୧୦ ବର୍ଷରେ ପଇସା ହୋଇଯିବ ଦୁଇଗୁଣା, ଜାଣନ୍ତୁ ଏହି ସ୍କିମ୍ ସମ୍ପର୍କରେ…

ନୂଆଦିଲ୍ଲୀ ୨୭/୧୦: ଟଙ୍କା ନିବେଶ କରି ଆପଣ ନିଜର ଓ ନିଜ ପରିବାରର ଭବିଷ୍ୟକୁ ସୁରକ୍ଷିତ ରଖିପାରିବେ । ନିବେଶ ପାଇଁ ଅନେକ ବିକଳ୍ପ ରହିଛି । କିନ୍ତୁ କିଛି ନିବେଶରେ ରିସ୍କ୍ ରହିଥାଏ । ଯଦି ଆପଣ ସୁରକ୍ଷିତ ଏବଂ ଜିରୋ ରିସ୍କ ନିବେଶ ଖୋଜୁଛନ୍ତି ତେବେ ପୋଷ୍ଟ ଅଫିସ୍ ସେଭିଂ ସ୍କିମ୍ସ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ ।

ପୋଷ୍ଟ ଅଫିସ ସ୍କିମ ଲମ୍ବା ଅବଧିର ନିବେଶ । ଏହି ସ୍କିମ୍ ସେମାନଙ୍କ ପାଇଁ ଯେଉଁମାନେ ପରମ୍ପରାଗତ ନିବେଶ ପସନ୍ଦ କରନ୍ତି ଏବଂ ଲମ୍ବା ଅବଧିକୁ ନଜରରେ ରଖନ୍ତି । ପୋଷ୍ଟ ଅଫିସ ସ୍କିମରେ ସରକାରୀ ଗ୍ୟାରେଣ୍ଟି ମିଳେ । ଅର୍ଥାତ୍ ଏଥିରେ ରିସ୍କ ବିଲକୁଲ୍ ନାହିଁ । ଏହା ସହିତ ନିବେଶରେ ଏକ ନିର୍ଦ୍ଧାରିତ ରିଟର୍ଣ୍ଣ ମଧ୍ୟ ମିଳେ । ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍କିମ୍ ସମ୍ପର୍କରେ ଜଣାଇବୁ ଯାହାର ନାଁ କିଶାନ ବିକାଶ ପତ୍ର(Kisan Vikas Patra)

କିଶାନ ବିକାଶ ପତ୍ର(KVP)
ଏହି ସ୍କିମର ଅବଧି ୧୨୪ ମାସ ଅର୍ଥାତ୍ ୧୦ ବର୍ଷ ୪ ମାସ । ଆପଣଙ୍କ ଜମା ରାଶି ୧୦ ବର୍ଷ ଓ ୪ ମାସରେ ଦୁଇଗୁଣା ହୋଇଯିବ । ଏଥିରେ ଆପଣଙ୍କୁ ୬.୯ ପ୍ରତିଶତ ବାର୍ଷିକ କମ୍ପାଉଣ୍ଡ ସୁଧ ମିଳିବ । ଆପଣ ଏହି ସ୍କିମରେ ଯେତେ ଚାହିଁବେ ନିବେଶ କରିପାରିବେ । ଏଥିରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କାରୁ ଆରମ୍ଭ କରି ନିବେଶ କରିପାରିବେ । ତେବେ ଏଥିରେ ସର୍ବାଧିକ ରାଶିର କୌଣସି ସୀମା ନାହିଁ । ଏହି ସ୍କିମ ୧୯୮୮ରେ ଆରମ୍ଭ ହୋଇଥିଲା । ସେତେବେଳେ ଚାଷୀଙ୍କ ନିବେଶକୁ ୨ ଗୁଣା କରିବା ଏହାର ଉଦ୍ଦେଶ୍ୟ ଥିଲା କିନ୍ତୁ ଏବେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ।

ଆଧାର ଓ ପାନ୍ ସୂଚନା ଦେବାକୁ ପଡିବ
ନିବେଶ ପାଇଁ କୌଣସି ସୀମା ନଥିବାରୁ ମନି ଲଣ୍ଡ୍ରିଂର ବିପଦ ମଧ୍ୟ ଅଛି । ତେଣୁ ସରକାର ୨୦୧୪ରେ ୫୦,୦୦୦ ଟଙ୍କାରୁ ଅଧିକ ନିବେଶରେ ପାନ୍ କାର୍ଡ ବାଧ୍ୟତାମୂଳକ କରିଦେଇଛନ୍ତି । ଯଦି ଆପଣ ୧୦ ଲକ୍ଷ କିମ୍ବା ଅଧିକ ନିବେଶ କରୁଛନ୍ତି ତେବେ ଇନକମ୍ ପ୍ରୁଫ୍ ଜମା କରିବାକୁ ପଡିବ । ଯେପରିକି ITR, ସାଲାରୀ ସ୍ଲିପ୍ ଓ ବ୍ୟାଙ୍କ ଷ୍ଟେଟମେଣ୍ଟ ଇତ୍ୟାଦି । ଏହା ବ୍ୟତୀତ ପରିଚୟ ପତ୍ର ରୂପେ ଆଧାର ମଧ୍ୟ ଦେବାକୁ ପଡିବ ।

୩ ପ୍ରକାରେ କିଣିପାରିବେ
୧. ସିଙ୍ଗଲ ହୋଲ୍ଡର ଟାଇପ୍ ସାର୍ଟିଫିକେଟ୍- ଏଭଳି ସାର୍ଟିଫିକେଟ୍ ନିଜ ପାଇଁ କିମ୍ବା କୌଣସି ନାବାଳକ/ନାବାଳିକା ପାଇଁ କ୍ରୟ କରାଯାଏ ।
୨.ଜଏଣ୍ଟ A ଆକାଉଣ୍ଟ ସାର୍ଟିଫିକେଟ୍- ଏହାକୁ ୨ ବୟସ୍କଙ୍କୁ ଜଏଣ୍ଟ  ରୂପେ ଜାରି କରାଯାଏ । ଶେଷରେ ଉଭୟଙ୍କୁ ପୈଠ କରାଯାଏ କିମ୍ବା ଯିଏ ଜୀବିତ ଥାଏ ତାକୁ ଦିଆଯାଏ ।
୩. ଜଏଣ୍ଟ B ଆକାଉଣ୍ଟ ସାର୍ଟିଫିକେଟ୍- ଏହାକୁ ୨ ବୟସ୍କଙ୍କୁ ଜଏଣ୍ଟ ରୂପେ ଜାରି କରାଯାଏ । ଉଭୟଙ୍କ ମଧ୍ୟରୁ କାହାକୁ ଜଣକୁ ପୈଠ କରାଯାଏ କିମ୍ବା ଯିଏ ଜୀବିତ ଥାଏ ତାକୁ ଦିଆଯାଏ ।

କିଶାନ ବିକାଶ ପତ୍ରର ଫିଚର୍ସ
୧. ଏହି ସ୍କିମରେ ଗ୍ୟାରେଣ୍ଟିଡ୍ ରିଟର୍ଣ୍ଣ ମିଳେ । ମାର୍କେଟରେ ଅପ୍-ଡାଉନରେ ଏଥିରେ କିଛି ଫରକ ପଡେନି । ଏଥିପାଇଁ ଏଥିରେ ନିବେଶ ବହୁତ ସୁରକ୍ଷିତ । ଅବଧି ସମାପ୍ତ ହେବା ପରେ ଆପଣଙ୍କୁ ସମ୍ପୂର୍ଣ୍ଣ ରାଶି ମିଳିଯାଏ ।

୨. ଏଥିରେ ଇନକମ୍ ଟ୍ୟାକ୍ସ ସେକ୍ସନ ୮୦ସି ଅନୁସାରେ ଟ୍ୟାକ୍ସ ରିହାତି ମିଳେନି । ଏଥିରେ ମିଳୁଥିବା ରିଟର୍ଣ୍ଣ ସମ୍ପୂର୍ଣ୍ଣ ରୂପେ ଟ୍ୟାକ୍ସେବଲ । ମ୍ୟାଚୁରିଟି ପରେ ଉଠାଣ ସମୟରେ କୌଣସି ଟ୍ୟାକ୍ସ ଲାଗେନି ।

୩. ମ୍ୟାଚୁରିଟିରେ ଅର୍ଥାତ୍ ୧୨୪ ମାସ ପରେ ଆପଣ ରାଶି ବାହାର କରିପାରିବେ । କିନ୍ତୁ ଏହାର ଲକ-ଇନ୍ ପିରିୟଡ ୩୦ ମାସର ହୋଇଥାଏ । ଏହା ପୂର୍ବରୁ ଆପଣ ସ୍କିମରୁ ପଇସା ବାହାର କରିପାରିବେନି ।

୪. ଏଥିରେ ୧୦୦୦, ୫୦୦୦, ୧୦୦୦୦, ୫୦୦୦୦ ମୂଲ୍ୟ ବର୍ଗ(denominations)ରେ ନିବେଶ କରିହେବ ।
୫. କିଶାନ ବିକାଶ ପତ୍ରକୁ କୋଲେଟରଲ ରୂପେ କିମ୍ବା ସିକ୍ୟୋରିଟି ରୂପେ ରଖି ଆପଣ ଲୋନ୍ ମଧ୍ୟ ନେଇପାରିବେ ।
କିଶାନ ବିକାଶ ପତ୍ରରେ ସୁଧ

ଏପ୍ରିଲ-ଜୁନ୍ ତ୍ରୈମାସିକ

ବର୍ଷ                             ସୁଧ 
FY ୧୭                         ୭.୮%
FY ୧୮                         ୭.୬%
FY ୧୯                         ୭.୩%
FY ୨୦                         ୭.୭% 
FY ୨୧                         ୬.୯%