‘ପ୍ରମେୟ’- ‘ନ୍ୟୁଜ୍‌-୭’ର ଅଭିନବ ଅଭିଯାନ: ସଂକଳ୍ପ ସମାବେଶ ଆଜି

ଭୁବନେଶ୍ୱର ୨୬/୯: ଆମ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିବାରେ ପୂଜା ମଣ୍ଡପମାନଙ୍କ ଅବଦାନ ପ୍ରଶଂସନୀୟ । ପୂଜାମଣ୍ଡପର କର୍ମକର୍ତ୍ତା ଭାବେ ସେମାନେ ସହରରେ ବର୍ଷ ବର୍ଷ ଧରି ପରମ୍ପରା ସହ ଭାଇଚାରାକୁ ବଜାୟ ରଖି ଆସିଛନ୍ତି । ସେତିକି ନୁହେଁ, ଆହୁରି ଅନେକ ଗୁରୁଦାୟିତ୍ୱକୁ କାନେ୍ଧଇ ତାକୁ ସୂଚାରୁ ରୂପେ ତୁଲାଇଛନ୍ତି । ସୁନ୍ଦର ସବୁଜିମାଭରା ପରିବେଶ ହେଉ କି ସାମାଜିକ ସୁରକ୍ଷା କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ଆଣିବା ପାଇଁ ସର୍ବଦା ପ୍ରୟାସ ରଖିଛନ୍ତି । ସେହି କାର୍ଯ୍ୟଧାରାକୁ ସଲାମ ଜଣାଇ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ପରିବାର ସମସ୍ତ ପୂଜା ମଣ୍ଡମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯାଉଛି ।

ଏଥିପାଇଁ ଆସନ୍ତାକାଲି ଗୁରୁବାର, ସ୍ଥାନୀୟ ଏଜି ଛକ ନିକଟ ଜୟଦେବ ଭବନ ସଭାକକ୍ଷରେ ‘ଆମ ସଂକଳ୍ପ’ ସମ୍ବର୍ଦ୍ଧନା ସମାବେଶ ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୫ଟା ସମୟରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଦସ୍ତଖତ ଅଭିଯାନ ସହ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହେବ । ପରେ ନିମନ୍ତ୍ରିତ ପୂଜା ମଣ୍ଡପମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୬୦ରୁ ଅଧିକ ପୂଜା ମଣ୍ଡପ ଯୋଗ ଦେବେ । ଭୁବନେଶ୍ୱରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ସହ ରାଜଧାନୀର ସବୁଜିମା ଫେରାଇ ଆଣିବାକୁ ଅଧିକ ବୃକ୍ଷରୋପଣ ଏବଂ ଟ୍ରାଫିକ ନିୟମ ପାଳନ ପାଇଁ ଅଧିକ ସଚେତନତା ସୃଷ୍ଟି କରିବାକୁ ‘ପ୍ରମେୟ’ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଏହିଭଳି ସଂକଳ୍ପ ସମ୍ବର୍ଦ୍ଧନା ସମାବେଶ ଆୟୋଜନ କରାଯାଇଥିଲା । ସେଥିରେ ବହୁ ସଂଖ୍ୟାରେ ପୂଜା ମଣ୍ଡପ ଯୋଗ ଦେଇ ସହରକୁ ପ୍ଲାଷ୍ଟିକ୍‌ ମୁକ୍ତ ପାଇଁ ଶପଥ ନେଇଥିଲେ । ପୂଜା ପୂର୍ବରୁ ଏହି ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା । ଯେଉଁ ପୂଜା ମଣ୍ଡପମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ଶପଥ ନେଇଥିଲେ ସେମାନେ ତାକୁ ପାଳନ କରିବା ସହ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିଥିଲେ ।
ଏପରିକି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପ୍ଲାଷ୍ଟିକ୍‌ ମୁକ୍ତ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଅନେକ ପୂଜା ମଣ୍ଡପ ପୂରା ପ୍ଲାଷ୍ଟିକ୍‌ ମୁକ୍ତ ରଖିବାକୁ ପ୍ରୟାସ କରିଥିଲେ । ଏଥରକ ସେହି ଧାରାକୁ ଅବ୍ୟାହତରଖି ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ପରିବାର ପକ୍ଷରୁ ପୁନର୍ବାର ସଂକଳ୍ପ ସମ୍ବର୍ଦ୍ଧନା ସମାବେଶ ଆୟୋଜନ କରାଯାଇଛି ।

ଏହି ଅବସରରେ ସହରକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା, ସବୁଜିମା ଫେରାଇ ଆଣିବା ଏବଂ ଟ୍ରାଫିକ୍‌ ନିୟମ ମାନି ଚଳିବାକୁ ସଂକଳ୍ପ ସହ ଶପଥ ପାଠ କରାଯିବ । ଏହି ସଂକଳ୍ପ ସମାବେଶରେ ଯୋଗ ଦେଇ ଶପଥ ନେବା ସହ କାର୍ଯ୍ୟକ୍ରମକୁ ଆଗେଇ ଏବଂ ସଫଳ କରିବା ନିମନ୍ତେ ସମସ୍ତ ପୂଜା ମଣ୍ଡପର ସଦସ୍ୟ, ବୁଦ୍ଧିଜୀବୀ, ସାହିତ୍ୟିକ, ପରିବେଶବିତ୍‌, ସମାଜସେବୀ, ଚିନ୍ତକ ଯୋଗ ଦେବାକୁ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ପରିବାର ତରଫରୁ ନିବେଦନ କରାଯାଇଛି ।

   ସମ୍ବନ୍ଧିତ ଖବର


ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି