PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଗେହନାଙ୍କୁ ପୁଲିସ୍‌ ହେପାଜତରୁ ବାହାର କର , ନୁହେଁ ତ ସେ ଆମ ସମସ୍ତଙ୍କୁ ପୋଲ୍‌ ଖୋଲିଦେବ …ହ୍ୱାଟ୍ସଆପ୍‌ ଚାଟ୍‌ ଖୋଲିଲା ରାଜ୍‌ କୁନ୍ଦ୍ରାଙ୍କ ରାଜ୍‌

navbharattimes

ମୁମ୍ୱାଇ – ଶିଳ୍ପା ସେଟ୍ଟୀଙ୍କର ପତି ରାଜ କୁନ୍ଦ୍ରାଙ୍କୁ ନେଇ ନୂଆ ନୂଆ ଖବର ସବୁ ସାମନାକୁ ଆସୁଛି । ମୁମ୍ୱାଇ କ୍ରାଇମ୍‌ବ୍ରାଞ୍ଚ୍‌କୁ କୁନ୍ଦ୍ରା ବାରମ୍ୱାର ଏହି କଥାକୁ ନେଇ ମନା କରୁଛନ୍ତି କି ବ୍ରିଟେନ୍‌ରେ ରେଜିଷ୍ଟର କେନରିନ୍‌ କମ୍ପାନୀ ସହ ତାଙ୍କର କୌଣସି ନେଣଦେଣ ସଂପର୍କ ନାହିଁ । କୁନ୍ଦ୍ରା ଦାବି କରିଛନ୍ତି କି କେନ୍‌ରିନ୍‌ କମ୍ପାନୀର ଡାଇରେକ୍ଟର ତାଙ୍କର ସଂପର୍କୀୟ ପ୍ରଦୀପ ବକ୍ସି । କିନ୍ତୁ କୁନ୍ଦ୍ରାଙ୍କର ଗିରଫ ପରେ  ଯେବେ ମୁମ୍ୱାଇ କ୍ରାଇମ୍‌ ବ୍ରାଞ୍ଚ୍‌ ତାଙ୍କର ହ୍ୱାଟ୍ସଆପ୍‌ ଚ୍ୟାଟ୍‌କୁ ଯାଞ୍ଚ କଲା  ସେତେବେଳେ ରାଜ୍‌ କୁନ୍ଦ୍ରା ମାନିଥିଲେ କି କେନରିନ୍‌ କମ୍ପାନୀରେ ସେ ପାର୍ଟନର ଅଛନ୍ତି । ମୁମ୍ୱାଇ କ୍ରାଇମ୍‌ବ୍ରାଞ୍ଚ୍‌  ସୂତ୍ର ଶନିବାର ଦିନ ଏହି ସୂଚନା ଦେଇଛି।

ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚର ଅଭିଯୋଗ ମୁତାବକ , କେନରିନ୍‌ ସେହି କମ୍ପାନୀ , ଯେଉଁଠାରୁ ପର୍ଣ୍ଣ ଭିଡ଼ିଓ ଅପଲୋଡ କରାଯାଏ । ଏହି ଭିଡ଼ିଓ ମୁମ୍ୱାଇ ସ୍ଥିତ ରାଜ୍‌ କୁନ୍ଦ୍ରାଙ୍କର ଭିଆନ୍‌ ଇଣ୍ଡଷ୍ଟ୍ରୀ କମ୍ପାନୀରୁ ଲଣ୍ଡନ ପଠାଯାଉ ଥିଲା । ଭିୟାନ ଇଣ୍ଡଷ୍ଟ୍ରୀର ଏକ ଡାଇରେକ୍ଟର  ଶିଳ୍ପା ସେଟ୍ଟୀ ମଧ୍ୟ ଥିଲେ , ଯିଏକି ଗତ ବର୍ଷ ଏହି କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇସାରି ଥିଲେ ।

ଶୁକ୍ରବାର ଦିନ ଯେବେ କ୍ରାଇମ୍‌ ବ୍ରାଞ୍ଚ୍‌ କୁନ୍ଦ୍ରାଙ୍କର ଉପସ୍ଥିତିରେ ଶିଳ୍ପାଙ୍କୁ ତାଙ୍କର ଜୁହୁ ସ୍ଥିତ ଘରେ ୬ଘଣ୍ଟାରୁ ଅଧିକ ସମୟ ଜେରା କରିବା ବେଳେ ଏହି ପ୍ରଶ୍ନ ପଚାରିଥିଲେ କି ସେ ଭିଆନ କମ୍ପାନୀର ଡାଇରେକ୍ଟର ପଦରୁ କାହିଁକି ଇସ୍ତଫା ଦେଲେ । ଶିଳ୍ପାଙ୍କର ବ୍ୟାଙ୍କ୍‌ ଆକାଉଣ୍ଟର ବି କ୍ରାଇମ୍‌ ବ୍ରାଞ୍ଚ୍‌ ଯାଞ୍ଚ୍‌ କରୁଛି । ସୂଚନା ଯେ ରାଜ କୁନ୍ଦ୍ରାଙ୍କ ନାମ ତାଙ୍କର ହିଁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଉମେଶ କାମତ ନେଇଥିଲେ। ଯାହାଙ୍କୁ ଫେବ୍ରୁଆରୀରେ ଗିରଫ କରାଯାଇ ଥିଲା । ଉମେଶଙ୍କର ଗିରଫର ପୂର୍ବରୁ କ୍ରାଇମ୍‌ ବ୍ରାଞ୍ଚ୍‌ ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ଗିରଫ କରିଥିଲା ।

ରାଜ କୁନ୍ଦ୍ରା ମାମଲାରେ ଗେହନା ବଶିଷ୍ଠ ମୁଖ୍ୟ ପ୍ରସଙ୍ଗ । ତାଙ୍କର ଗିରଫରେ ଚିନ୍ତିତ ଏହି କେସ୍‌ରେ ୱାଣ୍ଟେଡ୍‌ ଅଭିଯୁକ୍ତ ୟଶ ଠାକୁର ଉମେଶ କାମତଙ୍କୁ ଅନେକ ହ୍ୱାଟ୍ସଆପ୍‌ ଚାଟ୍‌ କରିଥିଲେ , ଯେଉଁଥିରେ ଏହା ବି ଥିଲା କି କୌଣସି ପ୍ରକାରେ ଗେହନାଙ୍କୁ ପୁଲିସ୍‌ ହେପାଜତରୁ ବାହାର କର , ନୁହେଁ ତ ସେ ଆମ ସମସ୍ତଙ୍କୁ ପୋଲ୍‌ ଖୋଲିଦେବ । ଏହି ଚ୍ୟାଟ୍‌ ଏବେ ଲିକ୍‌ ହୋଇଛି ।