ନିର୍ବାଚନ ଲଢିବେନି କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳ

source:http://atrnews.in
କଟକ ୨୭/୩: ୨୦୧୯ ନିର୍ବାଚନ ଲଢିବେନି କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳ । ନିର୍ବାଚନ ନଲଢିବା ନେଇ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ପ୍ରଭାତ । ଏନେଇ ସେ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ନାଁରେ ମାମଲା ବିଚାରାଧୀନ ଥିବାରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତାଙ୍କ ଉପରେ କୌଣସି ଚାପ ନାହିଁ ଏବଂ ସେ ସ୍ୱଇଚ୍ଛାରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ମାମଲାର ଶୁଣାଣି ପର୍ଯ୍ୟନ୍ତ ସେ ନିର୍ବାଚନଠୁ ଦୂରେଇ ରହିବେ ବୋଲି କହିଛନ୍ତି ।
ସି-ସୋର ଚିଟ୍ଫଣ୍ଡ ମାମଲାରେ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ । ପରେ ସେ ଜାମିନରେ ଆସିଥିଲେ। ଏବେ ନିର୍ବାଚନ ନଲଢିବା ନେଇ ବ୍ୟକ୍ତିଗତଭାବେ ନିଷ୍ପତ୍ତି ନେଇଛନ୍ତି ପ୍ରଭାତ । ତେବେ ଏଥର ଚିଟ୍ଫଣ୍ଡରେ ସମ୍ପୃକ୍ତ ଥିବା ନେତାଙ୍କୁ ବିଜେଡିରୁ ଟିକେଟ ନ ମିଳିବା ନେଇ ଚର୍ଚ୍ଚା ହେଉଥିଲା। ଅନୁମାନ କରାଯାଉଛି ତାଙ୍କ ପାଇଁ ଦଳ କୌଣସି ରୂପେ ପ୍ରଭାବିତ ନହେଉ ସେଥିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ସେ ସମ୍ପୂର୍ଣ୍ଣ ରୂପେ ରାଜନୀତିରୁ ସନ୍ୟାସ ନେଉନାହାନ୍ତି । ରାଜନୀତିକୁ ସେ ପୁଣି ଫେରିବେ । ସେ କେବଳ ମାମଲାର ଶୁଣାଣି ପର୍ଯ୍ଯନ୍ତ ନିର୍ବାଚନଠୁ ଦୂରେଇ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।