ପୋଷ୍ଟ ଅଫିସ୍ ଏଟିଏମ୍ ଫିଚର୍ସ ସମ୍ପର୍କରେ ଜାଣିଛନ୍ତି କି ? ବ୍ୟାଙ୍କ ଅପେକ୍ଷା ମିଳୁଛି ଅଧିକ ସୁବିଧା

ନୁଆଦିଲ୍ଲୀ ୨/୧୨: ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (India Post Payment Bank) ଲଞ୍ଚ ହେବା ପରେ ଏବେ ପୋଷ୍ଟ ଅଫିସରେ ସେସବୁ ସୁବିଧା ଉପଲବ୍ଧ ହେବାରେ ଲାଗିଛି ଯାହା ପୂର୍ବରୁ କେବଳ ବ୍ୟାଙ୍କରେ ମିଳୁଥିଲା । ଭାରତୀୟ ଡାକ ଅନେକ ସେଭିଂ ସ୍କିମ୍ ଅଫର କରିଥାଏ ଯେଉଁଠି ନିବେଶ କରିବା ଫଳରେ ଆପଣ ବ୍ୟାଙ୍କ ଆକାଉଣ୍ଟଠୁ ଅଧିକ ସୁଧ ପାଇପାରିବେ । ପୋଷ୍ଟ ଅଫିସରେ ସେଭିଂ ଆକାଉଣ୍ଟ, ରିକରିଂ ଡିପୋଜିଟ୍ ଆକାଉଣ୍ଟ(RD), ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (PPF), କିଶାନ୍ ବିକାଶ ପତ୍ର, ମନ୍ଥଲୀ ଇନକମ୍ ସ୍କିମ୍ ଆକାଉଣ୍ଟ (MIS), ସୁକନ୍ୟା ସମୃଦ୍ଧି ଯୋଜନା, ଫିକ୍ସ୍ଡ ଡିପୋଜିଟ୍ ଆକାଉଣ୍ଟ ଓ ସିନିୟର୍ ସିଟିଜନ୍ ସେଭିଂ ସ୍କିମ୍(SCSS) ସାମିଲ ଅଛି । ଏହି ସବୁ ଯୋଜନା ସ୍କିମରେ ସୁଧ ଦର ଅଲଗା ଅଲଗା ରହିଥାଏ ।

ସେଭିଂ ଆକାଉଣ୍ଟ ଖୋଲିଲେ ମିଳିବ ATM କାର୍ଡ
ସେଭିଂ ଆକାଉଣ୍ଟ ମାମଲାରେ ସୁଧ ଦର ବାର୍ଷିକ ୪ ପ୍ରତିଶତ ରହିଥାଏ । ଏହା ବ୍ୟତୀତ ପୋଷ୍ଟ ଅଫିସ୍, ବ୍ୟାଙ୍କ ଭଳି ସେଭିଂ ଆକାଉଣ୍ଟରେ ଏଟିଏମ୍ କାର୍ଡ ମଧ୍ୟ ଦେଇଥାଏ । ପୋଷ୍ଟ ଅଫିସ ସଞ୍ଚୟ ଖାତା ରଖିଥିବା ବ୍ୟକ୍ତ ଏଟିଏମ୍ କାର୍ଡରୁ କ୍ୟାଶ୍ ବାହାର କରିପାରିବେ । ଅବଶ୍ୟ ଏଥିରେ କ୍ୟାଶ୍ ବାହାର କରିବାର ସୀମା ଏବଂ ଟ୍ରାଞ୍ଜାକ୍ସନ ଚାର୍ଜ ଆଦି ନିର୍ଦ୍ଧାରିତ ହୋଇଛି । ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସର ଏଟିଏମ୍ କାର୍ଡର ସୁବିଧା ସମ୍ପର୍କରେ କିଛି ଜରୁରୀ କଥା…

କ୍ୟାଶ୍ ବାହାର କରିବାର ସୀମା
ଭାରତୀୟ ଡାକର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟର ଏଟିଏମ୍ କାର୍ଡରେ ଆପଣ ଗୋଟିଏ ଦିନରେ ୨୫,୦୦୦ ଟଙ୍କା ପର୍ଯ୍ଯନ୍ତ ରାଶି ବାହାର କରିପାରିବେ ।

ଗୋଟିଏ ଟ୍ରାଞ୍ଜାକ୍ସନରେ ଆପଣ ସର୍ବାଧିକ ୧୦,୦୦୦ ଟଙ୍କା କ୍ୟାଶ୍ ବାହାର କରିପାରିବେ । ଭାରତୀୟ ଡାକ, ଗ୍ରାହକଙ୍କୁ ସବୁ ପୋଷ୍ଟ ଅଫିସରୁ ଏଟିଏମରୁ ଫ୍ରି ଟ୍ରାଞ୍ଜାକ୍ସନ ସୁବିଧା ଦେଇଥାଏ । ଅବଶ୍ୟ ଗୋଟିଏ ଦିନରେ କେବଳ ୫ ଟ୍ରାଞ୍ଜାକ୍ସନ କରିପାରିବେ ଗ୍ରାହକ । ଏହା ବ୍ୟତୀତ ପୋଷ୍ଟ ଅଫିସ୍ ସବୁ ଗ୍ରାହକଙ୍କୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏଟିଏମରୁ ମଧ୍ୟ ଫ୍ରି ଟ୍ରାଞ୍ଜାକ୍ସନ ସୁବିଧା ଦେଇଥାଏ ।

ATMରୁ କେତେ ଟ୍ରାଞ୍ଜାକ୍ସନ ଫ୍ରି ଏବଂ କେତେ ଲାଗିବ ଚାର୍ଜ ?
ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ଏଟିଏମ୍ କାର୍ଡରେ ମେଟ୍ରୋ ସହରରେ ଥିବା ଅନ୍ୟ ବ୍ୟାଙ୍କର ଏଟିଏମରୁ ଗୋଟିଏ ମାସରେ ୩ ଫ୍ରି ଟ୍ରାଞ୍ଜାକ୍ସନ କରାଯାଇହେବ । ବିନା ମେଟ୍ରୋ ସହରରେ ଏମିତି ୫ ଫ୍ରି ଟ୍ରାଞ୍ଜାକ୍ସନ ହୋଇପାରିବ । ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ୍ ସମାପ୍ତ ହେବା ପରେ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ଏଟିଏମ୍ କାର୍ଡ ଜରିଆରେ ବ୍ୟାଙ୍କର ଏଟିଏମ ଟ୍ରାଞ୍ଜାକ୍ସନରେ ୨୦ ଟଙ୍କା ଚାର୍ଜ ଦେବାକୁ ପଡିବ ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା