ଫେସବୁକ୍ ପେଜରେ ମହାରଥୀଙ୍କ ବୟାନ; ‘ମୁଁ କିମ୍ବା ମୋ ଦଳ ଏହି ଘଟଣାରେ ସଂପୃକ୍ତ ନୋହୁଁ’, ଭିଡ଼ିଓ ହେଲା ଭାଇରାଲ…

ଭୁବନେଶ୍ବର: ଫ୍ଲାଇଁ ସ୍କ୍ୱାଡ୍ ମାଜିଷ୍ଟ୍ରେଟଙ୍କୁ ରବିନାରାୟଣ ପାତ୍ରଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ।  ଏହି ଘଟଣାକୁ ନେଇ ପ୍ରଦୀପ ମହାରଥୀ ଫେସବୁକ୍ ପେଜ୍ ଭିଡ଼ିଓରେ କହିଛନ୍ତି କି, ଏହି ଘଟଣାରେ ସେ କିମ୍ବା ତାଙ୍କ ଦଳ ସଂପୃକ୍ତ ନୁହନ୍ତି। ନିଜ ଫେସବୁକ ପେଜରେ ଏହିଭଳି ଭିଡ଼ିଓ ଅପଲୋଡ କରି ନିଜର ମନ୍ତବ୍ୟ ଦେଇଛନ୍ତି ପ୍ରଦୀପ ମହାରଥୀ। ସେ କହିଛନ୍ତି, ଟିଭି ଓ ଖବର କାଗଜରେ ସକାଳେ ଦେଖିଲି ରାତି ୧୨ଟାରେ ଫାର୍ମ ହାଉସରେ ଭୋଜି ଓ ଟଙ୍କା ବଣ୍ଟା ଚାଲିଥିବା ବେଳେ ଖବର ପାଇ ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମ୍ ଚଢାଉ କରିଥିଲା । ଆପଣ ଜାଣିଥିବେ ଗତକାଲି ରାତିରେ ବହୁତ ଜୋରରେ ଝଡ଼ ତୋଫାନ ହୋଇଥିଲା। କିଟି କିଟି ଅନ୍ଧାର ରାତିରେ ଫାର୍ମ ହାଉସରେ କାହିଁକି ପଶୁଛନ୍ତି ବୋଲି ପଚାରିବାରୁ ପ୍ରଦୀପ ମହାରଥୀଙ୍କ ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ବଚସା ହୋଇଥିଲା। ଏହି ଘଟଣାରେ ମୁଁ ଆଜି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଏଭଳି ପରିସ୍ଥିତିରେ ମୁଁ କିମ୍ବା ମୋ ଦଳ ସଂପୃକ୍ତ ନୁହେଁ ବୋଲି ପ୍ରଦୀପ ମହାରଥୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଏହି ଘଟଣାରେ ମହାରଥୀ ନିଜେ ଗୋଡେଇ ପିଟିଥିଲେ ବୋଲି ଅଭିଯୋଗ କରିଥିଲେ ମାଜିଷ୍ଟ୍ରେଟ୍ । ତେବେ ମହାରଥୀଙ୍କ  ନାଁରେ ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଦଫା ଲଗାଇଲା ପୋଲିସ । ହତ୍ୟା ଉଦ୍ୟମ ପାଇଁ ଉଦ୍ଧିଷ୍ଟ ୩୦୭ ଧାରା ଲାଗିଥିବାରୁ ପ୍ରଦୀପ ମହାରଥୀଙ୍କୁ ସହଜରେ ଜାମିନ ମିଳିବନି ବୋଲି ଆଲୋଚନା ହେଉଛି |

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି