PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ପୁଣି ସ୍ବାଧୀ ପ୍ରଜ୍ଞାଙ୍କ ବିବାଦୀୟ ମନ୍ତବ୍ୟ: ‘ବ୍ରାବି ମସଜିଦ୍ ଭାଙ୍ଗିବା ନେଇ ଗର୍ବିତ’, ନିର୍ବାଚନ କମିଶନଙ୍କ ନୋଟିସ୍

ଭୋପାଳ,୨୧।୪: ମଧ୍ୟ ପ୍ରଦେଶର ଭୋପାଳ ସଂସଦୀୟ ଆସନରୁ ବିଜେପିରୁ ନିର୍ବାଚନ ଲଢୁଥିବା ସ୍ବାଧୀ ପ୍ରଜ୍ଞା ଠାକୁର ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥର ସେ କହିଛନ୍ତି ବାବ୍ରି ମସଜିଦ୍ ଭଙ୍ଗାଯିବା ଘଟଣାରେ ମୁଁ ଗର୍ବିତ ଅନୁଭବ କରୁଛି। ରାମ ମନ୍ଦିର ପ୍ରସଙ୍ଗକୁ ନେଇ ବିବାଦୀୟ ବୟାନ ପରେ ଭୋପାଳ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ତୁରନ୍ତ ନୋଟିସ୍ ଜାରି କରି ଦିନକ ଭିତରେ ଜବାବ୍ ଦେବାକୁ କହିଛନ୍ତି। ଏହା ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ ୨୬/୧୧ ଶହୀଦ ହେମନ୍ତ କରକରେଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ଦେବା ନେଇ ନୋଟିସ୍ ଜାରି କରିଥିଲେ। କେବଳ ସେତିକି ନୁହେଁ ଶହୀଦଙ୍କୁ ଅପମାନିତ କରିଥିବା ନେଇ ବିରୋଧୀ ଦଳର ଟାର୍ଗେଟରେ ଆସିଥିଲେ ସେ।

ଉଲ୍ଲେଖନୀୟ ଯେ ଏକ ଟିଭି ଚ୍ୟାନେଲରେ ରବିବାର ସାକ୍ଷାତକାର ଦେଇ ସ୍ବାଧୀ ପ୍ରଜ୍ଞା କହିଥିଲେ ବାବ୍ରି ମସଜିଦ୍ ଭାଙ୍ଗିବା ନେଇ କୌଣସି ଦୁଃଖ ନାହିଁ, ବଂର ଆମେ ଭାଙ୍ଗିବା ନେଇ ଗର୍ବିତ ଅନୁଭବ କରୁଛୁ। ଆମର ପ୍ରଭୁ ରାମଙ୍କର ମନ୍ଦିର ଉପରେ ଅପଶିଷ୍ଟ  ପଦାର୍ଥ ଥିଲା, ଏହାକୁ ଆମେ ହଟାଇ ଦେଲୁ।’ ଏହା ପୂର୍ବରୁ ଗତ ଶନିବାର ସ୍ବାଧୀ ପ୍ରଜ୍ଞା ମୁମ୍ବାଇ ଏଟିଏସ୍ ମୁଖ୍ୟ ଥିବା ଓ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିବା ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ମାଲେଗାଓଁ ବିସ୍ଫୋରଣ ମାମଲାରେ ମୋତେ ହେମନ୍ତ ନିର୍ଯ୍ୟାତନା ଦେଇଥିଲେ। ସେ ସମୟରେ ମୁଁ ତାଙ୍କୁ ଅଭିଶାପ ଦେଇଥିଲି। ମୋ ଅଭିଶାପରେ ସେ ଆତଙ୍କବାଦୀଙ୍କ ହାତରେ ମଲେ ବୋଲି କହିଥିଲେ ସ୍ବାଧୀ ପ୍ରଜ୍ଞା।

ସମ୍ବନ୍ଧିତ ଖବର