ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

‘ପ୍ରମେୟ’ କନ୍ଧମାଳ ଜିଲ୍ଲା ପ୍ରତିନିଧି ତାରିଣୀ ପାଢ଼ୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୩୦/୯ : ମହାମାରୀ କରୋନାରେ ‘ପ୍ରମେୟ’ କନ୍ଧମାଳ ଜିଲ୍ଲା ପ୍ରତିନିଧି ତାରିଣୀ ପାଢ଼ୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଆଜି ସନ୍ଧ୍ୟାରେ ‘ପ୍ରମେୟ’ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରି ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର କହିଥିଲେ, ସେ ଜଣେ ସରଳ, ନିଷ୍କପଟ ଓ ନିଷ୍ଠାବାନ ମଣିଷ ଥିଲେ । ଅତ୍ୟନ୍ତ ମେଳାପୀ ଓ ମିଷ୍ଟଭାଷୀ । କେବେ ରାଗୁ ନଥିଲେ । ସମସ୍ତଙ୍କ ପ୍ରିୟ ଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ ପ୍ରତିନିଧି ଭାବେ ନିଜ କାର୍ଯ୍ୟ କରିଆସୁଥିଲେ ।

{"id":167465,"width":744,"height":335,"sizeSlug":"large","className":"is-style-default"}

ପ୍ରଥମେ ‘ପ୍ରମେୟ’ ବାଲେଶ୍ୱର ଓ ପରେ କନ୍ଧମାଳ ପ୍ରତିନିଧି ଭାବେ ଅବସ୍ଥାପିତ ହୋଇ କାର୍ଯ୍ୟ କରୁଥିଲେ । ତାଙ୍କ ପାଇଁ ତାଙ୍କ ପରିବାର ଥିଲା ବହୁତ ବଡ଼ ଶକ୍ତି । ଆଜି ମାତ୍ର ୫୧ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲିଯିବାଟା ବିଶ୍ୱାସ କରି ହେଉନାହିଁ । ତାଙ୍କ ବିୟୋଗ ଗଭୀର ଭାବେ ଦୁଃଖ ଦେଇଛି । ସେ ଚାଲିଯାଇଛନ୍ତି, ସତ ହେଲେ ସବୁଦିନ ପାଇଁ ଆମ ସହ ରହିବେ । ଅମର ଆତ୍ମାଙ୍କ ସଦଗତି କାମନା ସହ ଭଗବାନଙ୍କ ପାଖରେ ପ୍ରାର୍ଥନା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶକ୍ତି ଓ ସାହସ ଦିଅନ୍ତୁ । ଏହି ଶୋକସଭାରେ ପୂରା ‘ପ୍ରମେୟ’ ପରିବାର ସାମିଲ ହୋଇଥିଲା । ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦିବଂଗତ ଆତ୍ମାଙ୍କ ଊଦ୍ଦେଶ୍ୟରେ ୧ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.