କ୍ଷୁଦ୍ର ବ୍ୟବସାୟୀ ଏବଂ ଖୁଚୁରା ଦୋକାନୀଙ୍କୁ ମଧ୍ୟ ମିଳିବ ମାସିକ ୩ ହଜାର ଟଙ୍କା ପେନସନ୍: ଆରମ୍ଭ ହେଲା ମୋଦି ସରକାରଙ୍କ ନୁଆ ସ୍କିମ୍

ନୁଆଦିଲ୍ଲୀ ୧୨/୯: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋକାନୀ, ଖୁଚୁରା ଦୋକାନୀ ଓ ନିଜର ଛୋଟମୋଟ ବ୍ୟବସାୟ ଚଳାଉଥିବା ନାଗରିକଙ୍କ ପାଇଁ ପେନଶନ୍ ଯୋଜନା ଆରମ୍ଭ କରିଦେଇଛନ୍ତି । ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରିକ ମାନଧନ ଯୋଜନା ରଖାଯାଇଛି । ଏହି ଯୋଜନା କେନ୍ଦ୍ର ସରକାର ଆଜିଠୁ ଆରମ୍ଭ କରିବେ । ଏହି ଯୋଜନାର ଫାଇଦା ୬୦ ବର୍ଷର ବୟସ୍କଙ୍କୁ ଆର୍ଥିକ ରୂପେ ମଜଭୁତ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ଏହି ଯୋଜନାକୁ ଲଞ୍ଚ କରିଛନ୍ତି । ଏହି ଯୋଜନାରେ ଦୋକାନୀ, ଖୁଚୁରା ବିକ୍ରେତା ଓ ନିଜ ବ୍ୟବସାୟ ସମ୍ଭାଳୁଥିବା ବ୍ୟକ୍ତିମାନଙ୍କୁ ପ୍ରତିମାସରେ ଅତିକମରେ ୩ ହଜାର ଟଙ୍କା ପେନଶନ୍ ମିଳିବ ।

ପେନଶନ୍ ଯୋଜନାର ଫାଇଦା ପ୍ରାୟ ୩ କୋଟି ବ୍ୟବସାୟୀ, ଦୋକାନୀ ଏବଂ ସ୍ୱରୋଜଗାର କରୁଥିବା ଲୋକଙ୍କୁ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦ୍ୱିତୀୟ କାର୍ଯ୍ଯକାଳ ଆରମ୍ଭରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ଆଗାମୀ ୩ ବର୍ଷରେ ଏହି ଯୋଜନାରେ ୫ କୋଟି ଦୋକାନୀଙ୍କୁ ଯୋଡିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

କାହାକୁ ମିଳିବ ଫାଇଦା
ବାର୍ଷିକ ଦେଢ କୋଟି ଟଙ୍କାରୁ କମ୍ ବ୍ୟବସାୟ କରୁଥିବା ସସସ୍ତ ଦୋକାନୀଙ୍କୁ, ନିଜର ବ୍ୟବସାୟ ଚଳାଉଥିବା ବ୍ୟବସାୟୀଙ୍କୁ ଏବଂ ଛୋଟ ବିକ୍ରେତାଙ୍କୁ ଯେଉଁମାନଙ୍କ ବୟସରୁ ୧୮ରୁ ୪୦ ଭିତରେ ସେମାନେ ସମସ୍ତେ ଏହାର ଫାଇଦା ଉଠାଇପାରିବେ ।

କେମିତି କରିବେ ରେଜିଷ୍ଟ୍ରେସନ
ପେନଶନ୍ ଯୋଜନାର ଲାଭ ଉଠାଇବା ପାଇଁ କମନ୍ ସର୍ଭିସ୍ ସେଣ୍ଟରକୁ ଯାଇ ରେଜିଷ୍ଟ୍ରେସନ୍ କରାଇପାରିବେ । ପେନଶନ୍ ଯୋଜନାରେ ସରକାର ମଧ୍ୟ ବରାବର ଯୋଗଦାନ କରିବେ । ଯୋଜନାରେ ଫାଇଦା ନେବା ପାଇଁ ନିୟମକୁ ବହୁତ ସହଜ ରଖାଯାଇଛି । ଖାସ୍ କଥା ହେଉଛି ଯେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆଧାର ନମ୍ବର ଓ ବ୍ୟାଙ୍କ ଖାତା ବ୍ଯତୀତ ଅନ୍ଯ କୌଣସି ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ ।

   ସମ୍ବନ୍ଧିତ ଖବର


ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଦେଶର ପ୍ରତ୍ୟେକ ଲୋକଙ୍କୁ ମିଳିବ କରୋନା ଭ୍ୟାକସିନ, କେହି ବି ଏହି ସୁବିଧାରୁ ହେବେନି ବଞ୍ଚିତ…