ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଆଉ ଜଣେ ଷ୍ଟାର୍‌ କିଡ୍‌ଙ୍କ ବଲିଉଡ୍‌ ଏଣ୍ଟ୍ରି, ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ପୂନମ୍‌ଙ୍କ ଝିଅ 'ପାଲୋମା'

ମୁମ୍ବାଇ ୨୧/୦୫: ଆଉ ଜଣେ ଷ୍ଟାର୍‌ କିଡ୍‌ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍‌ରେ । ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ପୂନମ୍‌ ଢିଲୋଁଙ୍କ ଝିଅ ପାଲୋମା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ । ସୂରଜ ବଡ଼ଜାତ୍ୟାଙ୍କ ଅପ୍‌କମିଙ୍ଗ ଫିଲ୍ମରେ ସେ ସିଲଭର ସ୍କ୍ରିନ୍‌କୁ ଓହ୍ଲାଇବେ। ଫିଲ୍ମମେକର୍‌ ଏ ବିଷୟରେ ଗତକାଲି ଘୋଷଣା କରିଛନ୍ତି । ରାଜଶ୍ରୀ ପ୍ରଡକ୍ସନ୍‌ ଅଧୀନରେ ଫିଲ୍ମଟି ନିର୍ମିତ ହେବ। ଏଇଟି ଏକ ଆଧୁନିକ ପ୍ରେମ କାହାଣୀ । ଅଭିନେତା-ରାଜନେତା ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ମଧ୍ୟ ଏହି ଫିଲ୍ମରେ ଅଭିନୟ କ୍ଷେତ୍ରରେ ଏଣ୍ଟ୍ରି କରୁଛନ୍ତି ।

{"id":418947,"sizeSlug":"large","linkDestination":"none"}

ଫିଲ୍ମରେ ପାଲୋମାଙ୍କୁ କାଷ୍ଟ କରାଯିବା ବିଷୟରେ ରାଜଶ୍ରୀ ପ୍ରଡକ୍ସନ୍‌ ନିଜ ଔପଚାରିକ ଟ୍ୱିଟର ପେଜ୍‌ରେ ଘୋଷଣା କରିଛି । ଏଥିରେ ଉଲ୍ଲେଖ ହୋଇଛି ‘ରାଜଶ୍ରୀର ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ରାଜବୀର ଦେଓଲଙ୍କ ଅପୋଜିଟ୍‌ରେ ପାଲୋମାଙ୍କୁ କାଷ୍ଟ୍‌ କରି ପ୍ରଡକ୍ସନ୍‌ ହାଉସ୍‌ ଗର୍ବିତ । ସୂରଜ ବଡ଼ଜାତ୍ୟାଙ୍କ ପୁଅ ଅବନିଶ ବଡ଼ଜାତ୍ୟା ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ଏକ ସ୍ମରଣୀୟ ଯାତ୍ରା ଆରମ୍ଭ ହୋଇଛି ।’

{"id":418948,"sizeSlug":"large","linkDestination":"none"}

ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହୁଥିବା ପାଲୋମା ନିଜ ଦୈନନ୍ଦିନ ଜୀବନଶୈଳୀର ଫଟୋ ଓ ଭିଡିଓ ନିୟମିତ ଫ୍ୟାନ୍‌ଙ୍କ ସହ ଶେୟାର କରନ୍ତି । ଯୋଗକୁ ଭଲପାଉଥିବା ଏହି ସୁନ୍ଦରୀଙ୍କର ଅନେକ ଯୋଗ ଭିଡିଓ ଖୁବ୍‌ ପ୍ରଶଂସିତ ହେଉଛି । ୟୁଜର୍‌ ତାଙ୍କ ଲୁକ୍‌କୁ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ମା’ ପୁନମ୍‌ଙ୍କ ଭଳି ପାଲୋମା ବି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବେ ଏବଂ ଅନ୍ୟ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ ଖୁବ୍‌ଶୀଘ୍ର ସାମିଲ ହେବେ ବୋଲି ଆଶା କରାଯାଉଛି।

{"id":418949,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.