୨୦ ଟଙ୍କାରେ ପୋଷ୍ଟ ଅଫିସରେ ଖୋଲନ୍ତୁ ସେଭିଂ ଆକାଉଣ୍ଟ, ବ୍ଯାଙ୍କ ଅପେକ୍ଷା ମିଳୁଛି ଅଧିକ ସୁଧ

ନୁଆଦିଲ୍ଲୀ ୩୧/୭: ପୋଷ୍ଟ ଅଫିସରେ ଆପଣ କେବଳ ୨୦ ଟଙ୍କାର ସେଭିଂ ଆକାଉଣ୍ଟ ଖୋଲିପାରିବେ । ଏହି ଆକାଉଣ୍ଟରେ କେବଳ ୫୦ ଟଙ୍କା ମିନିମମ୍ ବାଲାନ୍ସ ରଖିବାକୁ ପଡିବ । ଏହି ସେଭିଂ ଆକାଉଣ୍ଟ ବିଲକୁଲ୍ ଆପଣଙ୍କ ବ୍ଯାଙ୍କ ସେଭିଂ ଆକାଉଣ୍ଟ ଭଳି । ପୋଷ୍ଟ ଅଫିସରେ ଆପଣଙ୍କୁ ATM ଓ ଚେକବୁକ୍ ସୁବିଧା ମଧ୍ୟ ମିଳିଥାଏ । ଏହି ଆକାଉଣ୍ଟରେ ଅନେକ ବ୍ୟାଙ୍କ ତୁଳନାରେ ଅଧିକ ସୁଧ ମିଳିଥାଏ ।

ଟ୍ଯାକ୍ସ ଫ୍ରି ହୋଇଥାଏ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ
ଏହି ସେଭିଂ ଆକାଉଣ୍ଟ ଦେଶର କୌଣସି ବି ପୋଷ୍ଟ ଅଫିସରେ ଟ୍ରାନ୍ସଫର କରାଯାଇପାରେ । ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟରେ ମିଳୁଥିବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ସମ୍ପୂର୍ଣ୍ଣ ରୂପେ ଟ୍ୟାକ୍ସ ଫ୍ରି ହୋଇଥାଏ ।

ଏମିତି ଖୋଲି ପାରିବେ ପୋଷ୍ଟ ଅଫିସରେ ସେଭିଂ ଆକାଉଣ୍ଟ
ପୋଷ୍ଟ ଅଫିସରେ ସେଭିଂ ଆକାଉଣ୍ଟ ଖୋଲିବା ପାଇଁ ଏକ ଫର୍ମ ଭରିବାକୁ ପଡିବ । ଏହି ଫର୍ମ ପୋଷ୍ଟ ଅଫିସ ବ୍ୟତୀତ ବିଭାଗର ୱେବସାଇଟରୁ ମଧ୍ୟ ଡାଉନଲୋଡ୍ କରାଯାଇପାରିବ । ଏହା ବ୍ୟତୀତ KYC ମଧ୍ଯ ଜରୁରୀ ।

ଏହି ଡକ୍ଯୁମେଣ୍ଟ ଲାଗିବ
ଆଇଡି ପ୍ରୁଫରେ ଭୋଟର କାର୍ଡ, ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଆଦି ଆପଣ ଦେଇପାରିବେ । ଆଡ୍ରେସ୍ ପ୍ରୁଫରେ ପାସବୁକ, ପାସପୋର୍ଟ, ରାଶନ କାର୍ଡ, ବିଜୁଳି ବିଲ୍, ଫୋନ୍ ବିଲ୍, ଆଧାର କାର୍ଡ ଆଦି ଆବଶ୍ଯକ ପଡିବ । ଏହା ସହିତ ପାସପୋର୍ଟ ସାଇଜ୍ ଫଟୋ ମଧ୍ଯ ଦେବାକୁ ପଡିବ ।

ଏହି ସୁବିଧା ମିଳିବ
୫୦୦ ଟଙ୍କାରେ ଏହି ଖାତା ଖୋଲିଲେ ଆପଣଙ୍କୁ ଚେକ୍ ବୁକ୍ ସୁବିଧା ମିଳିବ । ସେଭିଂ ଖାତାକୁ ଚାଲୁ ରଖିବା ପାଇଁ ୩ ଆର୍ଥିକ ବର୍ଷରେ ଅତିକମରେ ଥରେ ନେଣଦେଣ କରିବାକୁ ପଡିବ । ଏହି ଖାତାରେ ପଇସା ଜମା କଲେ ଆପଣଙ୍କୁ ସୁଧ ମଧ୍ୟ ମିଳିବ ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା