ପୋଷ୍ଟ ଅଫିସ ଟାଇମ୍ ଡିପୋଜିଟ୍ ସ୍କିମରେ ନିବେଶ କଲେ ମିଳୁଛି ଏଫଡିରୁ ଅଧିକ ସୁଧ

ନୂଆଦିଲ୍ଲୀ ୩୧/୫: ନିକଟରେ ଦେଶରେ ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ମେ ମାସରେ ଫିକ୍ସ୍ଡ ଡିପୋଜିଟ୍(ଏଫଡି)ରେ ମିଳୁଥିବା ସୁଧରେ ଦ୍ୱିତୀୟ ଥର ହ୍ରାସ କରିଛି । ଏଭଳି କ୍ଷେତ୍ରରେ ଯଦି ଆପଣ ନିବେଶ ପାଇଁ କୌଣସି ବିକଳ୍ପ ଖୋଜୁଛନ୍ତି ଏବଂ ଚାହୁଁଛନ୍ତି କି ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ଭଲ ରିଟର୍ଣ୍ଣ ମଧ୍ୟ ମିଳିବ ତେବେ ପୋଷ୍ଟ ଅଫିସ ଟାଇମ୍ ଡିପୋଜିଟ୍ ସ୍କିମ ଆପଣଙ୍କ ପାଇଁ ଭଲ ବିକଳ୍ପ ପ୍ରମାଣିତ ହୋଇପାରିବ । ଏହାକୁ ଫିକ୍ସ୍ଡ ଡିପୋଜିଟ୍ କିମ୍ବା ଏଫଡି ଆକାଉଣ୍ଟ ମଧ୍ୟ କୁହାଯାଏ । ଆମେ ଆପଣଙ୍କୁ ଏହି ସ୍କିମ ସମ୍ପର୍କରେ ଜଣାଇବୁ ।

ଏହି ସ୍କିମ୍ ସମ୍ପର୍କିତ କିଛି ଖାସ୍ କଥା…

ପୋଷ୍ଟ ଅଫିସରେ ଫିକ୍ସ୍ଡ ଡିପୋଜିଟ୍ ଆକାଉଣ୍ଟ କ୍ୟାଶ୍ କିମ୍ବା ଚେକ୍ ମାଧ୍ୟମରେ କୌଣସି ବି ବ୍ୟକ୍ତି ଖୋଲିପାରିବେ ।

ଏହି ଖାତାରେ କୌଣସି ନାବାଳକ/ନାବାଳିକା ନାଁରେ ଏବଂ ୨ ବୟସ୍କଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିହେବ ।

ପୋଷ୍ଟ ଅଫିସ୍ ଏଫଡି ଖାତା ଖୋଲିବା ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଜମା କରିବାକୁ ପଡିଥାଏ । ଏହାର ସର୍ବାଧିକ କୌଣସି ସୀମା ନାହିଁ ।

ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ଆକାଉଣ୍ଟ ୧ରୁ ୫ ବର୍ଷ ଅବଧି ପର୍ଯ୍ୟନ୍ତ ୫.୫ରୁ ୬.୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରିଥାଏ ।

ଏହି ସ୍କିମ ଅନୁସାରେ ବାର୍ଷିକ ଆଧାରରେ ସୁଧ ଦିଆଯାଏ କିନ୍ତୁ ଏହାର ଗଣନା ତ୍ରୈମାସିକ ଆଧାରରେ କରାଯାଏ ।

ଇଣ୍ଡିଆ ପୋଷ୍ଟ ୱେବସାଇଟ୍ ଅନୁସାରେ ସୁଧ କିଛି ଏହି ପ୍ରକାର …

ସମୟସୁଧ ଦର(%)
୧ ବର୍ଷ୫.୫
୨ ବର୍ଷ୫.୫
୩ ବର୍ଷ୫.୫
୫ ବର୍ଷ୬.୭

୫ ବର୍ଷ ପାଇଁ ନିବେଶରେ ମିଳିଥାଏ ଟ୍ୟାକ୍ସ ରିହାତିର ଲାଭ
ଏହି ସ୍କିମରେ ମିଳୁଥିବା ସୁଧ ଟ୍ୟାକ୍ସେବଲ ହୋଇଥାଏ ଏବଂ ଯିଏ ଏଥିରେ ନିବେଶ କରିଥାଏ ତା ବାର୍ଷିକ ଆୟରେ ସୁଧ ଯୋଡିହୋଇଥାଏ । ଭାରତୀୟ ଡାକର ଅଫିସିଆଲ୍ ୱେବସାଇଟ ଅନୁସାରେ ୫ ବର୍ଷର ଅବଧି ଜମା ଅନୁସାରେ ନିବେଶ କଲେ ଆୟକର ଅଧିନିୟମ ୧୯୬୧ ର ଧାରା ୮୦ ସି ଅନୁସାରେ ଟ୍ୟାକ୍ସ ରିହାତିର ଫାଇଦା ମିଳିବ ।

   ସମ୍ବନ୍ଧିତ ଖବର


ଭାରତ ସରକାରଙ୍କ ସ୍କାନରରେ ଚୀନ୍‌ର ୫୦ ନିବେଶ ପ୍ରସ୍ତାବ

ବୟକଟ୍‌ ଚାଇନା ଅଭିଯାନ ଏକାଠି ହେଲେ ଭାରତର ବଡ ଉଦ୍ୟୋଗପତି

୪.୫% ଖସିବ ଜିଡିପ -ଆର୍ଥିକ ଅଙ୍କରେ ଦେଖାଦେବ ଲକ୍‌ଡାଉନ୍‌ ପ୍ରଭାବ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ ଢାଞ୍ଚାଗତ ସଂସ୍କାର

ଆଖି ପାଇଁ ସଞ୍ଜୀବନୀ ନାଲି ଆଲୋକ

ପାଣି ପିଇବା ସମୟରେ ଆପଣ କରୁଛନ୍ତି କି ଏହି ୫ ଭୁଲ୍, ଯେତେ ଶୀଘ୍ର ସମ୍ଭବ ସୁଧାରନ୍ତୁ

ଏୟାରଟେଲ୍ ଲଞ୍ଚ୍ କଲା ଶସ୍ତା ପ୍ରି-ପେଡ୍ ପ୍ଲାନ୍, ପ୍ରତିଦିନ ମିଳିବ ୧.୫ ଜିବି ଡାଟା