ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ନୂଆଦିଲ୍ଲୀ- ପୋଷ୍ଟ ଅଫିସ୍‌ରେ ଏପରି ଟଙ୍କା ଜମା କରିବାର ସ୍କିମ୍‌ ଅଛି ଯେଉଁଥିରେ ଆପଣ ଟଙ୍କା ଜମା କଲେ ଆପଣଙ୍କ ଟଙ୍କା ଦୁଇ ଗୁଣ ହୋଇଯିବ । ଏହା ଜମା ଟଙ୍କା ଉପରେ ମିଳୁଥିବା ସୁଧ ଉପରେ ନିର୍ଭର କରେ । ପୋଷ୍ଚ ଅଫିସ୍‌ରେ ନିବେଶ କଲେ ଏହା ବେଶ୍‌ ସୁରକ୍ଷିତ । ପୋଷ୍ଟ ଅଫିସ୍‌ର କିସାନ ବିକାଶ ପତ୍ରରେ ନିବେଶ କଲେ ଆପଣ ଅଧିକ ଟଙ୍କା ପାଇ ପାରିବେ । ଏହି ଯୋଜନାରେ ଜମା ଟଙ୍କି ଦୁଇ ଗୁଣ ହୋଇଯିବ । ଆପଣ ଦୀର୍ଘ କାଳୀନ ଜମା କଲେ ଜମା ଟଙ୍କା ବୃଦ୍ଧି ପାଇବ । ଏଥିରେ ଆପଣ ଟଙ୍କା ଦୁଇ ଗୁଣ କରିବା ପାଇଁ ୧୨୪ ମାସ ପାଇଁ ଜମା କରିବାକୁ ପଡିବ । ଏଥିରେ ଆପଣ ଦୁଇ ଗୁଣ ଟଙ୍କା ପାଇ ପାରିବେ ।

ସରକାର ୨୦୨୧ ଦ୍ୱିତୀୟ ତ୍ରୈମାସିକ ପାଇଁ ଏହାର ସୁଧର ପରିମାଣ ୬.୯ ପ୍ରତିଶତ ରଖିଛନ୍ତି । ଏହି ସ୍କିମ୍‌ରେ ଏକ ହଜାର, ୨ ହଜାର, ୧୦ ହଜାର, ୫୦ ହଜାର ଟଙ୍କାର ସାର୍ଟିଫିକେଟ୍‌ ଜାରି କରାଯାଏ । ଏହା ଜମା ଟଙ୍କା ଉପରେ କୌଣସି କଟକଣା ନାହିଁ । ଆପଣ ଚାହିଁଲେ ଯେତେ ପାରନ୍ତି ସେତେ ଜମା କରି ପାରିବେ ।

ନିବେଶକଙ୍କ ବୟସ ୧୮ ବର୍ଷ ହୋଇଥିବା ଦରକାର ଏବଂ ସେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ । ଆପଣ ଏହି ସ୍କିମ୍‌ରେ ୫୦ ହଜାର ଟଙ୍କା ଜମା କଲେ ୧୨୪ ମାସ ପରେ ଏହା ଏକ ଲକ୍ଷ ଟଙ୍କା ହୋଇଯିବ ।