PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ଜାମିନ୍‌ -ତଥାପି ଜେଲ୍‌ରୁ ଏବେ ବାହାରି ପାରିବେନି



. ଆହୁରି ୩ ମାମଲା ରହିଛି
. ଜାମିନ୍‌ରେ ବାହାରିବା ପୂର୍ବରୁ ୨୪ ଲକ୍ଷ ଜମା କରିବେ
. ପରେ ୫ ଲକ୍ଷ ଲେଖାଏଁ କିସ୍ତିରେ ଜମା କରିବେ
. ମିଡିଆକୁ ପ୍ରତିକ୍ରିୟା ଦେବା ଉପରେ ବି ରୋକ୍

କଟକ,୨୪ା୨(ବ୍ୟୁରୋ): ଚାକିରି ଆଶାୟୀଙ୍କଠାରୁ ଟଙ୍କା ଆଦାୟ ଓ ହଡପ୍‌ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଆଜି ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି । ତେବେ ବିଧାୟକଙ୍କ ନାଁରେ ଆଉ ୩ଟି ମାମଲା ଏବେ ବିଚାରାଧୀନ ଥିବା ହେତୁ ଗୋଟିକରେ ଜାମିନ୍‌ ମିଳିବା ସତ୍ତେ୍ୱ ସେ ଏବେ ଜେଲ୍‌ରୁ ବାହାରି ପାରିବେ ନାହିଁ ବୋଲି ଜଣାପଡ଼ିଛି ।


ଏହାଛଡ଼ା, ସର୍ତ୍ତ ରହିଛି କି’ ସେ ଜାମିନ୍‌ରେ ବାହାରିବା ପୂର୍ବରୁ ୨୪ ଲକ୍ଷ ଟଙ୍କା ଏକ ଜାତୀୟକରଣ ବ୍ୟାଙ୍କ୍‌ରେ ଜମା କରିବେ । ବାକି ୨୩ ଲକ୍ଷ ୪୫ ହଜାର ଟଙ୍କା କିସ୍ତିରେ ଦାଖଲ କରିବେ । ଏଥିସହ ଜାମିନ୍‌ରେ ବାହାରିଲା ପରେ ଗଣମାଧ୍ୟମକୁ ସେ କୌଣସି ପ୍ରକାର ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଆଦେଶରେ ସ୍ପଷ୍ଟ କରିଛନ୍ତି । ୨୩ ଲକ୍ଷ ୪୫ ହଜାର ଟଙ୍କାରୁ ପ୍ରଥମ ୫ ଲକ୍ଷ ଟଙ୍କାର କିସ୍ତି ମାର୍ଚ୍ଚ ଶେଷ ସୁଦ୍ଧା ବିଧାୟକ ଶ୍ରୀ ପାଣିଗ୍ରାହୀ ବ୍ୟାଙ୍କ୍‌ରେ ଜମା କରିବେ । ଏହାପରେ ପରବର୍ତ୍ତୀ ୫ ଲକ୍ଷର କିସ୍ତି ଏପ୍ରିଲ ଶେଷ ସୁଦ୍ଧା, ମେ’ ଶେଷ ସୁଦ୍ଧା ଆଉ ଏକ ୫ ଲକ୍ଷ, ଜୁନ୍‌ ଶେଷ ସୁଦ୍ଧା ଆଉ ୫ ଲକ୍ଷ ଜମା କରିବେ । ୩ ଲକ୍ଷ ୪୫ ହଜାର ଟଙ୍କାର ଶେଷ କିସ୍ତି ଜୁଲାଇ ଶେଷ ସୁଦ୍ଧା ଦାଖଲ କରିବା ନେଇ ବିଧାୟକ ସତ୍ୟପାଠ ଆକାରରେ ଅଦାଲତଙ୍କୁ ଜଣାଇବେ ବୋଲି ହାଇକୋର୍ଟ କହିଛନ୍ତି । ଏଥିସହ ବିଧାୟକ ଜାମିନ୍‌ରେ ଥିବାବେଳେ ଏହି ମାମଲା ସହ ଜଡିତ ତଥା କୌଣସି ପ୍ରତ୍ୟକ୍ଷଦର୍ଶୀଙ୍କୁ ଯୋଗାଯୋଗ କରିବେ ନାହିଁ । ତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବେ ନାହିଁ । ଘଟଣା ସହ ଜଡିତ ବ୍ୟକ୍ତିଙ୍କୁ ଧମକଚମକ ଦେବେ ନାହିଁ । ଆବଶ୍ୟକସ୍ଥଳେ ଆବେଦନକାରୀ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ ଏବଂ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ । ଟ୍ରାଏଲ୍‌ କୋର୍ଟରେ ପ୍ରତ୍ୟେକ ଶୁଣାଣିରେ ଆବେଦନକାରୀ ହାଜର ହେବେ ।

ଯଦି ଆବେଦନକାରୀଙ୍କ ନିକଟରେ ତାଙ୍କର ପାସ୍‌ପୋର୍ଟ ଥାଏ ତାହେଲେ ଉକ୍ତ ପାସପୋର୍ଟକୁ ନିମ୍ନ ଅଦାଲତଙ୍କ ନିକଟରେ ଜମା କରିବେ ବୋଲି ହାଇକୋର୍ଟ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପାଇଁ ସର୍ତ୍ତ ଧାର୍ଯ୍ୟ କରିଛନ୍ତି ।
ପୂର୍ବ ଶୁଣାଣିରେ ଆଡଭୋକେଟ୍‌ ଜେନେରାଲ୍‌ (ଏଜି) ଯୁକ୍ତି ଦର୍ଶାଇଥିଲେ ଯେ, ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାକିରି ଆଶାୟୀ ଯୁବକ, ଯୁବତୀଙ୍କଠାରୁ ୪୭ ଲକ୍ଷ ୪୫ ହଜାର ଟଙ୍କା ନେଇଛନ୍ତି । ତଦନ୍ତ ଚାଲିଥିବାରୁ ଏବଂ ଅଭିଯୋଗ ବଢୁଥିବାରୁ ଆଗକୁ ଠକେଇ ରାଶି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯେହେତୁ ତଦନ୍ତ ଚାଲୁଛି ତେଣୁ ଆହୁରି ଅନେକ ସାକ୍ଷୀ ଏଥିରେ ସାକ୍ଷ୍ୟପ୍ରଦାନ କରିବେ । ସେମାନେ ଶ୍ରୀ ପାଣିଗ୍ରାହୀଙ୍କୁ କେତେ ଟଙ୍କା ଦେଇଛନ୍ତି ସେ ସଂକ୍ରାନ୍ତରେ ଅବଗତ କରିବେ । ଏଜିଙ୍କ ଏହି ଯୁକ୍ତି ଉପସ୍ଥାପନ ପରେ ହାଇକୋର୍ଟ ଚାକିରି ଆଶାୟୀଙ୍କଠାରୁ ଆବେଦନକାରୀ ନେଇଥିବା ଅର୍ଥ ନିମ୍ନ ଅଦାଲତରେ ଦାଖଲ କରିବାକୁ ଚାହାନ୍ତି କି’ ନାହିଁ ତାହା ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଜବାବରେ ଦର୍ଶାଇଥିଲେ ଯେ, ବିଧାୟକ ଶ୍ରୀ ପାଣିଗ୍ରାହୀ ୨୦୨୦ ଡିସେମ୍ବର ୩ତାରିଖରୁ ଜେଲ୍‌ରେ ରହିଛନ୍ତି ।

ଏହି ମାମଲାରେ କେବଳ ଆକାଶ ପାଠକଙ୍କ ନାଁ ଏଫ୍‌ଆଇଆର୍‌ରେ ରହିଛି । ବିଧାୟକଙ୍କ ନାମ ରହିନାହିଁ । ଶ୍ରୀ ପାଣିଗ୍ରାହୀଙ୍କୁ ଏହି କେସ୍‌ରେ ମିଛରେ ଫସାଇ ଦିଆଯାଇଛି । ତେବେ ୪୭ଲକ୍ଷ ୪୫ ହଜାର ଟଙ୍କା ତାଙ୍କ ପକ୍ଷେ ଜମା କରିବା ବଡ କଷ୍ଟକର କାର୍ଯ୍ୟ । ତାଙ୍କ ସମ୍ପର୍କୀୟଙ୍କ ନିକଟରୁ ଧାର, କରଜ କରି ସେ ଏହି ଅର୍ଥ ଜମା କରିବାକୁ ଚାହାଁନ୍ତି । ପ୍ରଥମେ ସେ ମୋଟ ଅର୍ଥର ୫୦% ଅର୍ଥ ଜମା କରିବେ । ବାକି ଅର୍ଥ କିସ୍ତିରେ ସେ ଦାଖଲ କରିବେ ବୋଲି ଅଦାଲତଙ୍କୁ ଅବଗତ କରିଥିଲେ । ଅପରପକ୍ଷରେ, ଆବେଦନକାରୀ ଗୋପାଳପୁର ବିଧାନସଭାର ବିଧାୟକ ହୋଇଥିଲାବେଳେ ତାଙ୍କୁ ବର୍ତ୍ତମାନ ବିଧାନସଭାକୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ପରବର୍ତ୍ତୀ ସମୟରେ ସେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇ ପାରୁନଥିବାରୁ ତାଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେଣୁ ତାଙ୍କୁ ଜାମିନ୍‌ରେ ଯିବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ଏ ସମସ୍ତ ଦିଗକୁ ବିଚାରକୁ ନେଇ ଆବେଦନକାରୀଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ।