ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ଗିରଫ, ସଙ୍ଗୀନ ଦଫା ଲଗାଇଲା ପୋଲିସ

ଭୁବନେଶ୍ୱର ୨୨/୪:  ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଗିରଫ କଲା ପୋଲିସ । ପିପିଲିରେ ଫ୍ଲାଇଂ ସ୍କାର୍ଡ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପଙ୍କୁ ଗିରଫ କଲା ପିପିଲି ଥାନା ପୋଲିସ । ଫାର୍ମହାଉସରେ ଏସଏସଟି ଟିମକୁ ମାଡ ମାମଲାରେ ପ୍ରଦୀପ ଗିରଫ ହୋଇଥିବା ନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଗତକାଲି ରାତିରେ ପିପିଲିରେ ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ମାଜିଷ୍ଟ୍ରେଟଙ୍କ ସହ ୨ ପୋଲିସ ଅଫିସର ଓ ଭିଡିଓଗ୍ରାଫର ମଧ୍ଯ ଆହତ ହୋଇଥିଲେ |  ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଭୋଜି ଓ ଟଙ୍କା ବଣ୍ଟା ଚାଲିଥିବା ବେଳେ ଖବର ପାଇ ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମ୍ ଚଢାଉ କରିଥିଲା | ଚଢ଼ାଉ ବେଳେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ମହାରଥୀ ନିଜେ ଗୋଡେଇ ପିଟିଥିଲେ ବୋଲି ଅଭିଯୋଗ କରିଥିଲେ ମାଜିଷ୍ଟ୍ରେଟ୍ । ମହାରଥୀଙ୍କ  ନାଁରେ ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି), ୧୮୬ ଦଫା ଲଗାଇଲା ପୋଲିସ ।

କହିରଖୁଛୁ ଫ୍ଲାଇଂ ସ୍କାର୍ଡ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ବିଜେପି ଓ କଂଗ୍ରେସ | ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲା ବିଜେପି | ତୁରନ୍ତ ଗିରଫ କରାନଗଲେ ଶ୍ରୀମନ୍ଦିର ସମ୍ମୁଖରେ ବିଜେପି ଧାରଣା ଦେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ସେହିଭଳି କଂଗ୍ରେସ ମଧ୍ୟ ପ୍ରଦୀପ ମହାରଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

ଅଧିକ ପଢନ୍ତୁ ଝାରପଡା ଜେଲ୍ ଗଲେ ମହାରଥୀ, ଆସନ୍ତା ୨୪ରେ ଜାମିନ ଆବେଦନର ଶୁଣାଣି

ଅଧିକ ପଢନ୍ତୁ ମହାରଥୀଙ୍କ ଭଳି ଜଣେ ଗୁଣ୍ଡାଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେଡି କ୍ଷମା ମାଗିବା ଉଚିତ୍: ଧର୍ମେନ୍ଦ୍ର

ଅଧିକ ପଢନ୍ତୁ ମହାରଥୀଙ୍କୁ କୋର୍ଟ ଚାଲାଣ, ପୁରୀ ଏସପି କହିଲେ ଯଥେଷ୍ଟ ପ୍ରମାଣ ରହିଛି

   ସମ୍ବନ୍ଧିତ ଖବର


ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

କରୋନା ଭ୍ୟାକସିନ ନେବାପରେ ଦେଖାଦେଉଛି ଏସବୁ ଶାରିରୀକ ସମସ୍ୟା, ଜାଣନ୍ତୁ ସରକାର କ’ଣ କରିଛନ୍ତି ବ୍ୟବସ୍ଥା

ଶ୍ରୀନଗରରେ ଆତଙ୍କୀ ହମଲା, ୨ ଯବାନ ସହିଦ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ରାଷ୍ଟ୍ରହିତ କାମରେ ବାଧା ସୃଷ୍ଟି ନକରୁ ରାଜନୀତି, ଏକ ଦେଶ -ଏକ ନିର୍ବାଚନ ଭାରତ ପାଇଁ ଆବଶ୍ୟକ: ପ୍ରଧାନମନ୍ତ୍ରୀ