PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ପରିବହନ ସଚିବଙ୍କ ସୂଚନା :ମାସେ ଯାଏଁ ପଲ୍ୟୁସନ୍ ଚେକିଂ କୋହଳ,ଭୁଲରେ ଚାଳକଙ୍କ ଠାରୁ ଫାଇନ ନେଲେ ଅଫିସର ଦେବେ ଡବଲ ଫାଇନ୍

ଭୁବନେଶ୍ବର ୬।୯: ସାରା ଦେଶରେ ଲାଗୁ ହୋଇଥିବା ନୂତନ ଟ୍ରାଫିକ୍ ନିୟମକୁ ନେଇ ଲୋକଙ୍କ ଭିତରେ ଏକ ପ୍ରକାର ଛନକା ପଶିଯାଇଥିଲା। ଚାରିଆଡେ ବ୍ଲକିଂ ଏବଂ ଚେକିଂ ଦେଖି କିଏ କେତେବେଳେ ଫାଇନର ଶିକାର ହେବ ସେଥିପାଇଁ ସାଧାରଣ ଲୋକଙ୍କ ଭିତରେ ଚିନ୍ତା ବଢିଯାଇଥିଲା। କିନ୍ତୁ ଏବେ ଲୋକଙ୍କର ଏହି ସମସ୍ୟାକୁ କିଛି ମାତ୍ରାରେ କୋହଳ କରିଦିଆଯାଇଛି। ନିୟମରେ କିଛି ମାତ୍ରାରେ କୋହଳ କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି। ତେଣୁ ଏବେ ପଲ୍ୟୁସନ ଚେକିଂକୁ ମାସେ କୋହଳ କରିଦିଆଯାଇଛି ବୋଲି ପରିବହନ ବିଭାଗ ପକ୍ଷରୁ ନିଜେ ସଚିବ ଜି. ଶ୍ରୀନିବାସଙ୍କ ସୂଚନା ଏ ସମ୍ପର୍କରେ ଦେଇଛନ୍ତି ସୂଚନା।

ପଲ୍ୟୁସନ୍ ଚେକିଂକୁ ପରିବହନ ବିଭାଗ ମାସେ କୋହଳ କରିବା ଦ୍ବାରା ସାଧାରଣ ଜନତାଙ୍କୁ କିଛି ଦିନ ପାଇଁ ନିସ୍ତାର ମିଳିଛି ଏହି ନିୟମରୁ। ଏ ନେଇ ପରିବହନ ସଚିବ କହିଛନ୍ତି ଯେ, କେବଳ ସେତିକି ନୁହେଁ ଟ୍ରାଫିକ୍ ଚେକିଂ ବେଳେ କ୍ଷମତାର ଅପବ୍ୟବହାର କରିପାରିବେନି ଅଫିସର । ଚାଳକକୁ ଭୁଲବଶତଃ ଫାଇନ୍ ପକାଇ ପାରିବେନି କର୍ମଚାରୀ । ଭୁଲ୍ କଲେ ଅଫିସରମାନେ ଡବଲ୍ ଫାଇନ୍ ଦେବେ। ଏହାଛଡା ଏକକ ଫାଇନ୍ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଗୋଟିଏ ଗାଡିର ବିଭିନ୍ନ ତ୍ରୁଟିର ଫାଇନକୁ ନେଇ ଚାଲିଛି ଆଲୋଚନା । ଗୁଡାଏ ଫାଇନ୍ ବଦଳରେ ଗୋଟିଏ ଫାଇନ୍ ନେବାକୁ ବିଚାର ଚାଲିଛି । ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ପାଇଁ ୧୭ଟି ସ୍ଥାନରେ ସିଭିଲ୍ କାର୍ଯ୍ୟରେ ଶେଷ ହୋଇଛି । ସେଗୁଡିକ ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ବାକି ଅନ୍ୟ ସବୁ ଜିଲ୍ଲାରେ ଡ୍ରାଇଭିଂ ଟ୍ରାକ୍ ସିଷ୍ଟମ୍ କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର