PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଅସୁସ୍ଥ ହେବାର କିଛି ଦିନ ପୂର୍ବରୁ ପ୍ରଣବଙ୍କୁ ଖୁବ୍ ମନେପଡୁଥିଲା ନିଜ ଗାଁ, ପୁଅ ଅଭିଜିତଙ୍କୁ ପଣସ ଆଣିବାକୁ କହିଥିଲେ

https://www.oneindia.com/

ନୂଆଦିଲ୍ଲୀ,୧୪।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ଗମ୍ଭୀର। ଭେଣ୍ଟିଲେଟରରେ ଯିବାର କିଛି ଦିନ ପୂର୍ବରୁ ପ୍ରଣବ ନିଜର ପୁଅ ଅଭିଜିତ ମୁଖାର୍ଜୀଙ୍କୁ ଫୋନ୍ କରିଥିଲେ ଓ ଏକ ଜିନିଷ ଆଣିବାକୁ କହିଥିଲେ। ପ୍ରଣବଙ୍କୁ ତାଙ୍କ ଗାଁ ଏଇ ଗତ କିଛି ଦିନ ଧରି ଖୁବ୍ ମନେପଡୁଥିଲା, ତେଣୁ ନିଜ ପୁଅଙ୍କୁ କହିଥିଲେ ‘କଟହଲ ନିଏ ଆୟୋ’ ବା ମୋତେ ପଣସ ଆଣିକି ଦିଅ। ଅଭିଜିତ ହେଉଛନ୍ତି କଂଗ୍ରେସର ନେତା ଓ ସେଠାରେ ରୁହନ୍ତି।

ନୂଆଦିଲ୍ଲୀର ଗ୍ରେଟର କୈଳାସ ସ୍ଥିନ ନିଜର ବାସଭବନରେ ଅଭିଜିତ(୬୦) କହିଛନ୍ତି, ମୁଁ ପଣସ ଆଣିବାକୁ କୋଲକାତାର ବୀରଭୂମ ସ୍ଥିତ ଆରମ ଗାଁ ମିରାତି ଯାଇଥିଲି। ୨୫ କିଲୋର ଏକ ପାଚିଲା ପଣସ ନେଇକି ଆସିଥିଲି। ମୁଁ ୩ ଅଗଷ୍ଟରେ ଦିଲ୍ଲୀ ପାଇଁ ଟ୍ରେନ ଧରି ତାଙ୍କୁ ଦେଖାଖଲି… ବାବା ଓ ମୁଁ ଦୁହେଁ ଟ୍ରେନରେ ଯାତ୍ରା କରିବାକୁ ଖୁବ୍ ଭଲ ପାଉ।

ନିଜର ବାପାଙ୍କ ସହ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ମନେପକାଇ ଅଭିଜିତ କୁହନ୍ତି ଯେ, ସେ ଦିନ ବାବା ଅଳ୍ପ ପଣସ ଖାଇଥିଲେ। ତେବେ ତାଙ୍କର ସୁଗାର ବଢିନଥିଲା। ସେ ଖୁବ୍ ଖୁସି ଥିଲେ… ସେ​‌ତେବେଳେ ସେ ଅସୁସ୍ଥ ହୋଇନଥିଲେ। କିନ୍ତୁ ୧ ସପ୍ତାହ ପରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ।’ ଏବେ ପ୍ରଣବଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ସଙ୍କଟାପନ୍ନ ରହିଛି। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ଦେଇଛି। ଏହାକୁ ହଟାଇବା ପାଇଁ ସର୍ଜରୀ କରାଯାଇଛି ଓ ଏହା ପୂର୍ବରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା।

ଅଭିଜିତ କୁହନ୍ତି, ଯେତେବେଳେ ବାବା ପ୍ରତିରକ୍ଷା ମନ୍ତ୍ରୀ ଥିଲେ, ତାଙ୍କର ମେଡିକାଲ ରେକର୍ଡ ଆର୍ମି ଡାକ୍ତର ମେଣ୍ଟେନ କରୁଥିଲେ। ଏହି କାରଣରୁ ଆମେ ତାଙ୍କୁ ଦିଲ୍ଲୀର କେଣ୍ଟର ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ଅଣାଯାଇଥିଲା। ସେବେଠାରୁ ପିପିଓ ସୁରକ୍ଷା ଉପକରଣ ପିନ୍ଧି ୪ ଥର ଦେଖିପାରିଛି। ଯେତେବେଳେ ବେଳେ ତାଙ୍କୁ ଶେଷ ଥର ଦେଖିଥିଲି ସେ ପ୍ରାକୃତିକ ଭାବରେ ନିଶ୍ବାସ ପ୍ରଶ୍ବାନ ନେଉଥିଲେ। ୮୪ ବର୍ଷୀୟ ପ୍ରଣବଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ।