ଓଡ଼ିଶା ମୁହାଁ ‘ଫୋନି’: ମୁକାବିଲା ପାଇଁ ଛୁଟି ବାତିଲ କଲା ଶକ୍ତି ବିଭାଗ

ଭୁବନେଶ୍ବର ୧।୫: ଓଡ଼ିଶା ମୁହାଁ ହେଉଛି ‘ଫୋନି’। ଭୟଙ୍କର ବାତ୍ୟାର ମୁକାବିଲା ପାଇଁ ଶକ୍ତି ସଚିବ ହେମନ୍ତ ଶର୍ମା ବିଦ୍ୟୁତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଜରୁରୀ ବୈଠକ ଡକାଇ ଆଲୋଚନା କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଉପକୂଳ ଅଞ୍ଚଳର ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ଉଭୟ ବିତରଣ ଓ ସଂଚାରଣ କ୍ଷେତ୍ରରେ କ୍ଷତି ହେଲେ ଖୁବଶୀଘ୍ର କିପରି ପୁନରୁଦ୍ଧାର କରାଯାଇ ପାରିବ ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ବିଦ୍ୟୁତ୍ ସରଂଜାମ ମହଜୁଦ ଓ ଟିମ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି।

ସ୍ବାସ୍ଥ୍ୟସେବା, ଟେଲି ଯୋଗାଯୋଗ ଓ ପାନୀୟ ଜଳ ବ୍ୟବସ୍ଥାକୁ ଅଗ୍ରାଧିକାର ଭିତ୍ତିରେ ସ୍ବାଭାବିକ କରିବା ପାଇଁ ସମସ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ପୂର୍ବ ଅନୁଭୂତିରୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ କୁହାଯାଇଛି। ପୂର୍ବପରି ସମସ୍ତ ଡିଭିଜନ୍ କାର୍ଯ୍ୟାଳୟଗୁଡ଼ିକରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିବା ଓ ଭୁବନେଶ୍ବର ମୁଖ୍ୟ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ