ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା: ଏବେ ଫୁସଫୁସରେ ସଂକ୍ରମଣ ସଙ୍କେତ, ହସ୍ପିଟାଲ ପକ୍ଷରୁ ହେଲଥ୍ ଅପଡେଟ୍ ଜାରି

ନୂଆଦିଲ୍ଲୀ,୧୯।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଆହୁରି ଗୁରୁତର ହୋଇପଡିଛି। ହସ୍ପିଟାଲ ପକ୍ଷରୁ ବୁଧବାର ଜାରି କରାଯାଇଥିବା ହେଲଥ୍ ବୁଲେଟିନର ସୂଚନା ଦିଆଯାଇଛି। ପ୍ରଣବ ମୁଖାର୍ଜୀଙ୍କ ଫୁସଫୁସରେ  ଏବେ ଇନଫେକ୍ସନ୍‌ ହୋଇଥିବାର ସୂଚନା ମିଳିଛି। ତାଙ୍କର ଚିକିତ୍ସା ଲଗାତାର ଭାବରେ ଭେଣ୍ଟିଲେଟରରେ ଚାଲିଛି। ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି।

ଉଲ୍ଲେଖନୀୟ ଯେ, ୮୪ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୧୦ ଅଗଷ୍ଟରେ ଦିଲ୍ଲୀର ଛାବନୀରେ ଥିବା ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମସ୍ତିଷ୍କରେ ରକ୍ତ ଜମାଟ୍ ବାନ୍ଧିବା କାରଣରୁ ତାଙ୍କର ଅପରେସନ୍ କରାଯାଇଥିଲା ସେବେଠାରୁ ସେ କୋମାରେ ଅଛନ୍ତି। ଏହା ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିବା ନେଇ ଜଣାପଡିଥିଲା।ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଥିଲା, ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି ଓ ତାଙ୍କର ପ୍ରମୁଖ ଅଙ୍ଗର ସ୍ଥିତି ସ୍ଥିର ରହିଛି।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ