PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

‘ପ୍ରମେୟ’ ସତ୍ତେ ପେ ସତ୍ତା ପୁରସ୍କାର ନେବାକୁ ଉତ୍ସାହ

ଭୁବନେଶ୍ୱର,୮ା୩(ବ୍ୟୁରୋ): ‘ପ୍ରମେୟ’ ‘ସତ୍ତେ ପେ ସତ୍ତା’ ଉପହାର ପ୍ରଦାନର ଆଜି ଥିଲା ପ୍ରଥମ ଦିନ । ଗତକାଲି ଲକି ଡ୍ରରେ ଭାଗ ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା । ଶୁକ୍ରବାର ପ୍ରଥମ ଦିନରେ ୧୦୦ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ପ୍ରକାଶ ପାଇବା ପରେ ପାଠକଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଥିଲା । ବିଜେତାମାନେ ପୁରସ୍କାର ନେବାକୁ ଆଜି ପ୍ରମେୟର ବିଭିନ୍ନ ଷ୍ଟଲ୍‌ରେ ଭିଡ଼ ଲଗାଇଥିଲେ । ଲୋକଙ୍କ ମଧ୍ୟରେ ଜୋଶ୍‌ ଭରି ରହିଥିଲା । ଦିନ ତମାମ ଷ୍ଟଲ ଗୁଡିକରେ ଆଶାତୀତ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଜି ମହିଳା ଦିବସ ଥିବାରୁ ଏହାର ଥିମ୍‌କୁ ନେଇ କେବଳ ମହିଳାଙ୍କ ଉଦ୍ଦେଶ୍ୟରେ ଆକର୍ଷଣୀୟ ଶାଢି ଉପହାରରେ ଦିଆଯାଇଥିଲା । ଯାହାକୁ ପାଠକମାନେ ବେଶ୍‌ ପସନ୍ଦ କରିଥିଲେ । ପ୍ରମେୟ ମୁଖ୍ୟ କାର୍ଯ୍ୟାଳୟରେ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ବିଜେତାଙ୍କୁ ଉପହାର ବାଣ୍ଟିଥିଲେ । ବ୍ରହ୍ମପୁର ଶ୍ରୀଦୁର୍ଗା ରିଟେଲ୍‌ ପ୍ରା.ଲିଃର ଷ୍ଟୋର୍‌ ମ୍ୟାନେଜର ନିରଞ୍ଜନ କୁମାର ରଥ ମଧ୍ୟ ‘ପ୍ରମେୟ’ର ଉପହାର ସହଯୋଗୀ ଭାବେ ସାମିଲ ହୋଇ ଉପହାର ବଣ୍ଟନ କରିଥିଲେ । ପ୍ରସାର ବିଭାଗର ଡିଜିଏମ୍‌ ଗଜେନ୍ଦ୍ର ଦାସ, ଏଜିଏମ ରମାକାନ୍ତ ମଲ୍ଲିକ ଓ ଅନ୍ୟ କର୍ମକର୍ତ୍ତାମାନେ ବିଭିନ୍ନ ଷ୍ଟଲ୍‌ରେ ଉପହାର ବଣ୍ଟବନ ଦାୟିତ୍ୱ ତୁଲାଇଥିଲେ ।