ବିରାଟ ବିସ୍ମିତ; ଆରସିବି ସାଇଟରୁ ପ୍ରୋଫାଇଲ୍ ପିକ୍ଚର ଗାଏବ, କିନ୍ତୁ କ୍ୟାପଟେନଙ୍କୁ ଖବର ନାହିଁ

ନୂଆଦିଲ୍ଲୀ  ୧୩।୨ : ଟିମ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍) ରୋୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁର କ୍ୟାପଟେନ୍ ବିରାଟ କୋହଲି ନିଜ ଟିମ୍ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଉପରେ ଏକ ବଡ଼ ପ୍ରଶ୍ନ ଠିଆ କରିଛି। ଆରସିବି ବୁଧବାର ଦିନ ଅଚାନକ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ନିଜ ପ୍ରୋଫାଇଲ ଫଟୋ ଏବଂ ନାଁ ହଟାଇ ଦେଇଛି। ହଠାତ୍ ଏହିଭଳି ଭାବେ ଆରସିବିର ଟ୍ବିଟର ଆକାଉଣ୍ଟରୁ ଫଟୋ ଏବଂ ଲୋଗୋ ଗାଏବ ହୋଇଯିବା ଦ୍ବାରା ଫ୍ୟାନ୍ସ ମଧ୍ୟ ଚକିତ ହୋଇପଡ଼ିଛନ୍ତି।

ଫ୍ୟାନ୍ସଙ୍କ ବ୍ୟତୀତ ଟିମର କ୍ୟାପଟେନ୍ ବିରାଟ କୋହିଲି ଖୋଦ୍ ନିଜେ ପ୍ରଶ୍ନ ପଚାରିଛନ୍ତି। ପ୍ରକୃତରେ ଏହି ବାବଦରେ ଆରସିବିର କ୍ୟାପଟେନ୍ କୋହଲିଙ୍କ ପାଖରେ ବି କୌଣସି ସୂଚନା ନାହିଁ ଯେ, ସୋସିଆଲ ମିଡ଼ିଆରୁ ଲୋଗୋ ଏବଂ ଫଟୋ ହଟାଇ ଦିଆଯାଇଛି ବୋଲି।  କୋହଲି ଯେତେବେଳେ ଏସବୁ ଦେଖିଲେ ସେ ନିଜ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ଏବଂ ଏହାକୁ ନେଇ  ଟିମ୍ ମ୍ୟାନେଜମେଣ୍ଟକୁ ପ୍ରଶ୍ନ କରିଛନ୍ତି।

ସେ ଟ୍ବିଟରରେ ଟିମକୁ ଟ୍ୟାଗ୍ କରିବା ସହିତ ଲେଖିଛନ୍ତି କି-ପୋଷ୍ଟ ଗାଏବ ହୋଇଯାଇଛି ଏବଂ କ୍ୟାପଟେନଙ୍କୁ ଏ ସମ୍ପର୍କରେ କୌଣସି  ବି ସୂଚନା ଦିଆଯାଇନାହିଁ। ଦୟାକରି କୁହନ୍ତୁ, ଯଦି ଆପଣଙ୍କୁ କିଛି ସାହାଯ୍ୟର ଆବଶ୍ୟକତା ଅଛି ତ। ବିରାଟଙ୍କ ବ୍ୟତୀତ ଏବୀ ଡିବିଲିୟର୍ସ ମଧ୍ୟ ଏହାକୁ ନେଇ ପ୍ରଶ୍ନ କରିଛନ୍ତି। କେବଳ ଜଣେ କି ଦୁଇ ଜଣ ନୁହେଁ ସମସ୍ତେ ଏଥିପାଇଁ ହଇରାଣ ହୋଇଯାଇଛନ୍ତି।

ଚହଲ  ଟ୍ବିଟ୍ କରିଛନ୍ତି କି- ‘ଆରେ ଆରବିସି, ଏହା କଣ ଗୁଗଲୀ ଅଟେ ? ଆପଣଙ୍କ ପ୍ରୋଫାଇଲ୍ ଫଟୋ ଏବଂ ଇଂଷ୍ଟାଗ୍ରାମ ପୋଷ୍ଟ କୁଆଡ଼େ ଗଲା ? ସେହିପରି ଡିବିଲିୟର୍ସ ମଧ୍ୟ ଫଟୋ ଓ ଲୋଗୋ ଗାଏବ ହୋଇଯିବା ନେଇ ଚକିତ ହୋଇପଡ଼ିଛନ୍ତି। ଆଉ ଟ୍ବିଟରରେ ପ୍ରଶ୍ନ କରିଛନ୍ତି କି, ଆରସିବିର ସୋସିଆଲ ମିଡ଼ିଆ ଆକାଉଣ୍ଟକୁ କଣ ହୋଇଛି ? ବିଶ୍ବାସ ରଖୁଛି ଯେ, ଏହା ଏକ ରଣନୀତିକ ବ୍ରେକ୍ ଅଟେ।



   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ