PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ପଲ୍ଲୀରୁ ଦିଲ୍ଲୀ ଟିକେଟ୍‌: ମହିଳା ସଶକ୍ତିକରଣ ଦିଗରେ ନବୀନଙ୍କ ଆଉ ଏକ ଯୁଗାନ୍ତକାରୀ ନିଷ୍ପତ୍ତି

ବ୍ରହ୍ମପୁର/ଆସିକା,୧୮ା୩(ବ୍ୟୁରୋ): ୭୦ ବର୍ଷର ପ୍ରମିଳା ବିଷୋୟୀ । ଚାଷୀ ପରିବାରରୁ ଆସିଥିବା ଜଣେ ସାଧାରଣ ମହିଳା । ଗଂଜାମ ଜିଲ୍ଲା ଆସିକା ପାଖ ଚେରମାରିଆ ଗାରଁ ପ୍ରମିଳା ଏବେ କିନ୍ତୁ ପାଲଟିଛନ୍ତି ଅସାଧାରଣ । ସେ ଦୀର୍ଘ ବର୍ଷ ହେଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନ ଓ ମିଶନ ଶକ୍ତିରେ ଅଗଣ୍ରୀ ଭୂମିକା ନେଇ ଆସୁଛନ୍ତି । ଆଉ ଏଥିପାଇଁ ତାଙ୍କୁ ବିଜେଡି ଆଜି ଦେଇଛି ଆସିକା ଲୋକସଭା ଆସନ ଟିକେଟ୍‌ । ଆଉ ନିର୍ବାଚନରେ ଜିତିଲେ ପ୍ରମିଳା ଯିବେ ପଲ୍ଲୀରୁ ଦିଲ୍ଲୀ । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପାଇଁ ପ୍ରଥମ ଦଫାରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତାଲିକାରେ ବହୁ ଭେଟେରାନ୍‌ ଓ ଯୁବ ରାଜନେତାଙ୍କ ସହ ଥିଲା ପ୍ରମିଳାଙ୍କ ନାମ । ମୁଖ୍ୟମନ୍ତ୍ରୀ ଆସିକା ଲୋକସଭା ପାଇଁ ପ୍ରମିଳାଙ୍କ ନାମ ଘୋଷଣା କରି କହିଲେ ‘ମହିଳା ସଶକ୍ତିକରଣକୁ ଅଲଗା ଭାବେ ଦେଖା ଯାଇନପାରେ । ଏହାକୁ ସାମଗ୍ରିକ ଭାବେ ଆର୍ଥିକ, ସାମାଜିକ ଓ ରାଜନୈତିକ ଭାବେ ବିଚାର କରିବା ଉଚିତ ।

ଦେଶର ସର୍ବୋଚ୍ଚ ବ୍ୟବସା୍ଥପକ ଗୃହରେ ମହିଳା ପ୍ରତିନିଧି ଆବଶ୍ୟକ । ଏଣୁ ଓଡିଶା ମହିଳା ଏସଏ୍‌ଚଜି ଆନ୍ଦୋଳନ ଓ ମିଶନ ଶକ୍ତିର ପୁରୋଧା ପ୍ରମିଳା ବିଷୋୟୀଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି । ସଂଯୋଗକ୍ରମେ ୨୦ ବଷ ର୍ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଆସିକା ଲୋକସଭା ଅସନରୁ । ଆଉ ସେହି ଆସିକା ଅଞ୍ଚଳରେ ମହିଳା ସଶକ୍ତିକରଣ ଆନ୍ଦୋଳନର ପୁରୋଧା ହେଲେ ପ୍ରମିଳା ବିଷାେୟୀ । ପ୍ରମିଳାଙ୍କ ଅଧା ଏକରରୁ କମ୍ ଜମି ରହିଛି । ସେଥେିର ସେ ଧାନ ଓ ମାଣ୍ଡିଆ ଚାଷ କରିଛନ୍ତି । ଗାଁରେ ଚାହା ଦୋକାନ କରିଛନ୍ତି ବଡ ପୁଅ ଦିଲ୍ଲୀପ । ସାନପୁଅ ରଞ୍ଜନଙ୍କ ବାଇକ୍‌ ମରାମତି ଗ୍ୟାରେଜ ଅଛି । ପ୍ରମିଳା ସାତଶଙ୍ଖ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି । ଗାରଁ ପ୍ରାଥମିକ ବିଦ୍ୟିାଳୟକୁ ମଧ୍ୟାହ ଭୋଜନ ଯୋଗାଉଛନ୍ତ ।

ଅଞ୍ଚଳରେ ମହିଳା ଏସଏ୍‌ଚଜି ଗଠନ କରିବାରେ ପମ୍ରୁଖ ଭୂମିକା ନେଇଛନ୍ତି । ସେତିକି ନୁହେଁ ସ୍ୱଚ୍ଛତା, ପତ୍ରେିଷଧକ ଟିକାକରଣ, ଆନୁଷ୍ଠାନିକ ପ୍ରସବ, ପରିବେଶ ସୁରକ୍ଷା, ସାକ୍ଷରତା କ୍ଷେତ୍ରରେ ପ୍ରଚାର ଓ ସଚେତନତା କାର୍ଯ୍ୟକମ୍ରରେ ସେ ଅଗଣ୍ରୀ ଭୂମିକା ନେଇଛନ୍ତି । ତାଙ୍କ ଗାଁ ନିକଟ ପାକଡିି ପାହାଡରେ ମୟରୂ ସୁରକ୍ଷା ଦିଗରେ ପମ୍ରୁଖ ଭମୂକିା ନେଇ ପକ୍ରତୃି ମିତ୍ର ପକ୍ରତୃି ବନ୍ଧୁ ପୁରସ୍କାର ପାଇଛନ୍ତି । ସେ ଜଣେ କବି । ରାଜ୍ୟରେ ମିଶନ ଶକ୍ତିକୁ ଆନ୍ଦୋଳନକୁ ଜାଗତ୍ର କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି । ୧୮ ବର୍ଷ ପୂର୍ବେ ଓଡିଶାରେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ୭୦ ଲକ୍ଷ ମହଳିାଙ୍କୁ ନେଇ ମିଶନ ଶକ୍ତି ନିରବ ବିପ୍ଳବରେ ରୂପାନ୍ତର ହୋଇଛି । ମିଶିନ ଶକ୍ତିର ଲକ୍ଷ ଲକ୍ଷ ମହଳିାଙ୍କୁ ସମ୍ମାନ ଜଣାଇ ଏସ୍‌ଏଚ୍‌ଜି ନେତ୍ରୀ ପ୍ରମିଳା ବିଷୋୟୀଙ୍କୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଘୋଷଣା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାରା ଦେଶ ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।