାରୀ ବିରୋଧ ଲଢ଼େଇରେ କେବଳ ୨ଟି ଏମିତି ଅସ୍ତ୍ର ଅଛି , ଯାହା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ଏବଂ ଯେଉଁଥି ପାଇଁ ଅନେକ ଲୋକଙ୍କର ଜୀବନ ମଧ୍ୟ ରକ୍ଷା ହୋଇଛି। ଗୋଟିଏ କରୋନା ଟିକା ଓ ଅନ୍ୟଟି ମାସ୍କ। ଲଗାତାର ସରକାରଙ୍କ ପକ୍ଷରୁ ମଧ୍ୟ କୁହାଯାଇଛି କି ମାସ୍କ ପିନ୍ଧିବା ବହୁତ ଜରୁରୀ ଅଟେ । ମାସ୍କ ପିନ୍ଧିବାରେ କରୋନା ହେବାର ବିପଦ ବହୁତ କମି ଯାଏ । ଏବେ ଯେଉଁ ଲୋକ ମାସ୍କ ପିନ୍ଧୁ ନାହାନ୍ତି , ସେମାନଙ୍କର ଫାଇନ୍‌ ତୁରନ୍ତ କଟାଯାଉଛି । ହେଲେ ୟୁପିରେ ପୁଲିସ୍‌ଙ୍କ ଉପରେ ଏହି କଥା ବୋଧେ ଲାଗୁ ହୋଇନି ଏବଂ ଯଦି ହୋଇଥାଏ ତ ଡିଆଇଜିଙ୍କ ପାଇଁ କୌଣସି ଅଲଗା ଆଇନ୍‌ ଅଛି ।

ୟୁପିର ସନ୍ଥ କବୀର ନଗରରୁ ପୁଲିସ୍‌ ଡିଆଇଜି ଅନିଲ କୁମାର ରାୟଙ୍କର ଏକ ଫଟୋ ସାମନାକୁ ଆସିଛି । ସେଠାରେ ସେ ବଡ଼ ଗର୍ବରେ ଅଡିଟୋରିୟମର ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ତ ହୋଇଥିଲେ , ହେଲେ ମାସ୍କ ଠିକ୍‌ରେ ପିନ୍ଧିନଥିଲେ । ଫଟୋରେ ସ୍ପଷ୍ଟ ଦେଖାଯାଉଛି କି ଡିଆଇଜି ମାସ୍କକୁ କେବଳ ମୁହଁର ଶୋଭା ବଢ଼ାଇବା ପାଇଁ ରଖିଛନ୍ତି । ସେ ଏହାକୁ ନାକ ତ ନୁହେଁ ମୁହଁ ଯାଏ ବି ଲଗାଇ ନାହାନ୍ତି ।

ଆଶ୍ଚର୍ଯ୍ୟର କଥା ଅନ୍ୟ ଦୁଇ ଜଣ ପୁଲିସ୍ ଅଫିସର ସଠିକ୍‌ ଭାବେ  ମାସ୍କ ଲଗେଇଛନ୍ତି ।  ଏଥିରେ ପ୍ରଶ୍ନ ଉଠୁଛି କି  କଣ ପୁଲିସ୍‌ ପାଇଁ କରୋନା ସମୟରେ ଅଲଗା ଆଇନ୍‌ ରହିଛି କି ?  କଣ ମାସ୍କ ନପିନ୍ଧିବାରେ ଡିଆଇଜିଙ୍କ ବିରୋଧରେ ମଧ୍ୟ ଆକ୍ସନ ହେବ ?  କଣ ଡିଆଇଜିଙ୍କ ଠାରୁ ଫାଇନ୍‌ ଆଦାୟ ହେବ ?