PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନୂତନ ପାଞ୍ଜି ପଠନ, ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ

ପୁରୀ,୨୩ା୩(ବ୍ୟୁରୋ): ଚଳିତ ବର୍ଷ ଭାରତବର୍ଷକୁ ବିଷେଶ ଶୁଭକାରକ ନୁହେଁ । ଓଡ଼ିଶାବାସୀ ମଧ୍ୟ ଆର୍ଥିକ ଓ ସ୍ୱାସ୍ୟ୍ଥକଷ୍ଟ ଭୋଗେିବ । ରାଜନୈତକି କ୍ଷେତ୍େରର ବଡ଼ଧରଣର ହଟଚମଟ ସୃଷ୍ଟି ହେବ । ରାଜନୈତିକ ଦୃଶ୍ୟପଟ୍ଟ ବଦଳିବ । ଅସ୍ଥିରତା ଆଡ଼କୁ ସୂଚାଉଛି ଗ୍ରହନକ୍ଷତ୍ର । ଏପରିକି ରାଜ୍ୟରେ ଶାସକ ପରିବର୍ତ୍ତନର ମଧ୍ୟ ଆଭାସ ମିଳୁଛି ।

ମହାପ୍ରଭୁଙ୍କ ନିକଟରେ ଚଳିତବର୍ଷ ନୂତନ ପାଞ୍ଜି ପଠନ ଅବସରରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଜ୍ୟୋତିଷ ଶିବନାରାୟଣ ମହାପାତ୍ର । ପବତ୍ରି ଦୋଳପୂର୍ଣ୍ଣିମା ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ନିକଟରେ ଦୋଳବେଦି ପରିସରରେ ରାଜଜ୍ୟୋତିଷ ଶ୍ରୀ ମହାପାତ୍ର ନୂତନ ପାଞ୍ଜି ପଠନ କରିଥିଲେ ।ଏଥିସହିତ ପୁରୁଣା ରାଜାନଅର, ଅଷ୍ଟଶମ୍ଭୁ ମନ୍ଦିର ତଥା ଓଡ଼ିଆ ମଠରେ ନୂତନ ପାଞ୍ଜି ପଠନ କରାଯାଇଥିଲା । ଠାକୁରଙ୍କ ନକିଟରେ ଚଳତି ବର୍ଷର ଦେଶବାସୀଙ୍କ ଅବସ୍ଥା, ରାଜନୈତକି ସ୍ଥିତି, ଆୟବ୍ୟୟ, କୃଷି ତଥା ବର୍ଷା ଆଦି ନେଇ ଜ୍ୟୋତିଷ ଶାସ୍ତ୍ରଗତ ପାଠର ଆଲୋଚନା କରାଯାଇଥିଲା ।

ରାଜଜ୍ୟୋତିଷ ଶ୍ରୀ ମହାପାତ୍ରଙ୍କ ଗଣନା ଅନୁସାରେ ଭାରତବର୍ଷର ମକର ରାଶି ଓ ଓଡିଶାର ବୃଷ ରାଶି । ଏଥର ଶନି ଓ ବୃହଷ୍ପତ୍ତିଙ୍କ ଚଳନ ରହିଛି । ଏଣୁ ପ୍ରଜାମାନେ ଆଥିର୍କ ସଙ୍କଟ ଓ ସ୍ୱାସ୍ଥ୍ୟଗତ କଷ୍ଟ ଭୋଗିବେ । ଭାରତର ମକର ରାଶି ହୋଇଥିବାରୁ ଦେଶ ପାଇଁ ଏତେ ଶୁଭକାରକ ନୁହେଁ । ଓଡିଶାର ବୃଷ ରାଶି । ଶନିଙ୍କ ଦୃଷ୍ଟି ପଡିଥ଼ିବାରୁ ଗଣ୍ଡଗୋଳିଆ ପରସିତ୍ଥି ଉପୁଜିବ । ଆଥିର୍କ କ୍ଷତି ସହ ରାଜନୈତିକ ବିଭ୍ରାନ୍ତି ଦେଖାଦେବ । ଶାସନ କ୍ଷେତ୍ରରେ ପରିବର୍ତ୍ତନର ଯଥେଷ୍ଟ ଆଶଙ୍କା ରହିଛି । ଏବର୍ଷ ୮୦ ଦିନ ପାଳକ ରହିଛି । ଅର୍ଥାତ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ତାହାହେଲେ କୃଷି ମଧ୍ୟ ଭଲ ହେବ । କୃଷକ ଭଲ ଶସ୍ୟ ପାଇବ । ଜ୍ୟୋତିଷଙ୍କ କହିବା ମୁତାବକ ଚଳିତ ବର୍ଷ ଧନୁ, ମକର ଓ କନ୍ୟା ରାଶିକୁ ସେତେଟା ଶୁଭ ନାହିଁ । ଏଣୁ ଗ୍ରହ ଚଳନର ପ୍ରତିକାର ସ୍ୱରୂପ ଶିବାର୍ଚ୍ଚନା, ରୁଦ୍ରାଭିଷେକ, ଚଣ୍ଡୀପାଠ, ବିଷ୍ଣୁସହସ୍ର ନାମ ଆଦି ପୂଜା ପାଠ କରିବା ବିଧେୟ ବୋଲି ରାଜଜ୍ୟୋତିଷ ଶ୍ରୀ ମହାପାତ୍ରଙ୍କ ସୂଚନା ରହିଛି ।