ଏଠାରେ ହେବାକୁ ଯାଉଛି ନ୍ୟୁଡ୍ ପାର୍ଟି: ଭାଇରାଲ ପୋଷ୍ଟର ଦେଖି ଚିନ୍ତାରେ ପୋଲିସ, ବିଦେଶୀ ଝିଅଙ୍କ ସାଙ୍ଗରେ ଅନଲିମିଟେଡ୍ ମଦ ଓ ସେକ୍ସ ଅଫର

ଗୋଆ,୨୪।୯: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟର ଯୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଏଭଳି ଏକ ପ୍ରାଇଭେଟ୍ ପାର୍ଟିର ସୂଚନା ଦେଇଛନ୍ତି। ଏଭଳି ଏକ ମାମଲା ଗୋଆରେ ଦେଖିବାକୁ ମିଳିଛି। ସେଠାର ଉତ୍ତର  ଭାଗରେ ଏକ ଏକ ନ୍ୟୁଡ୍ ପାର୍ଟି ହେବାକୁ ଯାଉଛି।  ଏହି ପୋଷ୍ଟରଟି ଏବେ ଗୋଆ ପୋଲିସ ନିଦ ଉଡାଇ ଦେଇଛି। ଗୋଆ ପୋଲିସ ଏହାର ଯାଞ୍ଚ କରିବାକୁ ନିର୍ଦେଶ ଦେଇଛି। ଏହି ମାମଲାରେ ଜଣେ ଅଧିକାରୀ କହିଛନ୍ତି, ପୋଲିସ ନିଜର ଖବରୀମାନଙ୍କୁ ଏହାର ପତ୍ତା ଲଗାଇବା ପାଇଁ ସକ୍ରିୟ କରିଦେଇଛି।  ପୋଷ୍ଟରରେ ଯେଉଁ ଭଳି କୁହାଯାଇଛି ତାହା ନର୍ଥ ଗୋଆର ବୋଲି ଜଣାପଡିଛି। କିନ୍ତୁ ଏଥିରେ ଠିକଣା, ତାରିଖ ଏବଂ ଅନ୍ୟ ବିକରଣୀ ଦିଆଯାଇ ନାହିଁ।

ପୋଷ୍ଟରରେ ସୂଚନା ଦେଇ ଲେଖାଯାଇଛି, ଏହି ପାର୍ଟିରେ ୧୦ରୁ ୧୫ ବିଦେଶୀ ଝିଅ ଓ ୧୦ରୁ ଅଧିକ ଭାରତୀୟ ଝିଅ ସାମିଲ ହେବେ। ଅନଲିମିଟେଡ୍ ମଦ, ଅନଲିମିଟେଡ୍ ସେକ୍ସ ମଧ୍ୟ ​ ହେବ। ସେଭଳି ପୋଲିସର କହିବା ଅନୁସାରେ, ରାଜ୍ୟରେ ଏଭଳି କୌଣସି ପାର୍ଟି ହେବାକୁ ଦେବ ନାହିଁ। ସତରେ ଏଭଳି କୌଣସି ଯୋଜନା ଥିଲେ ଏହାର ଆୟୋଜକଙ୍କୁ ଧରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକାରୀଙ୍କ କହିବା ଅନୁସାରେ, ହୋଇପାରେ ଏଭଳି ପୋଷ୍ଟର ସୋସିଆଲ ମିଡିଆରେ ମଜାଳିଆ ଢଙ୍ଗରେ ଦିଆଯାଇଛି। ପୋଷ୍ଟରରେ ଦିଆଯାଇଥିବା ମୋବାଇଲ ନମ୍ବରକୁ ଫୋନ୍ କଲେ ତାହା ସ୍ବିଚ ଅଫ୍ ଆସୁଛି। ତେବେ ଗୋଆରେ ଏଭଳି ପାର୍ଟି କିନ୍ତୁ କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ପାର୍ଟି ଆୟୋଜିତ ହୋଇସାରିଥିବା ବେଳେ ପୋଲିସ ଚଢାଉ କରିସାରିଛି। ପୋଲିସ ଏବେ ଚିନ୍ତାରେ ପଡିଛି ଏଭଳି ପାର୍ଟିର ଆୟୋଜନ କିଏ କରିବ? ଏହି ଘଟଣାରେ ଗୋଆ କଂଗ୍ରେସ ମୁଖପାତ୍ର ଟ୍ରେଜାନୋ ଡି ମେଲୋ କହିଛନ୍ତି ରାଜ୍ୟରେ ବହୁ ସଂଖ୍ୟାରେ କ୍ୟାସିନୋ ପରେ ଏବେ ଏଭଳି ନ୍ୟୁଡ୍ ପାର୍ଟିର ପୋଷ୍ଟର ଦେଖି ଲାଗୁଛି ଗୋଆରେ ନର୍କ ଦେଖୁଛି।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାର ଶକ୍ତିଶାଳୀ ମିଶାଇଲ, ଗଭୀର ସମୁଦ୍ରରେ ବି ଶତ୍ରୁର ଜାହାଜକୁ ଲକ୍ଷ୍ୟଭେଦ କରି ଓଲଟାଇଦେବ…

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ