PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ମତଦାନ ପୂର୍ବରୁ ମାଓହମ୍‌ଲା; ନିର୍ବାଚନ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଫୁଲବାଣୀ, ୧୭ା୪(ଆପ୍ର): ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ମାଓବାଦୀଙ୍କ ବଡ଼ ହମ୍‌ଲା । ବୁଧବାର କନ୍ଧମାଳ ଜିଲ୍ଲାରେ ଜଣେ ମହିଳା ସେକ୍ଟର ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରୁ ଦୁଇଟି ପୋଲିଂ ପାର୍ଟି (୧୦ ଜଣ) ବର୍ତ୍ତି ଯାଇଥିବାବେଳେ ଗାଡ଼ି ଜାଳି ଦେଇ ଇଭିଏମ୍‌ ଲୁଟ୍‌ କରିଛନ୍ତି । ବୁଧବାର ମାତ୍ର ୪ ଘଣ୍ଟା ବ୍ୟବଧାନରେ ଘଟିଛି ୨ଟି ବଡ଼ ଧରଣର ମାଓ ହିଂସା । ମାଓପ୍ରବଣ ଗୋଚ୍ଛାପଡ଼ା ଓ ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି ଏଭଳି କାଣ୍ଡ ।

ପୂର୍ବାହ୍ନ ୧୦ଟା ୩୦ରେ ଘଟିଛି ପ୍ରଥମ ଘଟଣା । ସକାଳ ୮ଟାରେ ଦୁଇଟି ପୋଲିଂ ପାର୍ଟି (୫ ଜଣ ଲେଖାଏଁ)କୁ ଧରି ଦୁଇଟି ବୋଲେରୋ ବାହାରିଥିଲା ଫୁଲବାଣୀରୁ । ଉଭୟ ଯାଉଥିଲେ ଗୋଛାପଡ଼ା ଥାନା ଫିରିଙ୍ଗିଆ ବ୍ଲକର ସୁମେରୁବନ୍ଧ ପଞ୍ଚାୟତର ମିଙ୍ଗୁନିପଦରର ୨ଟି ବୁଥ୍‌କୁ । ସକାଳ ସାଢ଼େ ଦଶଟାରେ ଗାଡ଼ି ଦୁଇଟି ରୁବିଲେତା ଘାଟି ପାର ହେଉଥିବା ସମୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣରୁ ବର୍ତ୍ତି ଯାଇଥିଲା ଉଭୟ ଗାଡ଼ି । ଗାଡ଼ି ଦୁଇଟି ରହିବା ପରେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ସେମାନଙ୍କୁ ଘେରି ଯାଇଥିଲେ । ସମସ୍ତ ପୋଲିଂ କର୍ମଚାରୀଙ୍କୁ ଘଟଣାସ୍ଥଳରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ ସେମାନେ । ପ୍ରାଣ ବିକଳରେ ସମସ୍ତ ପୋଲିଂ କର୍ମଚାରୀ ଫେରିଯିବା ପରେ ମାଓବାଦୀମାନେ ୨ଟି ଇଭିଏମ ଲୁଟ କରିବା ସହ ଗାଡ଼ିି ଦୁଇଟିରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ।

ଘଟଣାସ୍ଥଲରେ ଗୋଟିଏ ମୋଟର ସାଇକଲ ମଧ୍ୟ ଜାଳି ଦେଇଥିଲେ । ତେବେ ମୋଟର ସାଇକେଲ୍‌ଟି କାହାର ଜଣାଯାଇନି । ପୋଲିଂ କର୍ମଚାରୀମାନେ ଚାଲି ଚାଲି ୫ କିମି ଦୂର ସାଡ଼ିଙ୍ଗିଆ ଠାରେ ପହଞ୍ଚିଥିଲେ । ଖବର ପାଇ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା ।

ଏହି ଘଟଣାର ମାତ୍ର ୪ ଘଣ୍ଟା ପରେ ଅପରାହ୍ଣ ସାଢ଼େ ଦୁଇଟାରେ ଜଣେ ମହିଳା ସେକ୍ଟର ଅଧିକାରୀ ସଂଯୁକ୍ତା ଦିଗାଲ(୨୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ସେହି ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ା ଥାନା ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ବାରାହାଲା ନିକଟରେ ପୋଲିଂ ବୁଥ୍‌ ଅନୁଧ୍ୟାନ କରିବାକୁ ଯାଉଥିଲା ସେକ୍ଟର ଟିମ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡ଼ିରେ ବସିଥିବା ଅନ୍ୟ ଦୁଇ ଅଧିକାରୀଙ୍କ ଜୀବନ ବଞ୍ଚିଯାଇଛି । ଘଟଣା ସଂପର୍କରେ ଟିମ୍‌ର ସେକ୍ଟର ଅଧିକାରୀ ତଥା ଲୁଇସିଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି ଯେ ସେ, ଲୁଇସିଂ ପଞ୍ଚାୟତର ଜିଆରଏସ୍‌ ସଂଯୁକ୍ତା ଦିଗାଲ ଓ ଯୋଗାଣ ସହାୟକ ସୁରେଶ ସାହୁ ଏକ ବୋଲରୋ (ଓଆର୦୨ଏ-୩୧୨୧) ଯୋଗେ ବାରାହାଲ ବୁଥ୍‌ ଅନୁଧ୍ୟାନ କରିବାକୁ ଯାଉଥିଲେ ।

ଅପରାହ୍ନ ପ୍ରାୟ ୨ଟା ୩୦ରେ ବାରାହାଲ ଠାରୁ ୫ କିମି ପୂର୍ବରୁ ଏକ ପୋଲ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଗାଡ଼ିର ଠିକ୍‌ ୨/୩ ଫୁଟ ଦୂରରେ ବିସ୍ଫୋରଣ ହୋଇଥିଲା ଲ୍ୟାଣ୍ଡମାଇନ୍‌ । ଗାଡ଼ି ଚାଳକ ହଠାତ୍‌ ବ୍ରେକ୍‌ ଦେବାରୁ ଲ୍ୟାଣ୍ଡମାଇନ୍‌ରୁ ବର୍ତ୍ତି ଯାଇଥିଲା । ଡ୍ରାଇଭର ଚତୁରତାର ସହ ଗାଡ଼ି ପଛକୁ ବୁଲାଇ ଦ୍ରୁତ ଗତିରେ ଫେରି ଆସୁଥିବା ବେଳେ ମାଓବାଦୀମାନେ ଗାଡ଼ି ଉପରକୁ ଆଖିବୁଜା ଗୁଳି ଚଳାଇ ଥିଲେ । ସେଥିରୁ ଗୋଟିଏ ଗୁଳି ଗାଡ଼ିର ମଝି ସିଟ୍‌ରେ ବସିଥିବା ସଂଯୁକ୍ତାଙ୍କ ମୁଣ୍ଡରେ ବାଜିଥିଲା । ସଙ୍ଗେ ସଙ୍ଗେ ଗାଡ଼ି ଭିତରେ ହିଁ ସଂଯୁକ୍ତା ଟଳି ପଡିଥିଲେ । ଡ୍ରାଇଭର ଗାଡ଼ି ନ ଅଟକାଇ ଦ୍ରୁତ ଗତିରେ ସିଧା ବାଲଦାପଡ଼ା ହସ୍ପିଟାଲକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ଫୁଲବାଣୀ ଜିଲ୍ଲା ମୁଖ୍ୟ ହସପିଟାଲକୁ ପଠାଇ ଦେଇଥିଲେ । ଫୁଲବାଣୀ ଡାକ୍ତରଖାନାରେ ସଂଯୁକ୍ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ଜାଣିବା ପରେ ହସ୍ପିଟାଲ ପରିସର ଲୋକାରାଣ୍ୟ ହୋଇ ପଡ଼ିଥିଲା । ଏହି ଘଟଣା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଡିଏସ୍‌ପି ଅଲବିନସ କେରକେଟା,