ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଝାରପଡା ଜେଲ୍‌ରେ ପ୍ରଥମ ରାତି କାଟିଲେ ପ୍ରଦୀପ ପାଣିଗ୍ରାହୀ: ଥାଳି, ଗିନା କମ୍ବଳ ନେଇ ଭିତରକୁ ଗଲେ... ନଖାଇ କଡ଼ ଲେଉଟାଇଲେ

ଭୁବନେଶ୍ୱର ୦୪/୧୨ : ଏକଦା ସେ ଥିଲେ ଦଳରେ ହାଇକମାଣ୍ଡ୍‌ଙ୍କ ନିକଟତର । ଜିଲ୍ଲାରେ ଥିଲେ ଦଳର ସର୍ବେସର୍ବା । ଏପରିକି ମନ୍ତ୍ରୀ ପଦ ଓ ଜିଲ୍ଲା ସଭାପତି ପଦ ଗଲା ପରେ ବି ଜିଲ୍ଲା ତଥା ରାଜ୍ୟର ଅନ୍ୟତମ ଟାଣୁଆ ବିଧାୟକ ବୋଲି ତାଙ୍କୁ କୁହାଯାଉଥିଲା । ହେଲେ ଏବେ ଜନବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଥମେ ପାର୍ଟିରୁ ବହିଷ୍କାର ଓ ଗୁରୁବାର ଠକେଇ ଅଭିଯୁକ୍ତ ଭାବେ ଦଫା ୪୨୦, ୪୨୧ରେ ଗିରଫ ହୋଇ ଜେଲ୍‌ ଯିବାକୁ ପଡିଛି ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ । ଛାତ୍ରବସ୍ଥାରୁ ରାଜନୀତି ଆରମ୍ଭ କରିଥିବା ପ୍ରଦୀପଙ୍କ ପଲିଟିକାଲ୍‌ କ୍ୟାରିୟର୍‌ ଏବେ ଡୁବିଯିବାକୁ ବସିଥିବା ଆଶଙ୍କା କରାଯାଉଛି ।

{"id":191041,"sizeSlug":"large"}

୧୯୮୭ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଛାତ୍ର ରାଜନୀତିରୁ ହାସଲ କରିଥିଲେ ପରିଚୟ । ତତ୍କାଳୀନ ଶାସକ ଦଳ ମୁଖ୍ୟଙ୍କ ପ୍ରିୟପାତ୍ର ମଧ୍ୟ ହୋଇପାରିଥିଲେ। ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ ସେ । ସେତେବେଳ ଆରମ୍ଭ ହୋଇଥିବା ଟାଟା ଷ୍ଟିଲ୍‌ ଗୋପାଳପୁର ପ୍ରକଳ୍ପର ବିରୋଧ ଜୋର୍‌ ଧରୁଥିବା ବେଳେ ୧୯୯୭ରେ ସେ ସପକ୍ଷବାଦୀ ଭାବେ ଶାସକ ଦଳର ସୁନଜରକୁ ଆସିଥିଲେ । ସେହି ସମୟରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିକଟତର ହୋଇପାରିଥିଲେ ସେ। ୨୦୦୦ ମସିହାରେ ହୋଇଥିଲା ପଟ୍ଟ ପରିବର୍ତ୍ତନ । ଜିଲ୍ଲା ମୁଖିଆଙ୍କ ସହଯୋଗରେ ନୂଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ସାକ୍ଷାତକାର ସମ୍ଭବପର ହୋଇଥିଲା। ଶାସକ ଦଳର ନିକଟତର ହୋଇ ଗ୍ରୀଟ୍‌ ଅଧ୍ୟକ୍ଷ, ବିସିସି ବ୍ୟାଙ୍କ୍‌ ସଭାପତି ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ସେ । ସେହି ସମୟରୁ ଜିଲ୍ଲା ରାଜନୀତିରେ ତାଙ୍କର ଦବ୍‌ଦବା ଦେଖିବାକୁ ମିଳିଥିଲା ।

୨୦୦୯ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଦଖଲରେ ଥିବା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜେଡି । ନିଜକୁ ସଫଳ ପ୍ରମାଣିତ କରି ଜିତିଥିଲେ ପ୍ରଦୀପ । ୨୦୧୪ରେ ପୂର୍ବ ଥର ଅପେକ୍ଷା ଅଧିକ ଭୋଟ ପାଇଁ ଲଗାତାର ଦ୍ୱିତୀୟ ଥର ବିଧାୟକ ହୋଇଥିଲେ । ସେତେବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ପଦବି ମଧ୍ୟ ପାଇଥିଲେ ପ୍ରଦୀପ । ରାଜ୍ୟ ରାଜନୀତି ସାଙ୍ଗକୁ କ୍ଷମତା ଅଳିନ୍ଦରେ ଅଧିକ ପ୍ରଭାବୀ ହୋଇଥିଲେ ଡ. ପାଣିଗ୍ରାହୀ ।

wp:heading

ଥାଳି, ଗିନା କମ୍ବଳ ନେଇ ଭିତରକୁ ଗଲେ...

/wp:heading

ଇଓଡବ୍ଲ୍ୟୁ ଅଫିସ୍‌ରେ ଜେରା ପରେ ରାତି ପ୍ରାୟ ୮ଟା ବେଳେ କ୍ୟାପିଟାଲ ହସ୍ପିଟାଲ୍‌ରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତା’ପରେ କରୋନା ଟେଷ୍ଟ କରାଯାଇଥିଲା । ନେଗେଟିଭ୍‌ ରିପୋର୍ଟ ଆସିଲା ପରେ ତାଙ୍କୁ କୋର୍ଟକୁ ନିଆଯାଇଥିଲା । କୋର୍ଟ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ସାଢ଼େ ୧୦ଟାବେଳେ ଝାରପଡା ଜେଲ୍‌କୁ ନିଆଯାଇଥିଲା। ତାଙ୍କୁ ଗୋଟିଏ କମ୍ବଳ, ଗୋଟିଏ ଷ୍ଟିଲ୍‌ ଥାଳି ଓ ଗୋଟିଏ ତାଟିଆ ଦିଆଯାଇଥିଲା । ଏହାକୁ ନେଇ ପ୍ରଦୀପ ଜେଲ୍‌ ଭିତରକୁ ଯାଇଥିଲେ ।

wp:heading

ଖାଇଲେନି, କଡ଼ ଲେଉଟାଇଲେ

/wp:heading

ଝାରପଡ଼ା ଜେଲର ସଂଘରୋଧ ୱାର୍ଡରେ ରହିବାର କିଛି ସମୟ ପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରଦୀପଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ ଦୁର୍ବଳ ଜଣାପଡୁଥିବାରୁ ତାଙ୍କୁ କିଛି ଖାଇବା ପାଇଁ ଜେଲ୍‌ କର୍ମଚାରୀ ପଚାରିଥିଲେ । କିନ୍ତୁ ପ୍ରଦୀପ ଖାଇବାକୁ ମନା କରିଦେଇଥିଲେ । ଜଣେ ଜେଲ୍‌ କର୍ମଚାରୀଙ୍କ ସୂଚନା ମୁତାବକ, ରାତିବେଳା ଦୀର୍ଘ ସମୟ ଯାଏଁ ତାଙ୍କୁ ନିଦ ଲାଗିନଥିଲା । ଖାଲି ଏପାଖ ସେପାଖ ହୋଇ କଡ଼ ଲେଉଟାଉଥିଲେ ।

wp:heading

ଟଣା ହେବେ ବିଧାୟକଙ୍କ ଭାଇ

/wp:heading

ବିଧାୟକ ପ୍ରଦୀପଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଏବେ ତଦନ୍ତକାରୀ ଟିମ୍‌ ସ୍କାନରରେ ଆସିଛନ୍ତି । ଦିଲ୍ଲୀପ ଗତ ଅକ୍ଟୋବର ୧୫ ତାରିଖରେ ପ୍ରଦୀପଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ । ଚାକିରି ଦେବା ନାମରେ ବେକାର ଯୁବକଙ୍କଠାରୁ ସଂଗ୍ରହ କରାଯାଇଥିବା ଟଙ୍କା ହୋଇଥାଇପାରେ ବୋଲି ଟିମ୍‌ ସନ୍ଦେହ କରୁଛି । ଏନେଇ ଦିଲ୍ଲୀପଙ୍କୁ ଜେରା କରାଯାଇପାରେ ।

wp:heading

ଗୋଟିଏ ଆକାଉଣ୍ଟରେ ଏତେ, ଅନ୍ୟରେ କେତେ?

/wp:heading

ବ୍ରହ୍ମପୁରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟର ୪ ମାସର ଡିଟେଲ୍ସ ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି । ଏତେ କମ୍‌ ସମୟରେ ଜଣେ ଜନପ୍ରତିନିଧିଙ୍କ ଆକାଉଣ୍ଟରେ ୨.୪୮ କୋଟି ଟଙ୍କାର କାରବାରର ତଥ୍ୟ ଦେଖି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତାଜୁବ ହୋଇଯାଇଛି । ଏଯାଏଁ କେବଳ ତାଙ୍କର ଗୋଟିଏ ଆକାଉଣ୍ଟର ତଥ୍ୟ ମିଳିଛି । ଏଠି ପ୍ରଶ୍ନ ଉଠୁଛି ଯେ ଅନ୍ୟ କିଛି ବ୍ୟାଙ୍କ ଆକାଉଣ୍ଟ ରହିଥିବ । ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ବି ବ୍ୟାଙ୍କ ଖାତା ଥିବ । ଏସବୁ ଅନ୍ୟ ଆକାଉଣ୍ଟରେ ପ୍ରଦୀପ କେତେ ନେଣଦେଣ ହୋଇଥିବ, ତାହା ବି ତଦନ୍ତ ସାପେକ୍ଷ ।

wp:heading

ହସିକି କହିଲେ, ମୁଁ ଜାଣିଥିଲି ଏମିତି ହେବ...

/wp:heading {"id":191045,"sizeSlug":"large"}

ଜାମିନ୍‌ ଆବେଦନ ଖାରଜ ପରେ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀଙ୍କ ସହ ପ୍ରଦୀପ ଚାଲିକି କୋର୍ଟରୁ ବାହାରିଥିଲେ । ଗିରଫଦାରିକୁ ନେଇ ତାଙ୍କ ମୁହଁରେ ଟିକେ ହେଲେ ଅବସୋସ ନଥିଲା । ହସ ହସ ମୁଁହରେ ସିଧା ଆସି ପୁଲିସ ଭ୍ୟାନ୍‌ରେ ବସିଲେ । ଆଉ ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲେ, ଏମିତି ହେବ ବୋଲି ମୁଁ ଆଗରୁ ଜାଣିଥିଲି । ସତ କ’ଣ ସମସ୍ତ ଜାଣିଛନ୍ତି । ମୋର କିଛି ପକ୍ଷ ରଖିବାର ନାହିଁ ।

wp:heading

ଆଜି ସରିବ ରିମାଣ୍ଡ

/wp:heading

ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ଅମାପ ସମ୍ପତ୍ତିର ଖୋଳତାଡ ପାଇଁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛନ୍ତି । ଜେରା ଦ୍ୱିତୀୟ ଦିନରେ ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟର ଚେର କେତେବାଟ ଲମ୍ବିଛି ତାହାର ଖୋଳତାଡ଼ ଜାରି ରଖିଛି କରିଛି ଏସ୍‌ଆଇଟି । ଅଭୟକାନ୍ତଙ୍କ ବଲାଙ୍ଗୀର ଓ ବ୍ରହ୍ମପୁରରେ ଆକାଉଣ୍ଟ ପାଇଛି ଭିଜିଲାନ୍ସ । ଶୁକ୍ରବାର ଦିନ ରିମାଣ୍ଡ ଅବଧି ସରିବ । ତାଙ୍କୁ ଓ ତାଙ୍କ ବାଭୀ ସମୁଦି ପ୍ରଦୀପଙ୍କୁ ଏକାଠି ଜେରା କରାଯିବ ।

wp:heading

ଆଗକୁ ପ୍ରଦୀପ-ପାଠକ ମୁହାଁମୁହିଁ ଜେରା

/wp:heading {"id":191046,"sizeSlug":"large"}

ବୁଧବାର କୋର୍ଟରେ ହାଜର ବେଳେ ସମୟ ଅଭାବରୁ ବିଧାୟକ ପ୍ରଦୀପଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରିନି କ୍ରାଇମ୍‌ବ୍ରାଞ୍ଚ। ମାମଲାର ତଦନ୍ତ ପ୍ରକ୍ରିୟାକୁ ଆଗେଇବାକୁ ତଦନ୍ତକାରୀ ଟିମ୍‌ ତାଙ୍କୁ ରିମାଣ୍ଡରେ ନେବା ଲାଗି ଆଜି ଆବେଦନ କରିପାରେ । କାହିଁକି ନା, ପାଠକ ଫ୍ୟାମିଲିର ଅଭୟକାନ୍ତ ଓ ପୁଅ ଆକାଶଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ରିମାଣ୍ଡରେ ଆଣି ଘନଘନ ଜେରା କରିଛି । ଯେହେତୁ, ଟାଟା କମ୍ପାନୀ ନାଁରେ ଫେକ୍‌ ଚାକିରି ଦେବାକୁ କହି ଗଞ୍ଜାମ ଅଞ୍ଚଳରେ ହୋଇଥିବା ଠକେଇରେ ଉଭୟ ପ୍ରଦୀପ ଓ ତାଙ୍କ ଭାବୀ ଜ୍ୱାଇଁ ଆକାଶଙ୍କ ସମ୍ପୃକ୍ତି ରହିଛି ।

ଏଥିଯୋଗୁଁ କ୍ରାଇମ୍‌ବ୍ରାଞ୍ଚ ପ୍ରଦୀପଙ୍କୁ ରିମାଣ୍ଡରେ ନେବା ପରେ ଆକାଶଙ୍କ ସହ ମୁହାଁମୁହିଁ ଜେରା କରିବାର ସମ୍ଭାବନା ରହିଛି। ମୁହାଁମୁହିଁ ଜେରାରୁ ଠକେଇର ଚେର ଖୋଜିବାକୁ ଟିମ୍‌ ଚେଷ୍ଟା କରିବ । ଭାବି ଜ୍ୱାଇଁଙ୍କ ସହ ମିଶି କିଭଳି ପ୍ରଦୀପ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ ଟାଟା ମୋଟର୍ସରେ ଚାକିରି ନାଁରେ ଠକିଥିଲେ, ସେନେଇ ଅଧିକ ତଥ୍ୟ ମିଳିବ ।

wp:heading

ନ୍ୟାୟାଳୟର ଆଶ୍ରୟ ନେବୁ: ପ୍ରଦୀପଙ୍କ ସ୍ତ୍ରୀ

/wp:heading

ସରକାରୀ କ୍ୱାର୍ଟର୍ସରୁ ବିଧାୟକ ପ୍ରଦୀପଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେବା ପରେ ସ୍ତ୍ରୀ ସୁଜାତା ରାଜ୍ୟସରକାରଙ୍କ ଉପରେ ଢ଼େର୍‌ ବର୍ଷିଛନ୍ତି । ଗଣମାଧ୍ୟମକୁ ସେ କହିଥିଲେ ଯେ ମୋ ସ୍ୱାମୀ କ’ଣ ନକ୍ସଲ? ଜଣେ ମାଓବାଦୀକୁ ଉଠାଇ ନେବା ଭଳି ସୈନ୍ୟ ପଠାଇ ସରକାର ତାଙ୍କୁ ଘରୁ ନେଇଥିଲେ । ଇଓଡବ୍ଲ୍ୟୁ ଅଫିସକୁ ନେଉଥିବା କହି ଘରୁ ଉଠାଇ ନେଲେ । ମୋ ସ୍ୱାମୀଙ୍କ ସୁରକ୍ଷା ନେଇ ମୋର ସନ୍ଦେହ ଉପୁଜୁଛି । ଯଦି ମୋ ସ୍ୱାମୀଙ୍କର କିଛି ହୁଏ, ମୁଁ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି । ରାଜନୈତିକ ଷଡ଼ଯନ୍ତ୍ର ପାଇଁ ମୋ ସ୍ୱାମୀଙ୍କୁ ଟାର୍ଗେଟ କରାଯାଉଛି । ତାଙ୍କୁ ଫସାଇବାକୁ ସରକାର ଷଡ଼ଯନ୍ତ୍ର କରୁଥିବା ସନ୍ଦେହ ଆଜି ପ୍ରମାଣିତ ହୋଇଗଲା । କିନ୍ତୁ ମୋ ସ୍ୱାମୀ କିଛି ଭୁଲ କରିନାହାନ୍ତି । ସରକାରଙ୍କ ଏହି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲଢ଼ିବି । ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ ଅଛି । ଆମେ ନ୍ୟାୟାଳୟର ଆଶ୍ରୟ ନେବୁ ।

wp:heading

ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରିବୁ: ଓକିଲ

/wp:heading

ପ୍ରଦୀପଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଅନୀଲ ଶତପଥୀ କହିଛନ୍ତି, ମୁଦୁଲାଙ୍କ ଜାମିନ୍‌ ଆବେଦନକୁ ଏସ୍‌ଡିଜଏମ୍‌ ଖାରଜ କରିଛନ୍ତି । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଜିଲ୍ଲା ଜଜ୍‌ କୋର୍ଟଙ୍କ ନିକଟରେ ତାଙ୍କର ଜାମିନ୍‌ ଆବେଦନ କରାଯିବ । ଅନ୍ୟପଟେ ଶ୍ରୀ ପାଣିଗ୍ରାହୀ ହାଇପର ଟେନସନ୍‌ ଓ ଡାଇବେଟିସ୍‌ ଭଳି ରୋଗରେ ପୀଡ଼ିତ । ଏଥିଯୋଗୁଁ ଜେଲରେ ତାଙ୍କର ସ୍ୱାସ୍ଥ୍ୟର ଉପଯୁକ୍ତ ଚିକିତ୍ସା ପାଇଁ ଆବେଦନ କରାଯାଇଥିଲା । ଯେଉଁଥିପାଇଁ ବିଚାରପତି ସହମତି ଭରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.