PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଖାକିରେ ଧମାଲ୍ କରିବେ ପ୍ରାଚୀ: ‘ସାଇଲେନ୍ସ-କ୍ୟାନ୍‌ ୟୁ ହିଅର ଇଟ୍‌’ ଜରିଆରେ ​ଓଟିଟିରେ ଡେବ୍ୟୁ

ମୁମ୍ବାଇ ୦୮/୦୩: ଅଭିନେତ୍ରୀ ପ୍ରାଚୀ ଦେଶାଇ ଏବେ ଡିଜିଟାଲ୍‌ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ମାର୍ଚ୍ଚ ୨୬ରେ ଜି-୫ରେ ରିଲିଜ୍‌ ହେଉଥିବା ‘ସାଇଲେନ୍ସ-କ୍ୟାନ୍‌ ୟୁ ହିଅର ଇଟ୍‌’ରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ସେ ଜଣେ ପୁଲିସ ଅଧିକାରୀ ଇନ୍‌ସପେକ୍ଟର ସଞ୍ଜନା ଭାଟିଆଙ୍କ ଚରିତ୍ରରେ ନଜର ଆସିବେ । ତାଙ୍କୁ ଏସ୍‌ପି ଅବିନାଶ(ଅଭିନେତା ମନୋଜ ବାଜପେୟୀ)ଙ୍କ ସହ ମିଶି ଏକ ମର୍ଡର ମିଷ୍ଟ୍ରିର ଯାଞ୍ଚ କରୁଥିବା ଦେଖିବାକୁ ମିଳିବ। ‘ସାଇଲେନ୍ସ କ୍ୟାନ୍‌ ୟୁ ହିଅର ଇଟ୍‌’ର ପୋଷ୍ଟର ଓ ସେଥିରେ ନିଜର ଫାଷ୍ଟ ଲୁକ୍‌କୁ ପ୍ରାଚୀ ସୋସିଆଲ ମିଡିଆରେ ମଧ୍ୟ ଜାରି କରିଛନ୍ତି । ପ୍ରଶଂସକମାନେ ତାକୁ ଖୁବ୍‌ ପସନ୍ଦ କରୁଛନ୍ତି ।

ଏ ସଂପର୍କରେ ପ୍ରାଚୀ ଲେଖିଛନ୍ତି, ‘ଜୀବନରେ ପ୍ରଥମ ଥର ପାଇଁ ଜଣେ ପୁଲିସ ଅଧିକାରୀଙ୍କ ଭୂମିକା ନିର୍ବାହ କରୁଛି । ଏହି ଅଫର୍‌ ପାଇ ପ୍ରଥମେ ନର୍ଭସ ହୋଇଯାଇଥିଲି । ପରେ କିନ୍ତୁ ମନୋଜ ସାର୍‌ଙ୍କ ପ୍ରେରଣାରେ କାମ କରିବା ସହଜ ହୋଇଗଲା । ଏହା ମୋ’ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ।’

ଫିଲ୍ମର କାହାଣୀ ଏକ ରହସ୍ୟ ଉପରେ ଆଧାରିତ। ଜଣେ ମହିଳା ତାଙ୍କ ଘରୁ ହଠାତ୍‌ ନିଖୋଜ ହୋଇଯାଇଥିବା ବେଳେ ପରଦିନ ତାଙ୍କର ଶବ ମିଳେ। କିଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଜାଣିବା ଲାଗି ପୁଲିସ ଟିମ୍‌ ଦିନରାତି ଏକ କରିଦିଅନ୍ତି । ଜି ଷ୍ଟୁଡିଓ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିବା ବେଳେ ଅବନ ଭରୁଚା ଦେବହଂସ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ପ୍ରାଚୀ ଦେଶାଇ, ମନୋଜ ବାଜପେୟୀଙ୍କ ବ୍ୟତୀତ ଅର୍ଜୁନ ମାଥୁରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ସୂଚନାଥାଉକି, ଟିଭି ଜଗତରେ ଲୋକପ୍ରିୟତାର ଶୀର୍ଷ ଛୁଇଁବା ପରେ ‘ରକ୍‌ ଅନ୍‌’ ଫିଲ୍ମ ମାଧ୍ୟମରେ ପ୍ରାଚୀ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତା’ ପରେ ତାଙ୍କୁ ‘ଲାଇଫ୍‌ ପାର୍ଟନର’, ‘ୱାନ୍‌ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’, ‘ବୋଲ ବଚ୍ଚନ’, ‘ପୁଲିସଗିରି’ ପରି ଫିଲ୍ମରେ ଦେଖିବାକୁ ମିଳିଥିଲା ।

Meet Inspector Sanjana. Sharp with the wit of a fox 👮🏻‍♀️ Joining ACP Avinash on the most complex murder investigation…

Posted by Prachi Desai on Friday, 5 March 2021