PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ନିର୍ବାଚନୀ ଥିମ୍‌ରେ ‘ସନ୍ଦେଶ’: ବଙ୍ଗଳା ଭାଷାରେ ଲେଖାଗଲା ‘ଜୟ ଶ୍ରୀରାମ’ ଓ ‘ଖେଲ୍ ହୋବେ’

କୋଲକାତା ୦୬/୦୩: ଚଳିତ ମାସ ଶେଷରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେଥିଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଗଲାଣି । ଏହାକୁ ଦୃଷ୍ଟିରେ ରଖି କୋଲକାତାର ଏକ ମିଠା ଦୋକାନ ‘ବଲରାମ ମଲ୍ଲିକ ରାଧାରମଣ ମଲ୍ଲିକ’ ପକ୍ଷରୁ ଏକ ଅଭିନବ ଉଦ୍ୟମ କରାଯାଉଛି । ସେଠାରେ ନିର୍ବାଚନକୁ ଥିମ୍‌ ଭାବେ ନେଇ ପଶ୍ଚିମବଙ୍ଗର ପ୍ରସିଦ୍ଧ ମିଠା ‘ସନ୍ଦେଶ’ ପ୍ରସ୍ତୁତ କରାଯାଉଛି । କିଛି ସନ୍ଦେଶରେ ଟିଏମ୍‌ସି, ବିଜେପି, କଂଗ୍ରେସ ଭଳି ରାଜନୈତିକ ଦଳର ନିର୍ବାଚନୀ ସଙ୍କେତ ରହିଥିବାବେଳେ ଆଉ କିଛିରେ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଟୋ ବି ରହିଛି । ଆଉ କିଛି ସନ୍ଦେଶରେ ବଙ୍ଗଳା ଭାଷାରେ ‘ଖେଲ ହୋବେ’, ‘ଜୟ ଶ୍ରୀରାମ’ ଲେଖାଯାଇଥିବା ଦେଖିବାକୁ ମିଳୁଛି ।

ଏ ସଂପର୍କରେ ଦୋକାନର ମାଲିକ ସୁଦୀପ ମଲ୍ଲିକ କହିଛନ୍ତି, ‘ଆମେ ସବୁବେଳେ ଟେଣ୍ଡକୁ ଦେଖି ମିଠା ପ୍ରସ୍ତୁତ କରୁ । କ୍ରିକେଟ୍‌ କିମ୍ବା ଫୁଟବଲ ବିଶ୍ୱକପ୍‌ ସମୟରେ ପ୍ରସିଦ୍ଧ ଖେଳାଳିମାନଙ୍କର ଫଟୋ ସମ୍ବଳିତ ସନ୍ଦେଶ ଆମେ ପ୍ରସ୍ତୁତ କରିଥାଉ । ନିର୍ବାଚନ ଆମ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ହୋଇଥିବାରୁ ଆମେ ଏହି ଉପଲକ୍ଷେ ଏଥରକ ମିଠା ପ୍ରସ୍ତୁତ କରିବାକୁ ସିଦ୍ଧାନ୍ତ ନେଇଛୁ ।’ ସୁଦୀପଙ୍କର ଏହି ଆଇଡିଆକୁ ବହୁ ଗ୍ରାହକ ପସନ୍ଦ ମଧ୍ୟ କରୁଛନ୍ତି । ବିଗତ କିଛି ଦିନ ମଧ୍ୟରେ ତାଙ୍କ ଦୋକାନରେ ମିଠାର ବିକ୍ରି ପ୍ରାୟ ୪୦ ପ୍ରତିଶତ ବଢ଼ିଯାଇଛି ।

ସୂଚନାଥାଉକି, ମାର୍ଚ୍ଚ ୨୭ ତାରିଖରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆରମ୍ଭ ହେବ । ୮ଟି ପର୍ଯ୍ୟାୟରେ ଏହା ହେବାକୁ ଥିବାବେଳେ ଏପ୍ରିଲ ୨୯ରେ ଶେଷ ହେବ ।