ଭାଲେଣ୍ଟାଇନ ଡେ’ରେ ଦିଲ୍ଳୀ ଏନସିଆରରେ କୁଆପଥର ସହ ବର୍ଷା ସମ୍ଭାବନା

ନୁଆଦିଲ୍ଲୀ ୧୧/୨: ଏଥର ଭାଲେଣ୍ଟାଇନ ଡେରେ ପାଣିପାଗ ବଦଳିବାର ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୁଧବାର ରାତିରେ ପାଣିପାଗରେ ପରିବର୍ତ୍ତନ ଆସିବ ଯାହା ଶୁକ୍ରବାର ପର୍ଯ୍ଯନ୍ତ ଦିଲ୍ଲୀ ଏନସିଆରରେ ରହିବାର ସମ୍ଭାବନା ରହିଛି । ବୁଧବାରରୁ ଶୁକ୍ରବାର ମଧ୍ୟରେ ନିମ୍ନତମ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ ପର୍ଯ୍ଯନ୍ତ ବଢିବାର ସମ୍ଭାବନା ରହିଛି ।  ଏହି ସମୟରେ ସମୁଦାୟ ତାପମାତ୍ରା ନିମ୍ନତମ ତାପମାତ୍ରାରୁ ପ୍ରାୟ ୪ ଡିଗ୍ରୀ କମ୍ ଓ ସର୍ବୋଚ୍ଚ ତାପମାତ୍ରାରୁ ୨୧ ଡିଗ୍ରୀ ସେଲସିୟସ ପାଖାପାଖି ରହିବାର ଆଶାକରାଯାଉଛି ।

୭ ଫେବୃୟାରୀରେ ହୋଇଥିବା କୁଆପଥର ବର୍ଷା ପରେ ତାପମାତ୍ରାରେ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ସୋମବାର ଓ ମଙ୍ଗଳବାର ମଧ୍ୟ ନ୍ୟୁନତମ ତାପମାତ୍ରା ୭ ଡିଗ୍ରୀ ଏବଂ ଅଧିକତମ ତାପମାତ୍ରା ୨୧ରୁ ୨୨ ଡିଗ୍ରୀ ରହିବାର ସମ୍ବାବନା ରହିଛି । ତେବେ ଆଶଙ୍କା କରାଯାଉଛି ଆଗାମୀ ୩ ଦିନରେ ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ଅଧିକ ଖରାପ ହେବାରୁ ଅତି ଖରାପ ସ୍ତରରେ ପହଞ୍ଚିପାରେ ।