ପ୍ରିୟଙ୍କା ଗାନ୍ଧୀଙ୍କୁ ତୈମୁର ସହିତ ତୁଳନା କଲେ ପୁନମ୍ ମହାଜନ, ଶରଦ ପାୱାରଙ୍କୁ କହିଲେ ଶକୁନି

ଘାଟକୋପର ୫/୨: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିରେ ବୟାନବାଜି ସେତେ ବଢିବାରେ ଲାଗିଛି । ବିଜେପି ଓ କଂଗ୍ରେସ ନେତା ପରସ୍ପର ଉପରେ ଆକ୍ରମଣ କରିବାର ସୁଯୋଗ ହାତଛଡା କରୁନାହାନ୍ତି । ତେବେ ଏହା ମଧ୍ୟରେ ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ତଥା ସାଂସଦ ପୁନମ ମହାଜନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଟାର୍ଗେଟ୍ କରି ତାଙ୍କ ତୁଳନା ଶକୁନି ସହିତ କରିଛନ୍ତି । କେବଳ ସେତିକି ନୁହେଁ ସେ ପ୍ରିୟଙ୍କା ଗାନ୍ଧୀଙ୍କୁ ତୈମୁର ସହିତ ତୁଳନା କରିଛନ୍ତି ।

ଶରଦ ପାୱାରଙ୍କୁ କହିଲେ ଶକୁନି
ମହାରାଷ୍ଟ୍ରର ଘଟକୋପରରେ ଏକ ସମାରୋହରେ ପୁନମ ମହାଜନ କହିଲେ ଯେ ମୋଦିଙ୍କ ବିରୋଧୀମାନେ ଯେଉଁ  ଗଠବନ୍ଧନ(ମେଣ୍ଟ) କରିଛନ୍ତି ତାହା ‘ଠଗ’ ବନ୍ଧନ । ସେ କହିଛନ୍ତି ଏ ଶରଦ ପାୱାର ସମସ୍ତଙ୍କୁ ଶୁଣନ୍ତି ବୋଲି ବାହାନା କରନ୍ତି କିନ୍ତୁ ପ୍ରକୃତରେ ସେ ମହାଭାରତର ଶକୁନି ମାମୁଁ ଓ ରାମାୟଣର ମନ୍ଥରା ଭଳି ସମସ୍ତଙ୍କ ମଧ୍ୟରେ କଳି ଲଗାନ୍ତି । ସେ ମଧ୍ୟ ମହାମେଣ୍ଟର ଏକ ଅଂଶ । ସେ କହିଛନ୍ତି ଯେ ସମସ୍ତେ ମିଶି ମୋଦି ସରକାରଙ୍କ ବିକାଶ ନୀତିକୁ ରୋକିବାକୁ ଚାହୁଁଛନ୍ତି । ତଥାପି ଏହି ମେଣ୍ଟକୁ ହରାଇ ପଦ୍ମ ଫୁଟିବ ।

ନିଜ ମାଙ୍କ କଥା ଶୁଣିଥାନ୍ତି ରାହୁଲ ଗାନ୍ଧୀ
ପୁନମ କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ସେ କେବଳ ନିଜ ମାଙ୍କ କଥା ଶୁଣନ୍ତି । ସବୁବେଳେ ରାଫେଲ ରାଫେଲ ଚିଲ୍ଲଉଛନ୍ତି, ସେ ରାହୁଲ ନୁହେଁ ‘ରାଫୁଲ’ । ସେତିକିରେ ସେ କଂଗ୍ରେସକୁ ଛାଡି ନାହାନ୍ତି । ସେ କହିଛନ୍ତି ଯେ କଂଗ୍ରେସ ତୈମୁର ଅଲ୍ଲୀ ଭଳି ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋକୁ ପ୍ରସାରିତ କରୁଛି । ସେ ତାଙ୍କୁ ପାର୍ଟିର ମହାସଚିବ କରି ‘ବେଟି ଲାଓ ବେଟି ବଚାଓ’ ଯୋଜନାର ନାରାକୁ ସଫଳ କରୁଛି ।

ମମତା ବାନାର୍ଜୀ ହେଉଛନ୍ତି ଆତଙ୍କବାଦୀଙ୍କ ଜେଜେ
ମହାଜନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମଧ୍ଯ ଆକ୍ରମଣ କରିବାକୁ ଭୂଲି ନାହାନ୍ତି । ସେ କହିଛନ୍ତି ଯେ ମମତା ହେଉଛନ୍ତି ଆତଙ୍କବାଦୀଙ୍କ ଜେଜେ । ତାଙ୍କ କାମ ଅତି ଅମାନବୀୟ । ଏଭଳି କାମ ଅଖିଳେଶ ଯାଦବ ଓ ବିଏସପି ସୁପ୍ରିମୋ ମୟାବତୀ କରନ୍ତି । ସେମାନେ ସବୁବେଳେ ନିଜ ନିଜ ଭିତରେ ଲଢନ୍ତି ଆଉ ଏବେ ସମସ୍ତେ ମିଶିକି ମୋଦିଙ୍କୁ ରୋକିବା ପାଇଁ ଲଢୁଛନ୍ତି ।