ସାରା ଦେଶରେ ଜୁନରେ ଖୋଲିବ କି ସିନେମା ହଲ୍ ? ପ୍ରକାଶ ଜାଭେଡକର କଲେ ଖୁଲାସା

ନୂଆଦିଲ୍ଲୀ ୧/୯: ମାର୍ଚ୍ଚରୁ ବଲିଉଡ ଇଣ୍ଡଷ୍ଟ୍ରୀ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି  । ଫିଲ୍ମ ଏବଂ ସିରିୟଲ୍ ମେକିଂର ସବୁ କାମ ଠପ୍ ହୋଇଯାଇଛି ଯେଉଁ କାରଣରୁ ଅନୁମାନ ଲଗାଯାଉଛି କି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ୧୫୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି । ମନୋରଞ୍ଜନ ଇଣ୍ଡଷ୍ଟ୍ରୀ ଲଗାତର ସରକାରଙ୍କ ସହିତ ଏହି କ୍ଷତି ଉପରେ ଚର୍ଚ୍ଚା କରୁଛି ଏବଂ ଚାହୁଁଛି କି ଯେତେଶୀଘ୍ର ସମ୍ଭବ ସିନେମାହଲ୍ ଖୋଲାଯାଉ ଏବଂ ଫିଲ୍ମ ରିଲିଜ କରାଯାଉ ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଙ୍ଗଳବାର ମିଡିଆ ସହିତ ଆଲୋଚନା କରି କହିଛନ୍ତି କି ଦେଶରେ କୋଭିଡ୍ -୧୯ ସ୍ଥିତି ଯାଞ୍ଚ କରିବା ପରେ ଫିଲ୍ମ ହଲ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ । ଆପଣଙ୍କୁ କହିରଖୁଛୁ ମହାରାଷ୍ଟ୍ର ସରକାର ଟିଭି ଶୋ ଓ ଫିଲ୍ମ ସୁଟିଂ ପାଇଁ ଅନୁମତି ଦେଇଦେଇଛନ୍ତି । ମହାରାଷ୍ଟ୍ର ସରକାର ନିର୍ମାତାଙ୍କୁ କିଛି ଗାଇଡଲାଇନ୍ ମଧ୍ୟ ଦେଇଛନ୍ତି ଯାହାକୁ ସୁଟିଂ ସମୟରେ ଅନୁସରଣ କରିବା ବାଧ୍ୟତାମୂଳକ । ଯଦି କୌଣସି ବି ନିର୍ମାତା ଏହି ଗାଇଡଲାଇନ୍ସକୁ ଫଲୋ କରୁନି ତେବେ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାର ଏହି ଗାଇଡଲାଇନ ଲୋକଙ୍କ ସୁରକ୍ଷା ପାଇଁ ଜାରି କରିଛନ୍ତି ।

କହିରଖୁଛୁ କରୋନା ଯୋଗୁଁ ୧୧୦ ଟିଭି ସିରିଏଲ୍ ଭଳି ୭୦ ହିନ୍ଦୀ, ୪୦ ମରାଠୀ ଓ ୧୦ ଓଟିଟିର ସୁଟିଂ ରୋକି ଦିଆଯାଇଛି ଏବଂ କରୋନା ଯୋଗୁଁ ୩ ଲକ୍ଷ କର୍ମଚାରୀ ଓ ଟେକ୍ନିସିଆନ୍ ପ୍ରଭାବିତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଜାଣିଛନ୍ତି କି ‘ମିର୍ଜାପୁର’ କଳାକାର କେତେ ପାରିଶ୍ରମିକ ନେଇଛନ୍ତି ?

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ