‘ କ୍ଷମା କରିଦିଅ ବାପା… କ୍ଷମା କରିଦିଅ ମା’… ମୁଁ ଯାଉଛି ’: ୧୬ ବର୍ଷର ପିଲା ଫେସ୍ବୁକରେ ପୋଷ୍ଟ କଲା ଏମିତି ସୁସାଇଡ୍ ନୋଟ୍ , ଆଉ ତାପରେ…

ରାଜସ୍ଥାନ,୧୪/୨; ‘ମୁଁ ସୁରେନ୍ଦ୍ର ସାଙ୍ଗବା, ମୋର ସ୍ବପ୍ନ ବହୁତ ବଡ଼ ଥିଲା। ମାତ୍ର ମୋ ଜୀବନରେ ଏମିତି କିଛି ସାଙ୍ଗ ଆସିଯାଇଛନ୍ତି, ଯେଉଁମାନେ ମୋ ଜୀବନକୁ ପୁରା ବର୍ବାଦ୍ କରିଦେଇଛନ୍ତି। ସେହି ସାଙ୍ଗମାନଙ୍କ ଭିତରୁ କିଛି ସାଙ୍ଗ ଅଛନ୍ତି ଯେଉଁମାନେ ମୋତେ ମାରି ଦେବାକୁ ଚେଷ୍ଟା କରୁଛନ୍ତି। ଏବେ ମୁଁ ସେମାନଙ୍କୁ ଛାଡ଼ିକି ଯାଉଛି। ମୋ ପାଖରେ ଏବେ ସେତିକି ସମୟ ନାହିଁକି ମୁଁ ସମସ୍ତଙ୍କୁ ପୁରା କାହାଣୀ କହିପାରିବି।‘
… ଚିଠିରେ ସୁରେନ୍ଦ୍ର ନିଜ ବାପା ମାଙ୍କ ପାଇଁ କିଛି ସାଏରୀ ମଧ୍ୟ ଲେଖିଛି ଆଉ ତଳେ ବିଧାୟକ ହନୁମାନ ବେନିଓ୍ବାଲ ଜିନ୍ଦାବାଦ ଲେଖିଛି।…’ କ୍ଷମା କରିଦିଅ ବାପା… କ୍ଷମା କରିଦିଅ ମା’… ମୁଁ ଯାଉଛି…’।

୧୬ ବର୍ଷ ବୟସର ସୁରେନ୍ଦ୍ର ଫେସ୍ବୁକରେ ଏମିତି ସୁସାଇଡ୍ ନୋଟ୍ ଲେଖି ଏକ ମାଲଗାଡ଼ି ଆଗରେ ଡେଇଁ ଆତ୍ମହତ୍ୟା କରିଛି। କେବଳ ସେତିକି ନୁହେଁ, ସୁସାଇଡ୍ ନୋଟରେ ସୁରେନ୍ଦ୍ର କିଛି ପିଲାଙ୍କ ନାମ ମଧ୍ୟ ଲେଖିକି ଯାଇଛି। ହାତ ଲେଖା ଚିଠିରେ ଏହା ଲେଖା ହୋଇଛି ଯେ, ପ୍ରଧାନ ପତି ରାଜେଶ ସହିତ ୪ଜଣ ପିଲା ଆତ୍ମହତ୍ୟା କରିବା ପାଇଁ ମଜବୁର କରିଥିବା ସୁରେନ୍ଦ୍ର ଅଭିଯୋଗ କରିଛି। ମାତ୍ର ମୃତ ସୁରେନ୍ଦ୍ରଙ୍କ ପରିବାର ଲୋକ ଏହି ଘଟଣା ବାବଦରେ ଥାନାରେ କୈାଣସି ରିପୋର୍ଟ ଦେଇନାହାନ୍ତି।

ସୁରେନ୍ଦ୍ରଙ୍କ ଘର ନନିହାଲରେ। ଥାନା ଅଧିକାରୀ ଫୁଲଚନ୍ଦ ବାଡୋଲିଆ କହିଛନ୍ତି, ମୃତକ ସୁରେନ୍ଦ୍ର ଗାଡ଼ିରେ ରେଲଓ୍ବେ ଷ୍ଟେସନ୍ ଯାଇଥିଲେ। ଯୋଧପୁର ଯାଉଥିବା ଏକ ମାଲଗାଡ଼ି ଆଗକୁ ଡେଇଁ ପଡ଼ିଥିଲେ। ସେଠାରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି।
ସୁରେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ଫେସ୍ବୁକରେ ସୁସାଇଡ୍ ନୋଟ୍ ଛାଡ଼ିବା ପରେ ବି ସେ ସତରେ ଆତ୍ମହତ୍ୟା କରିଛନ୍ତି ବା କରିବାକୁ ଯାଉଛନ୍ତି ବୋଲି କାହାକୁ ବିଶ୍ବାସ ହୋଇନଥିଲା। ସେଥିପାଇଁ ସାଙ୍ଗମାନେ ଫେସବୁକରେ କମେଣ୍ଟ ଲେଖି ସୁରେନ୍ଦ୍ରକଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ଏବଂ ଆଉ କିଛି ଜଣ ଫୋନ୍ ମଧ୍ୟ କରିଥିଲେ। ମାତ୍ର ସୁରେନ୍ଦ୍ର କୁଆଡେ ଯାଉଛନ୍ତି ତାର ଠିକଣା କାହାରିକୁ ଜଣାନଥିଲା। ତେବେ ସେତେବେଳକୁ ସୁରେନ୍ଦ୍ର ଆତ୍ମହତ୍ୟା କରିସାରିଥିଲେ ।
ବିଧାୟକ ହନୁମାନ ବେନିଓ୍ବାଲ କହିଛନ୍ତି କି, ସୋସିଆଲ୍ ମିଡ଼ିଆରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଲା। ସୁସାଇଡ୍ ନୋଟ୍ ସାର୍ବଜନୀନ ହେବା ପରେ ବି ଘଟଣାକୁ ନରୋକିପାରିବା ଏହା ପୁଲିସର ଭୁଲ୍। ଏହି ଘଟଣାକୁ ରୋକା ଯାଇପାରିଥାନ୍ତି। କେଉଁ ପରିସ୍ଥିତିରେ ଆସି ଯୁବକଟି ଆତ୍ମହତ୍ୟା କରିଛି ଯଥାଶୀଘ୍ର ଏହାର ଯାଞ୍ଚ କରାଯାଉ ବୋଲି ବେନିଓ୍ବାଲ କହିଛନ୍ତି।