PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

‘ପ୍ରମେୟ’- ୧ ନମ୍ବର ଖବରକାଗଜ: ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୨୬/୦୨: ଅଗ୍ରଣୀ ଖବରକାଗଜ ‘ପ୍ରମେୟ’ ହେଉଛି ରାଜ୍ୟରେ ସର୍ବାଧିକ ପ୍ରସାରିତ ଦୈନିକ ଖବରକାଗଜ । ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ‘ପ୍ରମେୟ’ର ଦୈନିକ ପ୍ରସାରଣ ସଂଖ୍ୟା ହେଉଛି ୪ ଲକ୍ଷ ୨୭ ହଜାର ୫୧୯ । ତେବେ ସେହି ତୁଳନାରେ ‘ପ୍ରମେୟ’କୁ ସରକାରୀ ବିଜ୍ଞାପନ ମିଳି ନାହିଁ । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଏହି ତଥ୍ୟ ରଖିଛନ୍ତି ।

ଖବରକାଗଜର ପ୍ରସାରଣ ପ୍ରମାଣପତ୍ର ଦେଉଥିବା ଡିଏଭିପି ତଥ୍ୟକୁ ଆଧାର କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ‘ପ୍ରମେୟ’ ତଳକୁ ‘ସମ୍ବାଦ’ ୩ ଲକ୍ଷ ୭୦ ହଜାର ୨୦୫ ପ୍ରସାରଣ ସଂଖ୍ୟରେ ପହଞ୍ଚି ଦ୍ୱିତୀୟ ସ୍ଥାନରେ ଥିବାବେଳେ, ପ୍ରସାରଣ ସଂଖ୍ୟା ୩ ଲକ୍ଷ ୨୭ ହଜାରରେ ତୃତୀୟ ସ୍ଥାନରେ ରହିଛି ‘ଧରିତ୍ରୀ’ । ତା’ ପଛକୁ ରହିଛି ‘ସମାଜ’ । ଯାହାର ପ୍ରସାରଣ ସଂଖ୍ୟ ହେଉଛି ୩ ଲକ୍ଷ ୨୩ ହଜାର ୯୩୮ ।

‘ପ୍ରମେୟ’ ୧ ନମ୍ବର ହୋଇଥିଲେ ମଧ୍ୟ ସବୁଠୁ ଅଧିକ ବିଜ୍ଞାପନ ସରକାର ‘ସମ୍ବାଦ’କୁ ଦେଇଛନ୍ତି । ମନ୍ତ୍ରୀ ଦେଇଥିବା ହିସାବ ଅନୁସାରେ ଗତ ୬ ମାସ ମଧ୍ୟରେ ‘ସମ୍ବାଦ’ ୩ କୋଟି ୪୮ ଲକ୍ଷ ୭୭ ହଜାର ୪୬୭ ଟଙ୍କାର ସରକାରୀ ବିଜ୍ଞାପନ ପାଇଛି । ‘ପ୍ରମେୟ’ ପାଇଛି ୩ କୋଟି ୪୧ ଲକ୍ଷ ୬୮ହଜାର ୫୪୬ ଟଙ୍କାର ବିଜ୍ଞାପନ । ପ୍ରମୁଖ ଖବରକାଗଜ ମଧ୍ୟରେ ‘ସମାଜ’ ୩ କୋଟି ୫ ଲକ୍ଷ ୮ହଜାର ୧୧୮ ଟଙ୍କାର ସରକାରୀ ବିଜ୍ଞାପନ ପାଇଥିବାବେଳେ ‘ଧରିତ୍ରୀ’କୁ ମିଳିଛି ୨ କୋଟି ୯୧ ଲକ୍ଷ ୧୮ ହଜାର ୭୦୬ ଟଙ୍କାର ସରକାରୀ ବିଜ୍ଞାପନ । କରୋନା ମହାମାରୀ ପ୍ରଭାବରେ ସୂଚନା ଓ ଲୋକ ସମ୍ପର୍କ ଅନୁମୋଦିତ କୌଣସି ଖବରକାଗଜ ସଂପୂର୍ଣ୍ଣ ବନ୍ଦ ହୋଇଥିବା ସରକାରଙ୍କ ଦୃଷ୍ଟିକୁ ଆସିନି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କର ଡାଇରେକ୍ଟୋରିଏଟ୍‌ ଅଫ୍‌ ଆଡ଼୍‌ଭର୍ଟାଇଜିଂ ଆଣ୍ଡ ଭିଜୁଆଲ୍‌ ପବ୍ଲିସିଟି (ଡିଏଭିପି) ଦେଶରେ ପ୍ରସାରିତ ସମସ୍ତ ଜାତୀୟ ଓ ଆଞ୍ଚଳିକ ଖବରକାଗଜର ପ୍ରସାରଣ ସଂଖ୍ୟ ଅଡ଼ିଟ୍‌ କରି ପ୍ରମାଣପତ୍ର ଦେଇଥାନ୍ତି । ଏହି ପ୍ରମାଣପତ୍ର ଆଧାରରେ କେନ୍ଦ୍ର ସରକାର ଖବରକାଗଜଗୁଡ଼ିକ ଲାଗି ସରକାରୀ ବିଜ୍ଞାପନ ଦର ନିର୍ଦ୍ଧାରଣ କରିଥାନ୍ତି । ଗତ ଅକ୍ଟୋବର ମାସ ୮ ତାରିଖ ଠାରୁ ରାଜ୍ୟ ସରକାର ମଧ୍ୟ ଡିଏଭିପି ପ୍ରମାଣପତ୍ର ଆଧାରରେ ଖବରକାଗଜଗୁଡ଼ିକ ଲାଗି ବିଜ୍ଞାପନ ଦର ନିର୍ଦ୍ଧାରଣ କରିଛନ୍ତି ।