ପଦ୍ମଶ୍ରୀ ପ୍ରଫୁଲ୍ଲ କର କହୁ କହୁ କହିଦେଲେ- ବାହା ହେବାକୁ ଝିଅ ମିଳୁନଥିଲେ..ଭାରି କଷ୍ଟ ହୋଇଥିଲା…

ବାହା ହେବା ଲାଗି ଝିଅ ମିଳୁନଥିଲେ । ଭାରି କଷ୍ଟ ହୋଇଥିଲା । ଚାକିରି ନଥିବାରୁ କେହି ଝିଅ ଦେବାକୁ ମଙ୍ଗୁ ନଥିଲେ । ବହୁତ ପଢ଼ିଛି । ସେତେବେଳେ ବିଏଏଲ୍‌ଏଲ୍‌ବି କରିଥିଲି । ଚାକିରିର ଅଭାବ ନଥିଲା । କିନ୍ତୁ ଝୁଙ୍କ ଥିଲା ସଙ୍ଗୀତ କରିବି । ତେଣୁ ସେତେବେଳେ ସଙ୍ଗୀତର ଯୋଉ ଅବସ୍ଥା ନକହିବା ଭଲ । ଗୁରୁମାନଙ୍କୁ ଖାଇବାକୁ ମିଳୁନଥିଲା । କାହାର ଘର ଖଣ୍ଡେ ନଥିଲା କି ଏବେ ବି ନାହିଁ ।

ଯେଉଁ ଦୟନୀୟ ଅବସ୍ଥାରେ ଚଳୁଥିଲେ ଦେଖି ହେଉନଥିଲା । ନାହିଁ ନଥିବା ହଇରାଣ ହେଉଥିଲେ । ତେଣୁ ଏଭଳି ଅବସ୍ଥାରେ ସଙ୍ଗୀତକୁ ଧରି ବୁଲିଲେ କିଏ ବା ଝିଅ ଦେବ । ଘରେ ବି କହିଲେ ତୁ ସଙ୍ଗୀତ ଶିଖି କ’ଣ ସେହି ଗୁରୁମାନଙ୍କ ପରି ହେବୁ । ମୁଁ କିନ୍ତୁ କହିଥିଲି ନା, ମୁଁ ସବୁକିଛି କରିବି । ସେହିଭଳି ଅବସ୍ଥା ଭିତରେ ହିନ୍ଦୁସ୍ଥାନୀ ସଙ୍ଗୀତକୁ ଶିକ୍ଷା କରି ସମସ୍ତ ବିଭାଗକୁ ଆୟତ୍ତ କରି ସଙ୍ଗୀତ କଲି, ଯାହା ଚମତ୍କାର ହେଲା । ଅଜସ୍ର ଲୋକପ୍ରିୟତା ସାଉଁଟିଲି । ଘର, ଗାଡ଼ି ସବୁକିଛି କଲି । ଯଦିଓ ପ୍ରଥମେ କେହି ଝିଅ ଦେବାକୁ ରାଜି ହେଉନଥିଲେ ଯେତେବେଳେ ସବୁ ବୁଝିଲେ ଏବଂ ଜାଣିଲେ ତା’ପରେ ବାହାଘର ହେଲା । ବହୁତ କଷ୍ଟ ସ୍ୱୀକାର କରି ସଙ୍ଗୀତକୁ ତିଆରି କରିଛୁ ।

ବର୍ତ୍ତମାନ ଯେଉଁମାନେ ସଙ୍ଗୀତ କରୁଛନ୍ତି, ସେମାନଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ । କୌଣସି ସମସ୍ୟା ବି ନାହିଁ କିନ୍ତୁ ଟିକେ ଅଳିଆ ଭିତରକୁ ପଶିଯାଇଛନ୍ତି । ସମସ୍ତଙ୍କୁ ଅନୁରୋଧ କରୁଛି ସେଥିରୁ ବାହାରି ଆସନ୍ତୁ । ଭଲ ଗୀତ କରନ୍ତୁ ଏବଂ ଭଲରେ ରୁହନ୍ତୁ ବୋଲି ପ୍ରଖ୍ୟାତ ସଙ୍ଗୀତକାର ପଦ୍ମଶ୍ରୀ ପଣ୍ଡିତ ପ୍ରଫୁଲ୍ଲ କର ଓଡ଼ିଶା ମ୍ୟୁଜିକ୍‌ ଆୱାର୍ଡରେ ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ଅବସରରେ କହିଥିଲେ । ଯାହା ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ସେଇଥିପାଇଁ ମଞ୍ଚ ଉପରେ ସଙ୍ଗୀତ ଦୁନିଆର ସମସ୍ତ ପ୍ରତିଭା ଓ ସାମ୍ନା ଗ୍ୟାଲେରୀରେ ଉପସ୍ଥିତ ପ୍ରଫୁଲ୍ଲପ୍ରେମୀ ଦଣ୍ଡାୟମାନ ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ ।

   ସମ୍ବନ୍ଧିତ ଖବର


ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା

କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’

ପୁଣି ରାଜନୀତିରେ ରଖିବେ ପାଦ : କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଶିବସେନାରେ ଯୋଗ ଦେବେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

ରାସ୍ତାରେ ଏହିଭଳି ଅନ୍ଦାଜରେ ନଜର ଆସିଲେ ରାକ୍ଷୀ ସାଓ୍ବନ୍ତ, ଭାଇରାଲ ହେଉଛି ଫଟୋ

‘ଆଦିପୁରୁଷ’ର ସୀତା ଚରିତ୍ରରେ ଅଭିନୟ କରିବେ କ୍ରିତି

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି