ଗାଁକୁ ଫେରିଲେ ଜଙ୍ଗଲରେ ରହୁଥିବା ପ୍ରବାସୀ ଶ୍ରମିକ, ଗ୍ରାମବାସୀ ତଡି ଦେଇଥିଲେ

ବରଗଡ଼ ୩/୬: କ୍ବାରେଣ୍ଟାଇନ ସେଣ୍ଟରରେ ୧୪ ଦିନ କଟେଇବା  ପରେ ଗାଁ କୁ ଫେରିଥିଲେ ତାମିଲନାଡୁ ଫେରନ୍ତା ପ୍ରବାସୀ ୩ ଶ୍ରମିକ । ହେଲେ ଗାଁ ଲୋକେ ସେମାନଙ୍କୁ ଗାଁରୁ ତଡିଦେଇଥିଲେ । ଶେଷରେ ବାଧ୍ୟ ହୋଇ  ଜଙ୍ଗଲ ଭିତରେ ଡାଳ ପତ୍ର ତିଆରି କୁଡ଼ିଆରେ ଦିନ କାଟୁଥିଲେ ଫେରନ୍ତା ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର । ତେବେ ପରେ ଜିଲ୍ଲା ପ୍ରଶାସନ ଗାଁକୁ ଯାଇ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଗାଁକୁ ଫେରେଇ ଆଣିଛି ।

ଜଙ୍ଗଲ ମଝିରେ ଗଛର ଡାଳ  ପତ୍ର କୁଡିଆରେ ଦିନ ଦିନ କାଟୁଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ଏବେ ନିଜ ଘରକୁ ଫେରି ପାରିଛନ୍ତି । ପ୍ରଥମେ ତାମିଲନାଡୁରୁ ଓଡିଶା ଆସିବାକୁ ନାନା ହଇରାଣ ହରକତ ଓ ହାରି ଗୁହାରି । ଓଡିଶାରେ ନିଜ ଜିଲ୍ଲାରେ ପହଁଚି ଗାଁର କ୍ବାରେଣ୍ଟାଇନ ସେଣ୍ଟରରେ ୧୪ ଦିନ କଟେଇବା ପରେ ଘରେ ୭ ଦିନ ସଙ୍ଗରୋଧ ରହିବାକୁ ଯାଇ ନିଜ ଘରକୁ ପହଞ୍ଚିଥିଲେ ହେଲେ ସେଠାରେ ଗାଁଲୋକଙ୍କ ଠାରୁ ହଟହଟା ହୋଇ ତଡାଖାଇ ଜଙ୍ଗଲକୁ ପଳେଇଥିଲେ । ସେଠାରେ ଦୁଇଦିନ ଦୁଇ ରାତି ଖରା ଓ ପ୍ରବଳ ବର୍ଷାରେ ଡାଳ ପତ୍ର କୁଡ଼ିଆରେ ରହୁଥିବା  ଘଟଣା ପ୍ରମେୟ ନ୍ୟୁଜ୍ ୭ରେ ପ୍ରସାରିତ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଗାଁକୁ ଯାଇ ଗ୍ରାମବାସୀଙ୍କୁ  ଦୀର୍ଘ ସମୟ ବୁଝେଇବା ପରେ ଗାଁ ଲୋକେ ବୁଝି ପାରି ସେମାନଙ୍କୁ ନିଜ ଘରକୁ  ଜିଲ୍ଲା ପୋଲିସ ଓ ପ୍ରାସାସନ ସହିତ ମିଶି ସେମାନଙ୍କ ଘରକୁ ପାଛୋଟି ନେଇଥିଲେ ।

ସେହିପରି ସେହି ଗାଁର ଆଉ ଜଣେ ଝିଅ ବବିତା ବିଶି ବଲାଙ୍ଗୀର ଜିଲ୍ଲାରେ ଶିକ୍ଷୟିତ୍ରୀ ଭାବେ ଘରୋଇ ସ୍କୁଲରେ କାର୍ଯ୍ୟ କରୁଥିଲେ । ଲକଡାଉନ ପାଇଁ ଗାଁକୁ ଆସି ପାରି ନଥିଲେ । ଗାଁର ଅଙ୍ଗନବାଡି ଦିଦି ଓ ଆଶା ଦିଦିଙ୍କ ସାହାର୍ଯ୍ୟରେ ଗାଁକୁ ଫେରିଥିଲେ । ହେଲେ ବବିତାଙ୍କୁ ମଧ୍ୟ ଗାଁରୁ ଅନେକ ମହିଳା ମିଶି ତଡିଦେଇଥିଲେ । ପରେ ସେ ମାମୁଁଙ୍କ ସହାୟତାରେ ଜଙ୍ଗଲରେ ରହି ରାତି ଅଧରେ ମାମୁଁ ଘର ଗାଁ କୁ ଯାଇ ଲୁଚିରହିଥିଲେ । ଜିଲ୍ଲା ପ୍ରଶାସନ ତାଙ୍କୁ ମଧ୍ୟ ଗାଁକୁ ଫେରାଇ ଆଣିଛି ।

ଭଟଲି ବ୍ଲକ ର ମୂଳବାର ପଂଚାୟତର ସର୍ଦ୍ଧାପାଲି ଗାଁର  ତାମିଲନାଡୁ ଫେରନ୍ତା  ତିନିଜଣ ଶ୍ରମିକ ସଂକୀର୍ତ୍ତନ ସୁନା, ରାଜେନ୍ଦ୍ର ସୁନା ଓ ଉମାକାନ୍ତ ସେଠ ତାମିଲନାଡୁରୁ ଫେରିବା ପରେ ସେମାନଙ୍କୁ ପ୍ରଥମେ  କାଶିପାଲି ଗାଁ ର କ୍ବାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ସଙ୍ଗରୋଧ ରହିବା ପରେ ହୋମ କ୍ବାରେଣ୍ଟାଇନ ରହିବାକୁ ପାଇଁ ଗାଁ କୁ  ନିଜ ଘରକୁ ଆସିଥିଲେ  । ହେଲେ ଗାଁର ଶତାଧିକ ମହିଳା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଗାଁରୁ ବାହାରକୁ ତଡିଦେଇଥିଲେ ।

ବାଧ୍ୟ ହୋଇ ନିଜ ପରିବାର ଲୋକଙ୍କ ସହ ନିକଟସ୍ଥ ଜଙ୍ଗଲରେ  ଖରାରେ ଏବଂ ପ୍ରବଳ ବର୍ଷା ରେ ପତ୍ର କୁଡ଼ିଆ କରି  ବହୁ କଷ୍ଟରେ ରହୁଥିଲେ ୬ବର୍ଷ ର ଶିଶୁ ସହିତ  ଖାଲି ସେତିକି ନୁହଁ ପିଇବା ପାଣି ଦୋକାନ କୁ ବାରଣ କରିଥିଲେ  ଗାଁ ଲୋକେ । ହେଲେ ଘଟଣା ବିଷୟରେ ଜାଣିବା ପରେ ବରଗଡ଼ ଉପଜିଲ୍ଲାପାଳ ପ୍ରଭାଷ କୁମାର ଡନସେନା ଅତିରିକ୍ତ ଏସ୍ପି ଅମରେନ୍ଦ୍ର ରଣା ,ଏସ୍ଡିପିଓ ପ୍ରଭାକର ସାହୁ ଙ୍କ ସମେତ ଭଟଲି ବ୍ଲକର ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ ପହଁଚି ଗାଁ ଲୋକଙ୍କୁ ବୁଝାସୁଝା କରିବାରୁ ଗାଁ ଲୋକେ ନିଜର ଭୁଲ ବୁଝିପାରି ସମସ୍ତେ ମିଶି ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଓ ଗାଁର ଝିଅ ବବିତାକୁ ଗାଁକୁ ପାଛୋଟି ନେଇଥିଲେ ।

   ସମ୍ବନ୍ଧିତ ଖବର


ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ବରଗଡ: ବେଆଇନ ନିଶା ଔଷଧ ଓ କଫ୍ ସିରପ ଜବତ କଲା ପୋଲିସ, ୫ ଗିରଫ

ଖାକିରେ କଳଙ୍କ: ରାତିଅଧରେ ସର୍ଚ୍ଚ ନାଁରେ ମହିଳାଙ୍କୁ ଦୁର୍ବ୍ୟବହାର ! ବିଜେପୁର ଥାନା ଏସ୍‌ଆଇଙ୍କ ନାଁରେ ମାମଲା ରୁଜୁ

ବରଗଡ଼ରେ ନକଲି କୋଭିଡ୍-୧୯ ଭ୍ୟାକ୍ସିନ୍ ! ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ ଚଢ଼ଉ,ବିପୁଳ ପରିମାଣର ଭ୍ୟାକ୍ସିନ୍ ଜବତ

ଆଜି ୧୨ ଘଣ୍ଟିଆ ଅତାବିରା ବ୍ଲକ୍ ବନ୍ଦ : ଖୋଲିନି ଦୋକାନ ବଜାର, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଚୋରି ଗାଡିକୁ ଫେରାଇବାକୁ ଡିଲ୍ କଲେ ସାମ୍ବାଦିକ ! ଯୁବକଙ୍କ ନାଁରେ ଏତାଲା ଦେଲେ ଗାଡ଼ିମାଲିକ