PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ପଲିଥିନ୍‌ ତଳେ କଟୁଛି ଜୀବନ- ଛଅ ପ୍ରାଣୀ କୁଟୁମ୍ବ ଏବେ ରାସ୍ତାକଡରେ ନେଇଛନ୍ତି ଆଶ୍ରୟ

ଇନ୍ଦ୍ରାବତୀ- ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବରାଙ୍ଗପଦର ଗ୍ରାମରେ ଇନ୍ଦ୍ରାବତୀ ମୁଖ୍ୟ ବଜାର କଡରେ ୬ ପ୍ରାଣୀ କୁଟୁମ୍ବ ଏବେ ପଲିଥିନ୍‌ ଭରସାରେ ଜୀବନ ବିତାଉଛନ୍ତି । ଦିନ ମଜୁରିଆ ଭାବରେ କାମ ରୁଥିବା ଦୁର୍ଯ୍ୟ ହରିଜନଙ୍କ ସହ ତାଙ୍କ ସ୍ତ୍ରୀ ପିଲାମାନେ ଏବେ ବଜାର କଡରେ ଆଶ୍ରୟ ନେଇଛନ୍ତି । ସରକାରୀ ସହାୟତା କହିଲେ ମିଳୁଛି ୨୫ କିଲୋ ଚାଉଳ ।

ଏମାନଙ୍କୁ ସରକାରୀ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ମିଳିଛି । ବିଭିନ୍ନ ଅଫିସ୍‌ ଏବଂ ଲୋକ ପ୍ରତିନିଧିଙ୍କୁ ପାଖକୁ ଦୌଡି ଦୌଡି କୌଣସି ଲାଭ ହୋଇ ନାହିଁ । କେବଳ ମିଳିଛି ପଲିଥିନ୍‌ ଖଣ୍ଡେ । ତହସିଲ୍‌ କାର୍ଯ୍ୟାଳୟରୁ ପଲିଥିନ୍‌ ମିଳିଥିଲେ ମଧ୍ୟ ଅନ୍ୟ କୌଣସି ସହାୟତା ମିଳି ନାହିଁ ।

ସରକାର ଘରେ ତିଆରି ପାଇଁ ବିଭିନ୍ନ ଯୋଜନରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଏହି ପରିବାର ପାଇଁ ତାହା ସାତ ସପନ । ଘର ତିଆରି ଯୋଜନାରେ ତାଙ୍କର ନାଁ ଥିଲେ ମଧ୍ୟ ସହାୟତା ମିଳୁନି । ସରକାରୀ କର୍ମଚାରୀ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ହେଲେ କୌଣସି ସୁଫଳ ମିଳୁ ନଥିବା ଦୁର୍ଯ୍ୟ କହିଛନ୍ତି ।